ପରିବହନ ବିଭାଗର ନୂଆ ନିୟମ: ଓଡ଼ିଶାରେ ସ୍କ୍ରାପିଂରୁ ବର୍ତ୍ତିଯିବ ଭିଣ୍ଟେଜ ଗାଡ଼ି

ପରିବହନ ବିଭାଗର ନୂଆ ନିୟମ: ଓଡ଼ିଶାରେ ସ୍କ୍ରାପିଂରୁ ବର୍ତ୍ତିଯିବ ଭିଣ୍ଟେଜ ଗାଡ଼ି

ପରିବହନ ବିଭାଗର ନୂଆ ନିୟମ: ଓଡ଼ିଶାରେ ସ୍କ୍ରାପିଂରୁ ବର୍ତ୍ତିଯିବ ଭିଣ୍ଟେଜ ଗାଡ଼ି

News by B.Mishra (BBSR)

#ଭୁବନେଶ୍ୱର(ଏନ୍‌.ଏମ୍‌.): ସରକାରଙ୍କ ସ୍କ୍ରାପିଙ୍ଗ ନୀତିରୁ ବର୍ତ୍ତିଯିବ ଭିଣ୍ଟେଜ ଗାଡ଼ି । ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ଭିଣ୍ଟେଜ ଗାଡ଼ି ରେଜିଷ୍ଟ୍ରେସନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ୫୦ ବର୍ଷରୁ ଅଧିକ ହୋଇଥିବା ଗାଡ଼ିର ପଞ୍ଜୀକରଣ ସହ ନମ୍ବର ଆରମ୍ଭରୁ ୟୁନିକ ରେଜିଷ୍ଟ୍ରେସନ ମାର୍କ (ଭିଏ) ରହିବ । ଗାଡି ଯାଞ୍ଚ ପରେ ଫିଟନେସ ଏବଂ ବୈଧ ପିୟୁସି ଥିଲେ ରାଜ୍ୟ ପଞ୍ଜୀକରଣ ପ୍ରାଧିକରଣ ଦ୍ୱାରା ରେଜିଷ୍ଟ୍ରେସନ ସାର୍ଟିଫିକେଟ୍ ଦିଆଯିବ । ନୂତନ ନିୟମ ଅନୁଯାୟୀ ନୂଆ ସାର୍ଟିଫିକେଟ୍ ପାଇଁ ୨୦ ହଜାର ଟଙ୍କା ଖର୍ଚ୍ଚ ହେବ । ଏହା ୧୦ ବର୍ଷ ଯାଏଁ ବୈଧ ରହିବ । ପରବର୍ତ୍ତୀ ସମୟରେ ପଞ୍ଜିକରଣର ନବୀକରଣ ପାଇଁ ଅତିରିକ୍ତ ୫ ହଜାର ଟଙ୍କା ଖର୍ଚ୍ଚ ହେବ ଏବଂ ତାର ବୈଧତା ୫ ବର୍ଷ ଯାଏଁ ରହିବ । ଭିଣ୍ଟେଜ୍ ମୋଟର ଯାନ ଗୁଡିକ ନିୟମିତ କିମ୍ବା ବାଣିଜ୍ୟିକ ଉଦ୍ଦେଶ୍ୟରେ ରାସ୍ତାରେ ଚାଲିପାରିବ ନାହିଁ । ଏହା କେବଳ ପ୍ରଦର୍ଶନୀ ଏବଂ ରାଲି ଉଦ୍ଦେଶ୍ୟରେ ବ୍ୟବହାର କରାଯାଇପାରିବ । ଭିଣ୍ଟେଜ ନମ୍ବର ଦିଆଯିବା ପରେ ଗାଡି ମାଲିକ ମାଲିକାନା ସ୍ଥାନାନ୍ତର ପାଇଁ ଆବେଦନ କରିପାରିବେ । ୧୯୮୮ ମୋଟର ଯାନ ଅଧିନିୟମ ଅନୁଯାୟୀ ଗାଡି ବିକ୍ରି କରିପାରିବେ ଏବଂ ଠିକଣା ପରିବର୍ତ୍ତନ ମଧ୍ୟ କରିପାରିବେ ବୋଲି ପରିବହନ ବିଭାଗ ଯୁଗ୍ମ କମିଶନର (ଟେକନିକାଲ) ଦୀପ୍ତରଞ୍ଜନ ପାତ୍ର ସୂଚନା ଦେଇଛନ୍ତି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ