ପଞ୍ଚାୟତ ନିର୍ବାଚନ ପାଇଁ ଜାନୁଆରୀ ୧୨ରେ ଚୁଡ଼ାନ୍ତ ବୈଠକ: ଯୋଗଦେବେ ଜିଲ୍ଲାପାଳ ଓ ଏସପି

ପଞ୍ଚାୟତ ନିର୍ବାଚନ ପାଇଁ ଜାନୁଆରୀ ୧୨ରେ ଚୁଡ଼ାନ୍ତ ବୈଠକ: ଯୋଗଦେବେ ଜିଲ୍ଲାପାଳ ଓ ଏସପି

ପଞ୍ଚାୟତ ନିର୍ବାଚନ ପାଇଁ ଜାନୁଆରୀ ୧୨ରେ ଚୁଡ଼ାନ୍ତ ବୈଠକ
ଯୋଗଦେବେ ଜିଲ୍ଲାପାଳ ଓ ଏସପି


ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟରେ ଏବେ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକ୍ରିୟା ଜୋରଦାର ଚାଲିଛି । ନିର୍ବାଚନକୁ ନେଇ ବହୁ ବାଦ ବିବାଦ ସୃଷ୍ଟି ହେଉଥିଲେ ମଧ୍ୟ ନିର୍ବାଚନକୁ କିଭଳି ସ୍ୱଚ୍ଛ ଏବଂ ଅବାଧ କରାଯିବ ସେନେଇ ନିର୍ବାଚନ କମିଶନର ପ୍ରସ୍ତୁତି ଚଳାଇଛନ୍ତି । ତେବେ ପଛୁଆ ବର୍ଗଙ୍କ ସଂରକ୍ଷଣ ବିନା ନିର୍ବାଚନ ନକରିବାକୁ ବିରୋଧୀ ଦଳଗୁଡ଼ିକର ଦାବି ମଧ୍ୟରେ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟାକୁ ରାଜ୍ୟ ନିର୍ବାଚନ କମିଶନର ତ୍ୱରାନ୍ୱିତ କରିଛନ୍ତି । ଓମିକ୍ରନ ସଂକ୍ରମଣ ବୃଦ୍ଧି ସତ୍ତ୍ୱେ ପଞ୍ଚାୟତ ନିର୍ବାଚନ ପ୍ରଭାବିତ ହେବାର ଆଶଙ୍କା କରାଯାଉଥିଲେ ମଧ୍ୟ ରାଜ୍ୟ ନିର୍ବାଚନ କମିଶନର ଆସନ୍ତା ଜାନୁଆରୀ ୧୨ତାରିଖରେ ରାଜ୍ୟ ସରକାରଙ୍କ ସହ ପଞ୍ଚାୟତ ନିର୍ବାଚନ ପ୍ରସଙ୍ଗରେ ଚୂଡ଼ାନ୍ତ ବୈଠକ କରିବେ । ଏହି ବୈଠକରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କୁ ଉପସ୍ଥିତ ରହିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।
ରାଜ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟରୁ ପ୍ରାପ୍ତ ସୂଚନା ଅନୁସାରେ, ଆସନ୍ତା ଜାନୁଆରୀ ୮ ତାରିଖରେ ପଞ୍ଚାୟତ ନିର୍ବାଚନ ପାଇଁ ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ ପାଇବ । ନିର୍ବାଚନ ପ୍ରସ୍ତୁତିର ତଦାରଖ କରିବା ପାଇଁ ରାଜ୍ୟ ନିର୍ବାଚନ କମିଶନର ଆସନ୍ତା ୧୨ତାରିଖରେ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ଓ ଜିଲ୍ଲା ପ୍ରଶାସନ ସହ ବୈଠକ କରିବେ । ଏହି ବୈଠକରେ ମୁଖ୍ୟ ସଚିବ, ପୁଲିସ ଡିଜି, ଉନ୍ନୟନ କମିଶନର, ଗୃହ ସଚିବ ଓ ପଞ୍ଚାୟତିରାଜ ସଚିବ ଯୋଗ ଦେବେ । ଏହି ବୈଠକରେ ସମସ୍ତ ଜିଲ୍ଲାପାଳ ଓ ଏସପି ମଧ୍ୟ ସାମିଲ ହେବେ । ଲୋକସେବା ଭବନରେ ଦିନବ୍ୟାପୀ ଏହି ବୈଠକ ଅନୁଷ୍ଠିତ ହେବ । ସୂଚନାଯୋଗ୍ୟ, ରାଜ୍ୟ ନିର୍ବାଚନ କମିଶନର ଆଜି ପଞ୍ଚାୟତ ନିର୍ବାଚନରେ ହେବାକୁ ଥିବା ପ୍ରାର୍ଥୀଙ୍କ ନିମନ୍ତେ ଚିହ୍ନ ଘୋଷଣା କରିଥିବାବେଳେ ଭୁଲ୍ ସତ୍ୟପାଠ ଦାଖଲ ଉପରେ କଟକଣା ଜାରି କରି ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ