ପଦ୍ମଶ୍ରୀ ଶ୍ରୀନିବାସ ଉଦ୍‌ଗାତା ପାଇଲେ ସାହିତ୍ୟ ଭାରତୀ ସମ୍ମାନ

ପଦ୍ମଶ୍ରୀ ଶ୍ରୀନିବାସ ଉଦ୍‌ଗାତା ପାଇଲେ ସାହିତ୍ୟ ଭାରତୀ ସମ୍ମାନ

ପଦ୍ମଶ୍ରୀ ଶ୍ରୀନିବାସ ଉଦ୍‌ଗାତା ପାଇଲେ ସାହିତ୍ୟ ଭାରତୀ ସମ୍ମାନ

News by Smruti ranjan Tripathy (Cuttack)

#କଟକ(ଏନ୍‌.ଏମ୍‌): ସ୍ଥାନୀୟ କଳାବିକାଶ କେନ୍ଦ୍ର ଠାରେ ଗଙ୍ଗାଧର ରଥ ଫାଉଣ୍ଡେସନ ପକ୍ଷରୁ ସାହିତ୍ୟ ଭାରତୀ ସମ୍ମାନ ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଟ୍ରଷ୍ଟି ଡକ୍ଟର ଜୟନ୍ତ ରଥ ଏହି ଅଷ୍ଟବିଂଶତମ୍ ସମାରୋହରେ ସଭାପତିତ୍ୱ କରିଥିଲେ । ଫାଉଣ୍ଡେସନ ପକ୍ଷରୁ ୧୯୯୨ ମସିହାରୁ ଆଜି ପର୍ଯ୍ୟନ୍ତ ସାହିତ୍ୟ ଭାରତୀ ସମ୍ମାନ ସହିତ ବିଭିନ୍ନ ସମ୍ମାନ କୃତୀ ସାହିତ୍ୟିକ ମାନଙ୍କୁ ପ୍ରଦାନ କରାଯାଉଛି । ଏହି ଅବସରରେ ଓଡ଼ିଶା ହାଇକୋର୍ଟର ବିଚାର ପତି ଜଷ୍ଟିସ ବିଦ୍ୟୁତ୍ ରଞ୍ଜନ ଷଡଙ୍ଗୀ ମୁଖ୍ୟଅତିଥି ଭାବରେ ଯୋଗ ଦେଇ ଚଳିତ ବର୍ଷର “ସାହିତ୍ୟ ଭାରତୀ’ ସମ୍ମାନ ବିଶିଷ୍ଟ ସାହିତ୍ୟ ସାଧକ ପଦ୍ମଶ୍ରୀ ଶ୍ରୀନିବାସ ଉଦଗାତାଙ୍କୁ ପ୍ରଦାନ କରିଥିଲେ । ସମ୍ମାନ ସ୍ୱରୂପ ମାନପତ୍ର, କୋଣାର୍କର ଏକ ଫଳକ ଏବଂ ଏକ ଲକ୍ଷ ଟଙ୍କା ପୁରସ୍କାର ବାବଦ ଅର୍ଥ ପ୍ରଦାନ କରାଯାଇଥିଲା । ପଦ୍ମଶ୍ରୀ ଉଦଗାତା ଏପର୍ଯ୍ୟନ୍ତ ୩୨୩ ପୁସ୍ତକ ରଚନା କରିବା ସହିତ ଅନେକ ଅନୁବାଦ ପୁସ୍ତକ କରିଛନ୍ତି । ଏହା ବ୍ୟତୀତ ଚିତ୍ରକଳା ଦିଗରେ ତାଙ୍କର ଯଥେଷ୍ଟ ସୁନାମ ରହିଛି । ଏହାବ୍ୟତୀତ ବିଶିଷ୍ଟ କଣ୍ଠ ଶିଳ୍ପୀ ପଦ୍ମଶ୍ରୀ ଶ୍ୟାମାମଣି ଦେବୀ ଙ୍କୁ ଗଙ୍ଗାଧର ରଥ ସ୍ମାରକୀ ସମ୍ମାନ, କବି ଭଗବାନ ଜୟସିଂହଙ୍କୁ ଭାନୁଜି ରାଓ ସ୍ମାରକୀ ସମ୍ମାନ, ବିଶିଷ୍ଟ କଥାକାର ମାନସୀ ଦାସଙ୍କୁ ବୀଣାପାଣି ମହାନ୍ତି କଥା ସାହିତ୍ୟ ପୁରସ୍କାର ପ୍ରଦାନ କରାଯାଇଥିଲା । ପ୍ରତ୍ୟେକ ଙ୍କୁ ୨୫ହଜାର ଟଙ୍କା ଓ ରୌପ୍ୟ ଉପଢ଼ଉକନ୍ ପ୍ରଦାନ କରାଯାଇଛି । ଡ.ମୌସୁମୀ ପରିଡ଼ା ଏବଂ ରବିନାରାୟଣ ଦାସ ଙ୍କୁ ସୁବ୍ରତ ରଥ ସ୍ମାରକୀ ପୁରସ୍କାର ପ୍ରଦାନ କରାଯାଇଥିଲା । ପ୍ରତ୍ୟେକଙ୍କୁ,୧୦ହଜାର ଟଙ୍କା ଓ ରୌପ୍ୟ ଉପ ଢୌକନ୍ ପ୍ରଦାନ କରାଯାଇଛି । ଏହି ସମ୍ମାନ ପ୍ରଦାନ ଉତ୍ସବରେ ମୁଖ୍ୟଅତିଥି ଜଷ୍ଟିସ ବିଦ୍ୟୁତ୍ ରଞ୍ଜନ ଷଡଙ୍ଗୀ ପୁରସ୍କାର ପ୍ରଦାନ କରି କହିଲେ ଯେ, ସାହିତ୍ୟର ବିକାଶ ଓ ସାହିତ୍ୟିକ ମାନଙ୍କୁ ପ୍ରୋତ୍ସାହନ କ୍ଷେତ୍ରରେ ଗଙ୍ଗାଧର ରଥ ଫାଉଣ୍ଡେସନ ପ୍ରମୁଖ ଭୂମିକା ଗ୍ରହଣ କରି ଆସିଛି । ଅନ୍ୟ ମାନଙ୍କ ମଧ୍ୟରେ ମୁଖ୍ୟବକ୍ତା ଭାବରେ ବିଶିଷ୍ଟ ନାରୀ କବି ଡ.ଅପର୍ଣ୍ଣା ମହାନ୍ତି କହିଲେ ଭାଷା ସାହିତ୍ୟ ଓ ସଂସ୍କୃତି ଗୋଟିଏ ଜାତିର ସ୍ୱାଭିମାନର ପ୍ରତୀକ । ଡକ୍ଟର ବିଜୟାନନ୍ଦ ସିଂହ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଫାଉଣ୍ଡେସନର ସମ୍ପାଦକ ସୁସ୍ମିତା ରଥ ବିବରଣୀ ପାଠ କରିଥିଲେ ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ