ପୁରୁଣା ପେନ୍‌ସନ୍ ଦାବିରେ ନଭେମ୍ବର ୩ ଦିଲ୍ଲୀ ମହାସମାବେଶରେ ବହୁ ସଂଖ୍ୟାରେ ଯୋଗ ଦେବାପାଇଁ ସମନ୍ୱୟ ସମିତିର ନିବେଦନ

ପୁରୁଣା ପେନ୍‌ସନ୍ ଦାବିରେ ନଭେମ୍ବର ୩ ଦିଲ୍ଲୀ ମହାସମାବେଶରେ ବହୁ ସଂଖ୍ୟାରେ ଯୋଗ ଦେବାପାଇଁ ସମନ୍ୱୟ ସମିତିର ନିବେଦନ

ପୁରୁଣା ପେନ୍‌ସନ୍ ଦାବିରେ ନଭେମ୍ବର ୩ ଦିଲ୍ଲୀ ମହାସମାବେଶରେ ବହୁ ସଂଖ୍ୟାରେ ଯୋଗ ଦେବାପାଇଁ ସମନ୍ୱୟ ସମିତିର ନିବେଦନ

News by B.mishra (BBSR)

#ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟ ସରକାରୀ କର୍ମଚାରୀ ସମନ୍ୱୟ ସମିତିର ଏକ ସାଙ୍ଗଠନିକ କର୍ମଶାଳା ଗତ ୨୯-୩୦ ଦୁଇଦିନ ଧରି ଯାନ୍ତ୍ରୀକଭବନ ସତ୍ୟନଗର, ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କର୍ମଶାଳାରେ ପ୍ରଶାନ୍ତ କୁମାର ମହାନ୍ତି ସଭାପତିତ୍ୱ କରିଥିଲେ । ଏହି ଅବସରରେ କର୍ମଚାରୀ ସମନ୍ୱୟ ସମିତିର ବରିଷ୍ଠ ନେତୃତ୍ୱ ମୁରଲୀଧର ମିଶ୍ରଙ୍କ ବିୟୋଗରେ ନିରବ ପ୍ରାର୍ଥନା କରାଯାଇଥିଲା । ଏ. ଶ୍ରୀକୁମାର ସାଧାରଣ ସମ୍ପାଦକ, ଅଖିଳ ଭାରତ ରାଜ୍ୟ ସରକାରୀ କର୍ମଚାରୀ ମହାସଂଘ ଏହି କର୍ମଶାଳାକୁ ଉଦ୍‌ଘାଟନ କରିଥିଲେ । ଏଥିରେ ରାଜ୍ୟର ବିଭିନ୍ନ ସଂଗଠନର ନେତୃତ୍ୱମାନେ ଯୋଗ ଦେଇଥିଲେ । ବର୍ତ୍ତମାନ କର୍ମଚାରୀମାନଙ୍କ ସମସ୍ୟା ଯଥା- ନୂଆ ପେନ୍‌ସନ୍ ବାତିଲ୍ କରି ସମସ୍ତଙ୍କୁ ପୁରୁଣା ପେନ୍‌ସନ୍ ଦେବା, ୧୮ ମାସର ବାକିଆ ମହଙ୍ଗା ଭତ୍ତା ତୁରନ୍ତ ପ୍ରଦାନ କରିବା, ଖାଲିଥିବା ସମସ୍ତ ପଦବୀ ପୂରଣ କରିବା, ଠିକା ପ୍ରଥାର ବିଲୋପ କରିବା, ନୂତନ ଶିକ୍ଷାନୀତିକୁ ବାତିଲ୍ କରିବା, ଅନୁକମ୍ପାମୂଳକ ନିଯୁକ୍ତି ପୁନଃ ପ୍ରଚଳନ କରିବା ଆଦି ବିଷୟରେ ଆଲୋଚନା ହୋଇଥିଲା । ଅଖିଳ ଭାରତ ରାଜ୍ୟ ସରକାରୀ କର୍ମଚାରୀ ମହାସଂଘର ସାଧାରଣ ସମ୍ପାଦକ ସମନ୍ୱୟ ସମିତିକୁ ଶକ୍ତିଶାଳୀ କରିବା ପାଇଁ ବିଭିନ୍ନ ଜିଲ୍ଲାରେ ସାଙ୍ଗଠନିକ କର୍ମଶାଳା କରିବା ପାଇଁ ମତବ୍ୟକ୍ତ କରିଥିଲେ । ସାମ୍ପ୍ରତିକ ପରିସ୍ଥିତିରେ କେନ୍ଦ୍ର ସରକାର ପୁରୁଣା ପେନ୍‌ସନ୍ ସମସ୍ତଙ୍କୁ ଦେବା ପାଇଁ ବିଭିନ୍ନ ରାଜ୍ୟରେ ବାରମ୍ବାର ପ୍ରତିବାଦ ସଭା ଓ କର୍ମଶାଳାମାନ ଅନୁଷ୍ଠିତ ହେଉଛି । ପୁରୁଣା ପେନ୍‌ସନ୍ କର୍ମଚାରୀମାନଙ୍କୁ ଅବସର ପରେ ମୂଳ ଦରମାର ୫୦ଭାଗ ପେନ୍‌ସନ୍ ମିଳୁଥିବା ବେଳେ ନୂଆ ପେନ୍‌ସନ୍‌ରେ ସେପରି ବ୍ୟବସ୍ଥା ନାହିଁ । କର୍ମଚାରୀଙ୍କଠାରୁ କଟାଯାଉଥିବା ମୂଳ ଦରମାର ୧୦ ଭାଗ ଓ ସରକାରଙ୍କର ମ୍ୟାଚିଙ୍ଗ୍ ଗ୍ରାଣ୍ଟକୁ କର୍ମଚାରୀଙ୍କୁ ପ୍ରତିବର୍ଷ ତା’ର ହିସାବ ଦେଉନାହାନ୍ତି । ଅପରପକ୍ଷରେ କେନ୍ଦ୍ର ସରକାରଙ୍କ ଅଧିନରେ ଥିବା ଫଣ୍ଡ ମ୍ୟାନେଜର କର୍ମଚାରୀଙ୍କ କଟାଯାଉଥିବା ଟଙ୍କାକୁ ଫଟ୍‌କା ବଜାରରେ ଖଟାଇବା ଅତ୍ୟନ୍ତ ନିନ୍ଦନୀୟ । ପୁରୁଣା ପେନ୍‌ସନ୍ ଆମ ଦେଶରେ ପଞ୍ଜାବ, ଆନ୍ଧ୍ର, ତେଲେଙ୍ଗାନା, କର୍ଣ୍ଣାଟକ, କେରଳ, ପଶ୍ଚିମବଙ୍ଗ, ରାଜସ୍ଥାନ ଓ ହିମାଚଳ ପ୍ରଦେଶର ସରକାର ତାଙ୍କ କର୍ମଚାରୀଙ୍କୁ ଦେଇ ଆସୁଛନ୍ତି । ବିହାର ସରକାର କର୍ମଚାରୀଙ୍କୁ ପ୍ରତିବର୍ଷ କଟାଯାଉଥିବା ଟଙ୍କାର ହିସାବ ଦେଉଛନ୍ତି । ଅନ୍ୟ ରାଜ୍ୟମାନେ ପୁରୁଣା ପେନ୍‌ସନ୍ ନଦେବାରୁ ରାଜ୍ୟ ସରକାରୀ କର୍ମଚାରୀମାନେ ଆନ୍ଦୋଳନ କରିଚାଲିଛନ୍ତି । କେନ୍ଦ୍ର ସରକାରଙ୍କ ଉପରେ ଚାପ ସୃଷ୍ଟି କରିବା ପାଇଁ ଆସନ୍ତା ନଭେମ୍ବର ୩ ତାରିଖରେ ଦିଲ୍ଲୀର ରାମଲୀଳା ମଇଦାନରେ ଏକ ବିଶାଳ କର୍ମଚାରୀ ମହାସମାବେଶ ଅନୁଷ୍ଠିତ ହେବ । ଏହି କର୍ମଶାଳାରେ ସାଧାରଣ ସମ୍ପାଦକ କେନ୍ଦ୍ର ସରକାରୀ କର୍ମଚାରୀ କନଫେଡେରେସନ୍‌ର ବୃହସ୍ପତି ସାମଲ ଯୋଗ ଦେଇ କର୍ମଶାଳାର ଆଭିମୁଖ୍ୟ ଉପରେ ଗୁରୁତ୍ୱ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସରକାରୀ କର୍ମଚାରୀ ସମନ୍ୱୟ ସମିତିର ସାଧାରଣ ସମ୍ପାଦକ ସୁଜିତ୍ କୁମାର ନାୟକ ଉପସ୍ଥିତ କର୍ମଚାରୀ ନେତୃତ୍ୱଙ୍କୁ ‘ଦିଲ୍ଲୀ ଚଲୋ’ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ନିବେଦନ କରିଥିଲେ । ପୂର୍ବତନ ସାଧାରଣ ସମ୍ପାଦକ ନରୋତ୍ତମ ପାର୍ଥସାରଥୀ, ପୂର୍ବତନ ଜାତୀୟ କାର୍ଯ୍ୟକାରୀ କମିଟି ସଭ୍ୟ କ୍ଷେତ୍ରମୋହନ ଦାସ, ରାଜ୍ୟ ସମନ୍ୱୟ ସମିତିର ମୁଖ୍ୟ କାର୍ଯ୍ୟାଳୟ ସମ୍ପାଦକ ତଥା ବୈଷୟିକ କର୍ମଚାରୀ ମହାସଂଘ ସାଧାରଣ ସମ୍ପାଦକ କାହ୍ନୁଚରଣ ମଲ୍ଲିକ, ଅଲ୍‌ଓଷ୍ଟାର ଯୁଗ୍ମ ସମ୍ପାଦକ ସୁଦର୍ଶନ ସ୍ୱାଇଁ, ଅଙ୍ଗନୱାଡି ସୁପରଭାଇଜର ସମ୍ପାଦକ କନକଲତା ମିଶ୍ର, ଯାନ୍ତ୍ରୀକ ସଂଘ ଯାଜପୁର ଶାଖା ଶ୍ରୀବତ୍ସ ବେହୁରା, ଉତ୍କଳ ବିଶ୍ୱବିଦ୍ୟାଳୟର କର୍ମଚାରୀ ନେତୃତ୍ୱ ପ୍ରଫୁଲ୍ଲ ଦାସ, ଯାନ୍ତ୍ରୀକ ସଂଘ କେନ୍ଦ୍ରାପଡ଼ା ଶାଖାର ସୁଶାନ୍ତ କୁମାର ନାୟକ, ଟାଉନ୍ ପ୍ଲାନିଂ, ଭୁବନେଶ୍ୱରର ମିନାକ୍ଷୀ ମହାନ୍ତି, ସମନ୍ୱୟ ସମିତିର ଉପସଭାପତି ଅଶିଳ ବ୍ରହ୍ମ, ମିଳିତ ଅମଲାମଞ୍ଚର ଆବାହକ ଶୁଭେନ୍ଦୁ ରାଉତରାୟ, ଅସ୍ଥାୟୀ କର୍ମଚାରୀ ନିର୍ମାଣ ବିଭାଗର ସମ୍ପାଦକ ଲକ୍ଷ୍ମୀଧର ବେହେରା, ଲେଡି ମ୍ୟାଟ୍ରନ୍ ସଂଘର ପୂର୍ବତନ ସମ୍ପାଦକ କୁମୁଦିନୀ ଦାସ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ସାଧାରଣ ସମ୍ପାଦକ ସୁଜିତ୍ କୁମାର ନାୟକ ଧନ୍ୟବାଦ ଦେଇଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ