ପତ୍ନୀ ହତ୍ୟା ମାମଲାରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ

ପତ୍ନୀ ହତ୍ୟା ମାମଲାରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ

ପତ୍ନୀ ହତ୍ୟା ମାମଲାରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ


#ରାଇରଙ୍ଗପୁର (ଏନ୍‌.ଏମ୍‌.): ମୟୂରଭଞ୍ଜ ଜିଲ୍ଲାର ବିଶୋଇ ଥାନା ଅନ୍ତର୍ଗତ ମହୁଭଣ୍ଡାର ଗ୍ରାମରେ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ପାରିବାରିକ ଗଣ୍ଡଗୋଳ ନେଇ ପତ୍ନୀକୁ ବାଉଁଶ ବାଡିରେ ଅମାନୁଷିକ ଭାବରେ ଦିନ ଦ୍ୱିପହରରେ ପିଟିପିଟି ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ଆଜି ରାଇରଙ୍ଗପୁର କୋର୍ଟରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ଶୁଣାଣି ହୋଇଛି । ସୂଚନାଯୋଗ୍ୟ ଯେ, ୨୯/୧୦/୨୦୨୧ ମସିହାରେ ମହୁଭଣ୍ଢାର ଗ୍ରାମର ରାମଜିତ୍ ଟୁଡୁ (୫୫)ପାରିବାରିକ ସମସ୍ୟା ନେଇ ପତ୍ନୀ ଆଶମାତଙ୍କ ସହ ପାଟିତୁଣ୍ଡ କରିଥିଲେ । ପରେ ଉତ୍ୟକ୍ତ ରାମଜିତ ନିଜର ପତ୍ନୀକୁ ବାଉଁଶ ବାଡିରେ ପିଟି ହତ୍ୟା କରିଥିଲେ । ଖବର ପାଇ ଆଶମାତର ପୈତୃକ ଘର ଲୋକେ ଆସିଥିଲେ । ୩୦/୧୦/୨୧ ତାରିଖ ଦିନ ଆଶମାତ୍ ର ଭଉଣୀ କାପୁରା ମାରାଣ୍ଡି ବିଶୋଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ହତ୍ୟା ମାମଲାରେ ଏକ କେଶ ୧୩୫/୨୧ ରୁଜୁ କରିଥିଲା । ଆଜି ରାଇରଙ୍ଗପୁର କୋର୍ଟରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଦୀପକ କୁମାର ଶୁଣାଣିରେ ପୁଲିସ ରିପୋର୍ଟ, ପାରିପାର୍ଶ୍ୱିକ ପ୍ରମାଣ ଏବଂ ୨୧ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ପତ୍ନୀ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଓ ଅନାଦେୟ ୧ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି । ସରକାରଙ୍କ ପକ୍ଷରୁ ଏପିପି ପଙ୍କଜ ଦାସ ମାମଲା ପରିଚାଳନା କରୁଥିଲେ ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ