ପାଗାହାଟ ପାଶ୍ୱର୍ରେ ନୂତନ ଫାଣ୍ଡିଗୃହକୁ ଉଦଘାଟନ କଲେ ସିପି

ପାଗାହାଟ ପାଶ୍ୱର୍ରେ ନୂତନ ଫାଣ୍ଡିଗୃହକୁ ଉଦଘାଟନ କଲେ ସିପି

ପାଗାହାଟ ପାଶ୍ୱର୍ରେ ନୂତନ ଫାଣ୍ଡିଗୃହକୁ ଉଦଘାଟନ କଲେ ସିପି


କଟକ(ଏନ୍‌.ଏମ୍‌.): ଜଗତପୁର ଥାନା ବହୁଗ୍ରାମ ପଞ୍ଚାୟତସ୍ଥିତ ପାଗାହାଟ ନିକଟରେ ପାଗାଫାଣ୍ଡିର ନୂତନ ଗୃହ ଶୁକ୍ରବାର ଅପରାହ୍ନରେ ଶୁଭ ଉଦଘାଟନ ହୋଇଯାଇଛି । ଜଗତପୁର ଥାନା ଅଧିକାରୀ ରବିନ୍ଦ୍ରନାଥ ମେହେରଙ୍କ ପୌରହିତ୍ୟରେ ପୁଲିସ କମିଶନର(ସିପି)ସୈାମେନ୍ଦ୍ର ପ୍ରିୟଦର୍ଶି ଯୋଗ ଦେଇ ଏହି ନୂତନ ଫାଣ୍ଡିଗୃହକୁ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, ବରେଣ୍ୟ ଅତିଥିଭାବେ କଟକ ଡିସିପି ପ୍ରତୀକ ସିଂ ଓ ସମ୍ମାନୀତ ଅତିଥି ଭାବେ ଜୋନ-୧ ଏସିପି ଶୁଭ ନାରାୟଣ ମୁଦୁଲି, ଜୋନ-୬ ଏସିପି ଅମରେନ୍ଦ୍ର ପଣ୍ଡା ଯୋଗ ଦେଇଥିଲେ । ଜଗତପୁର ଅଞ୍ଚଳରେ ଆଇନଶୃଙ୍ଖଳା ପରିସ୍ଥିତିକୁ ସୁଧାରିବା ପାଇଁ ପାଗା ଫାଣ୍ଡି ସ୍ଥାପନ କରାଯାଇଛି । ଏଥିରେ ପାଗା ଫାଣ୍ଡି ଅଧିକାରୀ କୁଞ୍ଜ ବିହାରୀ ଧିରଙ୍କ ଅଧିନରେ ଜଣେ ଏଏସଆଇ ଏବଂ ୭ ଜଣ କନେଷ୍ଟବଳ ଓ ଅନ୍ୟାନ୍ୟ କର୍ମଚାରୀଙ୍କୁ ନିଯୁକ୍ତ କରାଯାଇଛି । ଜଗତପୁର ଥାନା ଅଧିନରେ ଥିବା ୭ଗୋଟି ପଞ୍ଚାୟତର ଆଇନଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରୁଛି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମଧୁପାଟଣା ଥାନା ଅଧିକାରୀ ତୁଷାରକାନ୍ତ ସେଠୀ, ମାଲଗୋଦାମ ଥାନା ଅଧିକାରୀ ତୃପ୍ତି ରଞ୍ଜନ ନାୟକଙ୍କ ସମେତ ୪୪ନଂ ଜୋନ ଜିଲ୍ଲାପରିଷଦ ସଦସ୍ୟା ରଞ୍ଜିତା ସେଠୀ,ସ୍ଥାନୀୟ ସରପଞ୍ଚ ରଶ୍ମିତା ମଲ୍ଲିକ, ସମିତି ସଭ୍ୟା ଇତିଶ୍ରୀ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ । ଫାଣ୍ଡି ଅଧିକାରୀ ଶ୍ରୀ ଧିର ଓ ଏଏସଆଇ ରମେଶ ଚନ୍ଦ୍ର ଦାସଙ୍କ ପକ୍ଷରୁ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି