ପରଲୋକରେ ଆକାଶବାଣୀର ଲୋକପ୍ରିୟ ସମ୍ବାଦପାଠକ ଉପେନ୍ଦ୍ର କୁମାର ପାହାଡ଼ ସିଂହ

ପରଲୋକରେ ଆକାଶବାଣୀର ଲୋକପ୍ରିୟ ସମ୍ବାଦପାଠକ ଉପେନ୍ଦ୍ର କୁମାର ପାହାଡ଼ ସିଂହ

ପରଲୋକରେ ଆକାଶବାଣୀର ଲୋକପ୍ରିୟ ସମ୍ବାଦପାଠକ ଉପେନ୍ଦ୍ର କୁମାର ପାହାଡ଼ ସିଂହ


ଭୁବନେଶ୍ୱର (ଏନ୍‌.ଏମ୍‌.): ୯୦ ଦଶକର ଲୋକପ୍ରିୟ ସମ୍ବାଦପାଠକ ଉପେନ୍ଦ୍ର କୁମାର ପାହାଡ଼ ସିଂହଙ୍କ ୮୪ ବର୍ଷ ବୟସରେ ଆଜି ତାଙ୍କର ପରଲୋକ ହୋଇ ଯାଇଛି । ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ହୃଦଘାତରେ ତାଙ୍କର ବିୟୋଗ ହୋଇଛି । ଏନେଇ ତାଙ୍କ ପୁଅ ସୂଚନା ଦେଇଛନ୍ତି । ଉପେନ୍ଦ୍ର କୁମାର ପାହାଡ଼ ସିଂହ ନବେ ଦଶକରେ ଆକାଶବାଣୀର ସବୁଠୁ ଲୋକପ୍ରିୟ ସମ୍ବାଦ ପାଠକ ଥିଲେ ତାଙ୍କ ନିଆରା ସମ୍ବାଦ ପଠନ ଶୈଳୀ ଆଜିବି ରେଡିଓ ଶ୍ରୋତାଙ୍କ ମନ ଭିତରେ ଛାପ ହୋଇ ରହିଛି । ଦିଲ୍ଲୀରୁ ପ୍ରସାରିତ ଓଡ଼ିଆ ସମ୍ବାଦ ପାଠକ ଭାବେ ଲୋକେ ତାଙ୍କୁ ଆଜି ବି ମନେ ରଖିଛନ୍ତି । ଚାକିରିରୁ ଅବସର ପରେ ସେ ଆକାଶବାଣୀ କଲୋନୀରେ ରହୁଥିଲେ । ତେବେ ଆକାଶବାଣୀର ଲୋକପ୍ରିୟ ସମ୍ବାଦପାଠକ ଉପେନ୍ଦ୍ର କୁମାର ପାହାଡ଼ ସିଂହ ଗତ କିଛି ଦିନ ଧରି ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କୁ ଦିଲ୍ଲୀରେ ଏକ ପ୍ରାଇଭେଟ୍ ମେଡିକାଲ କରାଯାଇଥିଲା । ଆଜି ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାଇ ଖେଳି ଯାଇଛି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ