ପୁରୀରେ ମାଗଣା ସମୂହ ବ୍ରତୋପନୟନ: ବିଭିନ୍ନ ରାଜ୍ୟରୁ ସାମିଲ ହେଲେ ୩୬ ବ୍ରାହ୍ମଣ ବାଳକ

ପୁରୀରେ ମାଗଣା ସମୂହ ବ୍ରତୋପନୟନ: ବିଭିନ୍ନ ରାଜ୍ୟରୁ ସାମିଲ ହେଲେ ୩୬ ବ୍ରାହ୍ମଣ ବାଳକ

ପୁରୀରେ ମାଗଣା ସମୂହ ବ୍ରତୋପନୟନ: ବିଭିନ୍ନ ରାଜ୍ୟରୁ ସାମିଲ ହେଲେ ୩୬ ବ୍ରାହ୍ମଣ ବାଳକ

News by Ajit Kumar Mallick (Konark)

#କୋଣାର୍କ (ଏନ୍‌.ଏମ୍‌.) : ପୁରୀ ବାଲି ସାହି ସ୍ଥିତ ଜୀୟର ସ୍ୱାମୀ ମଠ ତରଫରୁ ପ୍ରତିବର୍ଷ ପରି ଚଳିତ ବର୍ଷ ମାଗଣା ବ୍ରତୋପନୟନ ଅନୁଷ୍ଠିତ ହୋଇଯାଇଛି । ସାମୁହିକ ବ୍ରତୋପନୟନରେ ଓଡିଶା ରାଜ୍ୟ ସମେତ ଝାରଖଣ୍ଡ, ବିହାର, ମଧ୍ୟପ୍ରଦେଶ, ଛତିଶଗଡ, ଉତ୍ତର ପ୍ରଦେଶ ଏବଂ ପଶ୍ଚିମ ବଙ୍ଗର ୩୬ ଜଣ ବ୍ରାହ୍ମଣ ବାଳକ ଅଂଶଗ୍ରହଣ କରିଥିଲେ । ଶୁକ୍ରବାର ସକାଳ ୮ ଘଣ୍ଟିକା ସମୟରୁ ଆରମ୍ଭ ହୋଇ ଅପରାହ୍ନରେ ଏହି ବ୍ରତୋପନୟନ ସମ୍ପର୍ଣ୍ଣ ହୋଇଥିଲା । ବୈଦିକ ରୀତିନୀତିରେ ସାମୁହିକ ବ୍ରତୋପନୟନ ମଠ ପରିସରରେ ମହନ୍ତ ଶ୍ରୀ ଇନ୍ଦିରା ରମଣ ରାମାନୁଜ ଦାସଜୀ ମହାରାଜଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ବ୍ରତୋପନୟନ ପରେ ମଧ୍ୟାହ୍ନରେ ସାମୁହିକ ପ୍ରସାଦ ସେବନ ହୋଇଥିଲା । ଏହି ବ୍ରତୋପନୟନକୁ ସନ୍ଥଶ୍ରୀ ସୁଦର୍ଶନ ରାମାନୁଜ ଦାସଜୀ ମହାରାଜ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମକୁ ବରିଷ୍ଠ ସାମ୍ବାଦିକ ବିଷ୍ଣୁଦତ୍ତ ଦାସ ସଂଯୋଜନା କରିଥିଲେ ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ