ପୁଣି ଆଠଗଡ଼ ଅଞ୍ଚଳରେ ଅବକାରୀ ବିଭାଗର ଚଢ଼ାଉ: ୧କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୨ଗିରଫ

ପୁଣି ଆଠଗଡ଼ ଅଞ୍ଚଳରେ ଅବକାରୀ ବିଭାଗର ଚଢ଼ାଉ: ୧କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୨ଗିରଫ

ପୁଣି ଆଠଗଡ଼ ଅଞ୍ଚଳରେ ଅବକାରୀ ବିଭାଗର ଚଢ଼ାଉ: ୧କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୨ଗିରଫ

News by Maheswar Behera (Athagarh)

#ଆଠଗଡ(ଏନ୍‌.ଏମ୍‌.): ରାଜ୍ୟ ଅବକାରୀ ଆୟୁକ୍ତ ନରସିଂହ ଭୋଳଙ୍କ ନିର୍ଦ୍ଦେଶ କ୍ରମେ କଟକ ଜିଲ୍ଲା ଅବକାରୀ ଅଧ୍ୟକ୍ଷ ଦେବାଶିଷ ପଟେଲ ଓ ଆଠଗଡ ଅବକାରୀ ରେଞ୍ଜ ଉପ ଅଧ୍ୟକ୍ଷ ପ୍ରମୋଦ କୁମାର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାନପୁର ଥାନା ପାଇକ ବାରବାଟି ଛକରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରା ଯାଇଥିଲା । ଏହି ଚଢ଼ାଉରେ ୧ କ୍ୱିଣ୍ଟାଲ ଗଞ୍ଜେଇ ଯାହାର ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ ଜବତ କରାଯାଇଥିଲ । ତେବେ ଗଞ୍ଜେଇ ଚୋରା ଚାଲଣ ହେବା ଅଭିଯୋଗରେ ଆର୦୨ ବିଜେ ୯୧୯୧ ନମ୍ବର ବିଶିଷ୍ଟ ମହିନ୍ଦ୍ରା ସ୍କର୍ପିଓ ଗାଡ଼ିକୁ ଜବତ କରାଯାଇଥିଲା । ଏ ସଂକ୍ରାନ୍ତରେ ଏକ ମାମଲା ରୁଜ୍ଜୁ କରାଯାଇ ଚାଳକ ତିଗିରିଆ ଥାନା ଅନ୍ତର୍ଗତ ନୂଆପାଟଣା ଅଞ୍ଚଳର ମୋହନ ବେହେରା ଓ ଗଞ୍ଜେଇ ବେପାରୀ ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ଜାମୁଡିଆ ଗ୍ରାମର ସିନୁ ବିରୋ (୨୦)ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଏହି ଚଢ଼ାଉରେ ଆଠଗଡ ରେଞ୍ଜ ଅବକାରୀ ନିରୀକ୍ଷକ କେଶବ ଚନ୍ଦ୍ର ଦାସ ଓ ଉପ ନିରୀକ୍ଷକ ସୌମ୍ୟରଞ୍ଜନ ଭୋଇ, ନରସିଂହ ପୁର ଅବକାରୀ ଉପ ନିରୀକ୍ଷକ ଅରୁଣ ଭୋଇ ଓ ଅନ୍ୟ ଅବକାରୀ କର୍ମଚାରୀମାନେ ଅଂଶ ଗ୍ରହଣ କରିଥିଲେ ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ