ପରିବେଶ ସୁରକ୍ଷା ନେଇ ପ୍ରକାଶ ପାଇଛି ତତ୍ପରତା : କଟକ ଷଷ୍ଠ ବାଟାଲିୟନରେ ବ୍ୟାପକ ବୃକ୍ଷରୋପଣ

ପରିବେଶ ସୁରକ୍ଷା ନେଇ ପ୍ରକାଶ ପାଇଛି ତତ୍ପରତା : କଟକ ଷଷ୍ଠ ବାଟାଲିୟନରେ ବ୍ୟାପକ ବୃକ୍ଷରୋପଣ

ପରିବେଶ ସୁରକ୍ଷା ନେଇ ପ୍ରକାଶ ପାଇଛି ତତ୍ପରତା
କଟକ ଷଷ୍ଠ ବାଟାଲିୟନରେ ବ୍ୟାପକ ବୃକ୍ଷରୋପଣ

News by Umakanta Jena (Cuttack)

#କଟକ(ଏନ୍‌.ଏମ୍‌.): ସମ୍ପ୍ରତି ବିଶ୍ୱ ଯେଉଁଭଳି ଭାବେ ପ୍ରଗତି ପଛରେ ଅନୁଧାବନ ହେଉଛି ପ୍ରକୃତି ପ୍ରତି ସେତିକି ଅବହେଳା କରୁଛି । ଫଳରେ ବିଶ୍ୱ ତାପାୟନର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳିଛି । ଯୁଆଡେ ଦେଖିବ ଅସୁମାରୀ କଳକାରଖାନା ମୁଣ୍ଡ ଟେକୁଥିବାବେଳେ କଂକ୍ରିଟ ଜଙ୍ଗଲରେ ପରିଣତ ହୋଇଛି । ତେଣୁ ଆଉ ସବୁଜିମା ଜଙ୍ଗଲ ଦିନକୁ ଦିନ ନିଶ୍ଚିହ୍ନ ହେବାରେ ଲାଗିଛି । ଜୀବଜଗତ ପାଇଁ ବୃକ୍ଷ ସମ୍ପଦ ନିହାତି ଅପରିହାର୍ଯ୍ୟ ହୋଇଥିବାଳେ ଏବେ ବ୍ୟାପକ ଗଛକଟା ଚାଲୁଛି । ଫଳରେ ପରିବେଶ ନଷ୍ଟ ହେବା ସହ ବିଭିନ୍ନ ସମୟରେ ପ୍ରାକୃତିକ ବିପର୍ଯ୍ୟୟ ଦେଖିବାକୁ ମିଳୁଛି । ସେହିଭଳି ବିଜ୍ଞାନ ମତରେ ଗଛ ସଂଖ୍ୟା ହ୍ରାସ ଯୋଗୁଁ ବାୟୁମଣ୍ଡଳରେ ଉତ୍ତାପ ବୃଦ୍ଧି ପାଇବା ସହ ବର୍ଷା ଓ ଶୀତ ମଧ୍ୟ କମିକମି ଯାଉଛି । ତେଣୁ ଏବେ ବ୍ୟାପକ ବୃକ୍ଷରୋପଣର ଆବଶ୍ୟକତା ଦେଖାଦେଇଛି । ଆଗାମୀ ପୀଢ଼ିକୁ ସୁସ୍ଥ ରଖିବା ନିମନ୍ତେ ଏବେ ସରକାରୀ ଓ ବେସରକାରୀ ସ୍ତରରେ ବୃକ୍ଷରୋପଣ ଉପରେ ଯଥେଷ୍ଟ ଗୁରୁତ୍ୱ ଦିଆଯାଉଛି । ଏହି ପରିପ୍ରେକ୍ଷୀରେ ଆଜି କଟକ ଓଏମପିଛକ ନିକଟସ୍ଥ ଷଷ୍ଠ ବାଟାଲିୟନ ପରିସରରେ ବ୍ୟାପକ ବୃକ୍ଷରୋପଣ କରାଯାଇଛି । ଷଷ୍ଠ ବାଟାଲିୟନ ରିଜର୍ଭ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କ ସହିତ ଭୁବନେଶ୍ୱରର ଗ୍ରୀନ ଡ୍ରାଇଭ ସାହା ଚାରିଟେବୁଲ ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ବାଟାଲିୟନ କମାଣ୍ଡର ସୂର୍ଯ୍ୟନାରାୟଣ ମଲ୍ଲିକ ପୌରହିତ୍ୟ କରିଥିବାବେଳେ ଟ୍ରଷ୍ଟର ମୁଖ୍ୟ ସାଧୁ ଶ୍ରୀ ଶ୍ରୀ ଜୀବନ ବାବା ଚାରା ରୋପଣର ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ଡେପୁଟି କମାଣ୍ଡାଣ୍ଟ ଅନିଲ କୁମାର ପ୍ରଧାନ, ସହ କମାଣ୍ଡାଣ୍ଟ ନିରଞ୍ଜନ ସାମଲ, ତରୁଣ କୁମାର ମଲ୍ଲିକ, ରମେଶ ଚନ୍ଦ୍ର ଖଟୁଆ, ସନ୍ତୋଷ କୁମାର କିଶନ, ଇନ୍ସପେକ୍ଟର (ଆର୍ମଡ) ମୁରଲୀଧର ବିଶ୍ୱାଳ, ଚକ୍ରଧର ବେହେରା, ସବଇନ୍ସପେକ୍ଟର ସେକ ସିରାଜୁଦ୍ଦିନ, ନିରଞ୍ଜନ ରଥ, ଅମୂଲ୍ୟ କୁମାର ଜେନା, ଗୟାଧର ବେହେରା, ଏଏସଆଇ ପ୍ରସନ୍ନ କୁମାର ପରମାଣିକ, ସୁବାଷ ଚନ୍ଦ୍ର ବରଦା, ପ୍ରତାପ କୁମାର ପ୍ରଧାନ, ହାବିଲଦାର ହୃଷିକେଶ ପରିଡା ପ୍ରମୁଖ ଯୋଗଦେଇ ପ୍ରାୟ ୧ହଜାର ଚାରା ରୋପଣ କରିଥିଲେ ।

Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ