ପଞ୍ଚୁକ ପାଇଁ ଧବଳେଶ୍ୱର ପୀଠରେ ୧୪୪ ଧାରା: ବିନା ଶ୍ରଦ୍ଧାଳୁରେ ନୀତିକାନ୍ତି

ପଞ୍ଚୁକ ପାଇଁ ଧବଳେଶ୍ୱର ପୀଠରେ ୧୪୪ ଧାରା: ବିନା ଶ୍ରଦ୍ଧାଳୁରେ ନୀତିକାନ୍ତି

ପଞ୍ଚୁକ ପାଇଁ ଧବଳେଶ୍ୱର ପୀଠରେ ୧୪୪ ଧାରା: ବିନା ଶ୍ରଦ୍ଧାଳୁରେ ନୀତିକାନ୍ତି


ଆଠଗଡ଼(ଏନ୍‌.ଏମ୍‌.): ଆଜିଠୁ ଆରମ୍ଭ ହେଉଛି କାର୍ତ୍ତିକ ମାସ ପଞ୍ଚୁକ ବ୍ରତ । ପଞ୍ଚୁକ ଅବସରରେ କଟକ ଜିଲ୍ଲା ଆଠଗଡ଼ ବ୍ଲକ ଅନ୍ତର୍ଗତ ଧବଳେଶ୍ୱର ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ମାତ୍ର ସମ୍ପ୍ରତି କରୋନା କଟକଣା ପାଇଁ ଆଠଗଡ଼ର ବାବା ଧବଳେଶ୍ୱର ପୀଠରେ ଭକ୍ତଙ୍କ ଗହଳି ରୋକିବାକୁ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି । ତେବେ ଭକ୍ତଙ୍କ ପାଇଁ କଟକଣା ଲାଗିଥିବା ବେଳେ ବାବାଙ୍କ ନୀତିକାନ୍ତି ସ୍ୱାଭାବିକ ଭାବେ ଚାଲିଛି । ଭୋର ୪ଟାରୁ ପହଡ ଖୋଲାଯାଇ ବାବାଙ୍କର ୧୦୮ କଳସ ଜଳରେ ସ୍ନାନ କରାଯାଇ ମଙ୍ଗଳ ଆଳଳି କରାଯାଇଥିଲା । ପରେ ବିନା ଭକ୍ତରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର । ସୁରକ୍ଷା ଦୃଷ୍ଟିରୁ ମନ୍ଦିରର ପ୍ରବେଶ ପଥ ଝୁଲାପୋଲ ପରିସରରେ ପୁଲିସ ଫୋର୍ସ ମୁତୟନ କରାଯାଇଛି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ସ୍ୱାସ୍ଥ୍ୟ