ପଞ୍ଚାୟତ ନିର୍ବାଚନରେ ଶାନ୍ତି ଶୃଙ୍ଖଳା ପାଇଁ ଜଗତପୁର ପୁଲିସର ଫ୍ଲାଗ ମାର୍ଚ୍ଚ
କଟକ(ଏନ୍.ଏମ୍.): ଚଳିତ ବର୍ଷ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଜାରି କରାଯାଇଥିବା ଆଦର୍ଶ ଆଚରଣ ବିଧିର ସୁରକ୍ଷା ତଥା ଶାନ୍ତିଶୃଙ୍ଖଳାର ସହ ନିର୍ବାଚନରେ ମତଦାନ କରିବା ନିମନ୍ତେ କମିଶନରେଟ ପୁଲିସ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ପଞ୍ଚାୟତ ଅଞ୍ଚଳରେ ଜଗତପୁର ଥାନା ପୁଲିସ ପକ୍ଷରୁ ଫ୍ଲଗ ମାର୍ଚ୍ଚ ଆରମ୍ଭ କରାଯାଇଛି । ଆଜି ଅପରାହ୍ନରେ ଫ୍ଲାଗ ମାର୍ଚ୍ଚ କାର୍ଯ୍ୟକ୍ରମ ଗୁଜରପୁର ଠାରୁ ବାହାରି ପୀରବଜାର ମଧ୍ୟଦେଇ ସୁଜାପୁର ଗ୍ରାମରେ ପହଞ୍ôଚ ଥିଲା । ଏହି କାର୍ଯ୍ୟକ୍ରମରେ କଟକ ଜୋନ-୧ ଏସିପି ଶୁଭନାରାୟଣ ମୁଦୁଲି, ଆଡିସିନାଲ ଡିସିପି ଅନିଲ ମିଶ୍ର, ଜଗତପୁର ଥାନା ଆଇଆଇସି ରବିନ୍ଦ୍ରନାଥ ମେହେରଙ୍କ ସମେତ ଏକ ପ୍ଲାଟୁନ ପୁଲିସ ଫୋର୍ସ ସହିତ ୩୦ରୁ ଉର୍ଦ୍ଧ୍ୱ କର୍ମଚାରୀ ଏଥିରେ ସାମିଲ ହୋଇଥିଲେ । ନିର୍ବାଚନ ସମୟରେ ଶନ୍ତିଶୃଙ୍ଖଳା ଯେପରି ଭଙ୍ଗ ନହେବ, କୌଣସି ହିଂସାତ୍ମକ ପରିସ୍ଥିତି ନଉପୁଜିବ ସେଥି ପାଇଁ ପୁଲିସର ତୀକ୍ଷ୍ନ ନଜର ରଖିବା ସହିତ କୌଣସି ଅସାମାଜିକ କାର୍ଯ୍ୟକଳାପକୁ ପ୍ରଶୟ ନଦେବା ପାଇଁ ଫ୍ଲାଗ ମାର୍ଚ୍ଚ ମାଧ୍ୟମରେ ଚେତାବନୀ ଦିଆଯାଇଛି । ତେବେ ଜଗତପୁର ଥାନା ଅଧିନରେ ଥିବା ସମସ୍ତ ପଞ୍ଚାୟତ ତଥା ଗ୍ରାମରେ ପର୍ଯ୍ୟାୟ କ୍ରମେ ଫ୍ଲାଗମାର୍ଚ୍ଚ ଅନୁଷ୍ଠିତ ହେବ ବୋଲି ଆଇଆଇସି ଶ୍ରୀ ମେହେର ସୂଚନା ଦେଇଛନ୍ତି ।