ନୂଆବର୍ଷରେ ସରକାରଙ୍କ ଉପହାର
ରାଜ୍ୟର ୫ ମହାନଗର ନିଗମରେ ବସ୍ତିବାସିନ୍ଦାଙ୍କୁ ମିଳିବ ଜାଗା
ଭୁବନେଶ୍ୱର (ଏନ୍.ଏମ୍.): ରାଜ୍ୟର ୫ଟି ମହାନଗର ନିଗମ ଅଞ୍ଚଳର ବସ୍ତିରେ ରହୁଥିବା ଲୋକଙ୍କୁ ସରକାର ଜାଗା ଯୋଗାଇ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏ ନେଇ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ହୋଇଥିବା ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି । ସେ କହିଛନ୍ତି, ରାଜ୍ୟର ୫ମହାନଗର ନିଗମ- ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲା ଓ ସମ୍ବଲପୁରରେ ୯୩୮ଟି ବସ୍ତିରେ ରହୁଥିବା ପ୍ରାୟ ୧ଲକ୍ଷ ୯୦ ହଜାର ପରିବାର ଏହି ଯୋଜନାରେ ସରକାରଙ୍କ ଦ୍ୱାରା ଉପକୃତ ହେବେ । ଅର୍ଥାତ୍ ରାଜ୍ୟର ପ୍ରାୟ ୮ଲକ୍ଷ ୫୮ ହଜାର ଲୋକ ଏଥିରୁ ଉପକୃତ ହେବେ । ତେବେ ଆସନ୍ତା ୬ ମାସ ଭିତରେ ଏହି କାର୍ଯ୍ୟକୁ ସମ୍ପୂର୍ଣ୍ଣ କରାଯିବ ।
ସେ ପୁଣି କହିଛନ୍ତି ଯେ, ଓଡ଼ିଶା ଲ୍ୟାଣ୍ଡ ରାଇଟ୍ସ ଟୁ ସ୍ଲମ ଡେବଲର୍ସ ଆକ୍ଟ ୨୦୧୭ ଅନୁଯାୟୀ ସାରା ରାଜ୍ୟରେ ଥିବା ୧୦୯ଟି ମ୍ୟୁନିସିପାଲିଟି ଓ ଏନ୍ଏସି ଅଞ୍ଚଳରେ ବସ୍ତିରେ ରହୁଥିବା ଲୋକଙ୍କୁ ଜମି ଯୋଗାଇ ଦେବାକୁ ବ୍ୟବସ୍ଥା କରାଯାଇଥିଲା । ବର୍ତ୍ତମାନ ସୁଦ୍ଧା ଏଥିରେ ୧ଲକ୍ଷ ୭୫ ହଜାର ପରିବାର ଲାଭାନ୍ୱିତ ହୋଇସାରିଛନ୍ତି । କିନ୍ତୁ ମହାନଗର ନିଗମ ଗୁଡ଼ିକ ପାଇଁ ଏହି ନିୟମ ଲାଗୁ କରାଯାଇ ନଥିଲା । ତେଣୁ ଏବେ ମହାନଗର ନିଗମରେ ବସ୍ତିରେ ରହୁଥିବା ଲୋକମାନଙ୍କୁ ଏହି ନିୟମ ଅନୁଯାୟୀ ଜମି ଯୋଗାଇ ଦିଆଯିବ । ମହାନଗର ନିଗମ ଅଞ୍ଚଳରେ ବସବାସ କରୁଥିବା ବସ୍ତିବାସିନ୍ଦାଙ୍କ ପାଇଁ ନୂଆବର୍ଷ ଅବସରରେ ରାଜ୍ୟସରକାରଙ୍କ ଏହା ଏକ ବଡ଼ ଉପହାର ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ।
ପୌର ନିର୍ବାଚନ କୁ ଆଖି ଆଗରେ ରଖି ଥୋପ