ପୁରୀରେ ୨୧ତମ ଜାତୀୟ ଲୋକମେଳା ଓ ୧୪ତମ ଜାତୀୟ କୃଷିମେଳା ମେ ୩୦ରୁ

ପୁରୀରେ ୨୧ତମ ଜାତୀୟ ଲୋକମେଳା ଓ ୧୪ତମ ଜାତୀୟ କୃଷିମେଳା ମେ ୩୦ରୁ

ପୁରୀରେ ୨୧ତମ ଜାତୀୟ ଲୋକମେଳା ଓ ୧୪ତମ ଜାତୀୟ କୃଷିମେଳା ମେ ୩୦ରୁ


ପୁରୀ(ଏନ୍‌.ଏମ୍‌.): ଚଳିତ ମାସ ୩୦ତାରିଖରୁ ଜୁନ ୩ତାରିଖ ପର୍ଯ୍ୟନ୍ତ ପୁରୀ ଶରଧାବାଲି ଠାରେ ୨୧ତମ ଜାତୀୟ ଲୋକମେଳା ଓ ୧୪ ତମ କୃଷିମେଳା ଅନୁଷ୍ଠିତ ହେବ । ଶ୍ରୀ ଶ୍ରୀକ୍ଷେତ୍ର ସୂଚନା ପକ୍ଷରୁ ଆୟୋଜିତ ଏହି ମେଳାରେ ଭାରତବର୍ଷର ବିଭିନ୍ନ ପ୍ରଦେଶର ତିନିଶହ କଳାକାର ଓ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଶହେ ଜଣ କଳାକାର ଯୋଗଦେବା ସହ ପାଞ୍ଚଦିନ ବ୍ୟାପି ଏହି ଜାତୀୟ ମେଳାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ । ଏହି ମେଳାର ସଫଳତା ପାଇଁ ଓ ଦେଶର ବିଭିନ୍ନ ସ୍ଥାନରୁ ଆସୁଥିବା କଳାକାର ଓ ଦେଶର ବିଭିନ୍ନ ପ୍ରାନ୍ତରୁ ଆସୁଥିବା କୃଷି, ପାଣିପାଗ, ବିଜ୍ଞାନ,ଜଳସଂପଦ ବିଶେଷ କରି ପୁସ୍ତକଭିତ୍ତିକ ଷ୍ଟଲକୁ ଶୃଙ୍ଖଳିତ କରିବା ପାଇଁ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଏହା କରାଯିବ ବୋଲି କହିଛନ୍ତି ଭାରପ୍ରାପ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ଓ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ । ଏ ନେଇ ପୁରୀ ସର୍କିଟ୍ ହାଉସ ସମ୍ମିଳନୀ କକ୍ଷରେ ଅନୁଷ୍ଠାନର ସଭାପତି ପ୍ରଫେସର ହରେକୃଷ୍ଣ ଶତପଥିଙ୍କ ଅଧ୍ୟକ୍ଷତା ଓ ସଂପାଦକ ରାଜେଶ କୁମାର ମହାନ୍ତିଙ୍କ ସଞ୍ଚାଳନରେ ଅନୁଷ୍ଠିତ ପ୍ରଥମ ପ୍ରସ୍ତୁତି ବୈଠକରେ ପୁରୀ ପୌରସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ, ସିଟି ଡିଏସପି କେ.କେ. ହରିପ୍ରସାଦ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁଙ୍କ ସମେତ ପୁଲିସ୍‌, ବିଦ୍ୟୁତ, ଜଳଯୋଗାଣ, ଶ୍ରୀମନ୍ଦିର ପ୍ରଶାସନ, ଅଗ୍ନିଶମ, ୱଟକୋ, ପୂର୍ତ୍ତ, ଜଳସେଚନ, ଗ୍ରାମ୍ୟ ଉନ୍ନୟନ, ଜଙ୍ଗଲ ଓ ପ୍ରାଣୀସମ୍ପଦ, ସ୍ୱାସ୍ଥ୍ୟ, ପରିବହନ, କୃଷି, ଉଦ୍ୟାନ, ମୂର୍ତ୍ତିକା ସଂରକ୍ଷଣ, ମତ୍ସ୍ୟ ଓ ପଶୁପାଳନ, ପଶୁସମ୍ପଦ, ସଂସ୍କୃତି, ଶିଳ୍ପବିକାଶ, ହସ୍ତତନ୍ତ ଓ ବୟନଶିଳ୍ପ, ପର୍ଯ୍ୟଟନ, ରେଳବାଇ, କ୍ରୀଡା ଓ ବିଭିନ୍ନ ବ୍ୟାଙ୍କର ଅଧିକାରୀମାନେ ଯୋଗ ଦେଇଥିଲେ । ଏହି ବୈଠକରେ ଉତ୍ସବ କମିଟି ଅଧ୍ୟକ୍ଷ ବଦ୍ରି ମିଶ୍ର ସ୍ୱାଗତ କରିଥିବା ବେଳେ ହେକ୍ଟର ମିଶ୍ର ଧନ୍ୟବାଦ ଦେଇଥିଲେ । ଏହି ବୈଠକରେ ଭରତ ନାୟକ ବିଶ୍ୱନାଥ ମିଶ୍ର, ନାରାୟଣ ପାତ୍ର ,ସତ୍ୟବ୍ରତ ଦାସ, ବିଦ୍ରୋହ ସିଂ, ସଂଗ୍ରାମ କାନୁନଗୋ, ଦାମୋଦର ଶତପଥୀ, ଓ ଶ୍ୟାମ ପ୍ରକାଶ ସେନାପତି, ହୁଳଶ ଚନ୍ଦ୍ର ଜେନା, ପୁଷ୍କର ସାହୁ, ଗୌତମ ମିଶ୍ର,ପୂର୍ଣ୍ଣ ଚନ୍ଦ୍ର ଓଝା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ