ପରୋକ୍ଷ ନିର୍ବାଚନ ମାଧ୍ୟମରେ ନିର୍ବାଚିତ ହେବେ ପଞ୍ଚାୟତ ସମିତି ଅଧ୍ୟକ୍ଷ-ଅଧ୍ୟକ୍ଷା ଏବଂ ଜିଲ୍ଲା ପରିଷଦ ସଭାପତି-ଉପସଭାପତି

ପରୋକ୍ଷ ନିର୍ବାଚନ ମାଧ୍ୟମରେ ନିର୍ବାଚିତ ହେବେ ପଞ୍ଚାୟତ ସମିତି ଅଧ୍ୟକ୍ଷ-ଅଧ୍ୟକ୍ଷା ଏବଂ ଜିଲ୍ଲା ପରିଷଦ ସଭାପତି-ଉପସଭାପତି

ପରୋକ୍ଷ ନିର୍ବାଚନ ମାଧ୍ୟମରେ ନିର୍ବାଚିତ ହେବେ ପଞ୍ଚାୟତ ସମିତି ଅଧ୍ୟକ୍ଷ-ଅଧ୍ୟକ୍ଷା ଏବଂ ଜିଲ୍ଲା ପରିଷଦ ସଭାପତି-ଉପସଭାପତି


ଭୁବନେଶ୍ୱର(ଏନ୍‌.ଏମ୍‌.): ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ଅନୁଯାୟୀ ପଞ୍ଚାୟତ ସମିତିର ଅଧ୍ୟକ୍ଷ-ଉପାଧ୍ୟକ୍ଷ ଏବଂ ଜିଲ୍ଲା ପରିଷଦର ସଭାପତି-ଉପସଭାପତି ପଦବୀଗୁଡ଼ିକ ପରୋକ୍ଷ ନିର୍ବାଚନ ମାଧ୍ୟମରେ ପୂରଣ କରାଯିବ ବୋଲି ରାଜ୍ୟ ନିର୍ବାଚନ କମିଶନ ଗତ ଫେବୃଆରୀ ୧୫ ତାରିଖରେ ନିର୍ଦ୍ଦେଶନାମା ଜାରି କରିଛନ୍ତି । ରାଜ୍ୟର ସମସ୍ତ ପଞ୍ଚାୟତ ସମିତିର ଅଧ୍ୟକ୍ଷ ପଦବୀ ନିମନ୍ତେ ମାର୍ଚ୍ଚ ୧୨ତାରିଖରେ ପରୋକ୍ଷ ନିର୍ବାଚନ ଅନୁଷ୍ଠିତ ହେବ ଓ ଉପାଧ୍ୟକ୍ଷ ପଦବୀ ନିମନ୍ତେ ଚଳିତ ୨୩ ତାରିଖରେ ନିର୍ବାଚନ ହେବ । ସେହିପରି ଚଳିତ ମାସ ୧୩ତାରିଖରେ ଜିଲ୍ଲା ପରିଷଦ ସଭାପତି ପଦବୀ ନିମନ୍ତେ ଏବଂ ୨୫ ତାରିଖ ଦିନ ଉପସଭାପତି ପଦବୀ ନିମନ୍ତେ ପରୋକ୍ଷ ନିର୍ବାଚନ ଅନୁଷ୍ଠିତ ହେବ । ଉପରୋକ୍ତ ପଦବୀଗୁଡ଼ିକର ନିର୍ବାଚନ ନିମନ୍ତେ ନିଯୁକ୍ତ ହୋଇଥିବା ନିର୍ବାଚନ ଅଧିକାରୀମାନେ ନିର୍ଦ୍ଧାରିତ ତାରିଖ ଦିନ ପୂର୍ବାହ୍ନ ୧୦.୩୦ମିରୁ ୧୧.୩୦ମିନିଟ୍ ପର୍ଯ୍ୟନ୍ତ ପ୍ରାର୍ଥୀମାନଙ୍କୁ ନାମାଙ୍କନ ପତ୍ର ଦେଇ ପୁନର୍ବାର ଗ୍ରହଣ କରିବେ । ୧୧.୩୦ମିରୁ ୧୨.୩୦ମିନିଟ୍ ମଧ୍ୟରେ ନାମାଙ୍କନ ପତ୍ରଗୁଡ଼ିକର ଯାଞ୍ଚ କରାଯିବ ଏବଂ ଅପରାହଅ ୧ ଘଟିକା ପୂର୍ବରୁ ପ୍ରାର୍ଥୀମାନେ ଚାହିଁଲେ ନାମାଙ୍କନ ପତ୍ର ପ୍ରତ୍ୟାହାର କରିପାରିବେ । ସେହିଦିନ ଅପରାହ୍ନ ୧ଟା ୩୦ମିନିଟରୁ ୪ ଘଟିକା ମଧ୍ୟରେ ଭୋଟଗ୍ରହଣ କରାଯିବ । ଭୋଟ ଗ୍ରହର ପରେ ପରେ ଭୋଟଗଣତି କରାଯାଇ ଫଳାଫଳ ପ୍ରକାଶ ପାଇବ । ଉକ୍ତ ପଦବୀଗୁଡ଼ିକ ନିମନ୍ତେ ପରୋକ୍ଷ ନିର୍ବାଚନ ହେଉଥିବାରୁ ନିର୍ବାଚନରେ ଅଂଶଗ୍ରହଣ ନିମନ୍ତେ ଥିବା ସଭ୍ୟ-ସଭ୍ୟା କିମ୍ବା ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହୋଇଥିବା ଅଧିକାରୀମାନେ କେହି ଗୃହ ବାହାରକୁ ଯାଇପାରିବେ ନାହିଁ ବୋଲି ନିର୍ବାଚନ କମିଶନ କଟକଣା ଜାରି କରିଛନ୍ତି । ଶାନ୍ତି, ଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା ନିମନ୍ତେ ବିହିତ ସୁରକ୍ଷା ବ୍ୟବସ୍ଥା କରିବା ପାଇଁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକମାନଙ୍କୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ପୁନଶ୍ଚ ରାଜ୍ୟର ସମସ୍ତ ଗ୍ରାମ ପଞ୍ଚାୟତର ନାୟବ ସରପଞ୍ଚ ପଦବୀ ନିମନ୍ତେ ଚଳିତ ମାର୍ଚ୍ଚ ମାସ ୧୧ ତାରିଖରେ ପରୋକ୍ଷ ନିର୍ବାଚନ ଅନୁଷ୍ଠିତ ହେବ । ଏଥି ନିମନ୍ତେ ନିଯୁକ୍ତ ହୋଇଥିବା ନିର୍ବାଚନ ଅଧିକାରୀମାନେ ମାର୍ଚ୍ଚ ୧୧ତାରିଖ ଦିନ ପୂର୍ବାହ୍ନ ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ପ୍ରାର୍ଥୀଙ୍କୁ ନାମାଙ୍କନ ପତ୍ର ଦେବେ ଓ ୧୧ଟାରୁ ୧୧.୩୦ ମିନିଟ୍ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଯାଞ୍ଚ କରାଯିବ ଏବଂ ମଧ୍ୟାହ୍ନ ୧୨ଟା ପୂର୍ବରୁ ପ୍ରାର୍ଥୀମାନେ ଚାହିଁଲେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ । ସେହିଦିନ ଅର୍ଥାତ ୧୧ତାରିଖ ଦିନ ମଧ୍ୟାହ୍ନ ୧୨ଟାରୁ ୧ ଘଟିକା ପର୍ଯ୍ୟନ୍ତ ନାୟବ ସରପଞ୍ଚ ପଦବୀ ନିମନ୍ତେ ଭୋଟଗ୍ରହଣ କରାଯିବ । ମତଦାନ ପରେ ପରେ ଭୋଟ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ ବୋଲି ରାଜ୍ୟ ନିର୍ବାଚନ କମିଶନ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜନୀତି ରାଜ୍ୟ ଶିକ୍ଷା ଓ ନିଯୁକ୍ତି