ନେତାଜୀ ସେତୁ ଉପରେ ବୁଲେଟ-ବସ ଦୁର୍ଘଟଣା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ

ନେତାଜୀ ସେତୁ ଉପରେ ବୁଲେଟ-ବସ ଦୁର୍ଘଟଣା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ

ନେତାଜୀ ସେତୁ ଉପରେ ବୁଲେଟ-ବସ ଦୁର୍ଘଟଣା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ


କଟକ(ଏନ୍‌.ଏମ୍‌.): ସ୍ଥାନୀୟ ନେତାଜୀ ସେତୁ ଉପରେ ଆଜି ସଂଧ୍ୟା ପ୍ରାୟ ୭ଟା ସମୟରେ ଏକ ମମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣଙ୍କ ଅବସ୍ଥା ଗୁରୁତର ହୋଇଛି । ତେବେ ଦୁର୍ଘଟଣାରେ ବୁଲେଟ ବାଇକଟି ଚୁରମାର ହୋଇଯାଇଛି । ସୂଚନା ଅନୁଯାୟୀ ସ୍ଥାନୀୟ ହାଇକୋର୍ଟ ଆଡ଼ୁ ତ୍ରିଶୂଳିଆ ଆଡ଼କୁ (ଓଡ଼ି୩୩ ଭି ୨୪୧୦)ନମ୍ବର ବିଶିଷ୍ଟ ୧୮ ନମ୍ବର ରୁଟର ମୋ ବସ ଯାଉଥିବାବେଳେ ଓଡି୧୫ ଡି ୭୭୭୭ନମ୍ବର ବିଶିଷ୍ଟ ଏକ ବୁଲେଟ ଗାଡ଼ି ସହ ଧକ୍କା ହୋଇଥିଲା । ତେବେ ବୁଲେଟରେ ୨ଜଣ ଆରୋହୀ ଥିବାବେଳେ ଦୁର୍ଘଟଣାରେ ଉଭୟେ ଗୁରୁତର ହୋଇପଡ଼ିଥିଲେ । ତେବେ ଦୁର୍ଘଟଣା ହେବା ଜାଣିବା ପରେ ସ୍ଥାନୀୟ ଲୋକେ ରୁଣ୍ଡ ହୋଇଯିବା ସହ ସଂଗେ ସଂଗେ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ତେବେ ଆମ୍ବୁଲାନ୍ସ ଉଭୟଙ୍କୁ ଘଟଣାସ୍ଥଳରୁ ମେଡ଼ିକାଲକୁ ନେଇଯାଇଥିବାବେଳେ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ତେବେ ମୃତ ବ୍ୟକ୍ତିଜଣକ ବଡମ୍ବା ଗୋପିନାଥ ପୁର ଅଞ୍ଚଳର ଅମିତ କୁମାର ସାହୁ(୩୦) ବୋଲି ଜଣାପଡ଼ିଛି । ସେ ତାଙ୍କ ମଉସା ଘର ପ୍ରତାପ ନଗରୀରେ ରହୁଥିଲେ । ତେବେ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ବ୍ୟକ୍ତିଜଣକ ବିକାଶ ରଞ୍ଜନ ପରିଡା ବୋଲି ଜଣାପଡ଼ିଛି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ