ପବିତ୍ର ମକର ସଂକ୍ରାନ୍ତିର ଗୁଡ଼ିଉଡ଼ା: କାହା ପାଇଁ ପୁଷମାସ ତ କାହା ପାଇଁ ସର୍ବନାସ

ପବିତ୍ର ମକର ସଂକ୍ରାନ୍ତିର ଗୁଡ଼ିଉଡ଼ା: କାହା ପାଇଁ ପୁଷମାସ ତ କାହା ପାଇଁ ସର୍ବନାସ

ପବିତ୍ର ମକର ସଂକ୍ରାନ୍ତିର ଗୁଡ଼ିଉଡ଼ା: କାହା ପାଇଁ ପୁଷମାସ ତ କାହା ପାଇଁ ସର୍ବନାସ

News by Rajendra Pradhan (Cuttack)

#କଟକ(ଏନ୍‌.ଏମ୍‌.): ପବିତ୍ର ମକର ସଂକ୍ରାନ୍ତି ଅବସରରେ ନିଳ ଆକାଶର ବୁକୁରେ ରଙ୍ଗିନ ଗୁଡ଼ି ଉଡ଼ାଇବାର ମଜା ନିଆରା । ପବନର ତାଳେ ତାଳେ ଗୁଡ଼ି ଉଡ଼ାଇ ମଜା ଅନୁଭବ କରିବାର ପରମ୍ପରା କାହିଁ କେତେକାଳରୁ ରହିଛି । ମାତ୍ର ଏବେ ଗୁଡ଼ିଉଡ଼ାର ସଉକ କାହାପାଇଁ ପୁଷ ମାସ ତ ଆଉ କାହା ପାଇଁ ସର୍ବନାଶ ପାଲଟିଥିବା ଦେଖିବାକୁ ମିଳିଛି । ବିଶେଷ କରି କଟକ ଜିଲ୍ଲାରେ ଗୁଡ଼ି ଉଡ଼ାର ସଉକ ଢେର ଅଧିକ ରହିଛି । ସମ୍ପ୍ରତି ଗୁଡ଼ି ଉଡ଼ାରେ ବ୍ୟବହୃତ ମାଞ୍ଜା କିମ୍ବା ଚାଇନିଜ ସୂତା ସାଙ୍ଗକୁ ଜନଗହଳି ଅଞ୍ଚଳ ରାସ୍ତା ପାଶ୍ୱର୍ରେ ଉଡ଼ାଇବା ଯୋଗୁଁ ବିଭିନ୍ନ ସମୟରେ ଦୁର୍ଘଟଣା ହେବା ସହ ପ୍ରାଣହାନୀ ଘଟୁଛି । ଏପରିକି ଆକାଶରେ ଗୁଡ଼ି କଟି ଯିବା ବେଳେ ଏହାର ପ୍ରାଣଘାତୀ ସୂତା ରାସ୍ତାରେ ଝୁଲି ଝୁଲି ଯାଉଥିବାବେଳେ କାହା ବେକରେ ତ ଆଉ କାହା ହାତରେ ଲାଗି କଟି ଯାଉଛି । ବିଗତ ଦିନରେ ଏକାଧିକ ଲୋକଙ୍କ ପ୍ରାଣ ହାନି ଘଟିଥିବାର ନଜୀର ରହିଛି । ତେଣୁ ମନ ଖୁସି କରିବା ପାଇଁ ଗୁଡ଼ି ଉଡ଼ା ଯାଉଥିବାବେଳେ ଏହାଦ୍ୱାରା ଦୁର୍ଘଟଣାଗ୍ରସ୍ତଙ୍କ ଘର ବୁଡ଼ି ଯାଉଥିବା କୁହାଯାଉଛି । ଯାହା ଫଳରେ ଗୁଡ଼ି ଉଡ଼ା ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟୁଥିବା ଯୋଗୁଁ ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ବ୍ୟାନ କରାଯାଇଛି । ରାସ୍ତା ପାଶ୍ୱର୍, ଘର ଛାତ ଉପର କିମ୍ବା ଜନଗହଳି ସ୍ଥାନରେ ଗୁଡ଼ି ନଉଡ଼ାଇବା ସହ ମାଞ୍ଜା କିମ୍ବା ଚାଇନିଜ ସୂତା ବ୍ୟବହାର ନକରିବା ପାଇଁ ପ୍ରଶାସନ ଘୋଷଣା କରିବା ସହ ଚଢ଼ାଉ ମଧ୍ୟ କରୁଛି । ମାତ୍ର ଏହା କେବଳ ଲୋକଦେଖାଣିଆ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଆଜି ପବିତ୍ର ମକର ସଂକ୍ରାନ୍ତିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । କଟକ ଉପକଣ୍ଠ ବାଲିକୁଦା ଛକ ନିକଟରେ ଏହି ଅଘଟଣ ଘଟିଛି । ଗୁଡ଼ି ସୂତା ଲାଗି ଦୁଇଜଣ ଯୁବକ ଆହତ ହୋଇଛନ୍ତି । ଚାଇନା ସୂତା ଲାଗିଯିବାରୁ ବାଇକରେ ଯାଉଥିବା ଦୁଇ ଜଣ ଆହତ ହୋଇଛନ୍ତି । ଜଣଙ୍କ ବେକରେ ଆଘାତ ଲାଗିଥିବା ବେଳେ ଅନ୍ୟ ଜଣଙ୍କ ହାତ ପାପୁଲିରେ ଆଘାତ ଲାଗିଛି । ଆହତଦ୍ୱୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁଯାୟୀ, ଆଜି ସକାଳେ ଯୁବକ ଦ୍ୱୟ ବାଇକରେ ନିଆଳିରୁ କଟକ ଆସୁଥିଲେ । ବାଲିକୁଦା ନିକଟରେ ଜଣେ ଯୁବକଙ୍କ ବେକରେ ଗୁଡ଼ି ସୂତା ଲାଗି ଯାଇଥିଲା । ଅନ୍ୟ ଜଣଙ୍କର ହାତ ପାପୁଲିରେ ସୂତା ଲାଗିଯାଇଥିଲା ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ