ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲା ଗସ୍ତରେ ଡିଜିପି ସୁନୀଲ କୁମାର ବଂସଲ
କଟକ/ନୂଆପଡ଼ା(ଏନ୍.ଏମ୍.): ରାଜ୍ୟ ଆରକ୍ଷୀ ମହାନିଦ୍ଦେର୍ଶକ ସୁନୀଲ କୁମାର ବଂସଲ ଆଜି ନୂଆପଡ଼ା ଏବଂ କଳାହାଣ୍ଡି ଜିଲ୍ଲା ଗସ୍ତ କରିଛନ୍ତି । ଏହି ଅବସରେର ଗୁଇନ୍ଦା ନିଦ୍ଦେର୍ଶକ ଲଳିତ ଦାସ, ଆଇଜି (ଅପେରସନ୍) ଅମିତାଭ ଠାକୁର, ଡିଆଇଜି(ଏସ୍ଆଇଡବ୍ଲ୍ୟୁ) ଅନିରୁଦ୍ଧ ସିଂଙ୍କ ସେମତ ଉଭୟ ଜିଲ୍ଲାର ଏସ୍ପି ପ୍ରମୁଖ ସାମିଲ ହୋଇଥିଲେ । ଉଭୟ ଜିଲ୍ଲା ଗସ୍ତ ସମୟେର ଡିଜିପି ଶ୍ରୀ ବଂସଲ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଏଥି ସହିତ ଉକ୍ତ ଅଞ୍ଚଳର ସୁରକ୍ଷା ନେଇ ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରିଛନ୍ତି ।
ବିଶେଷ କରି ମାଓ କାର୍ଯ୍ୟକଳାପ ସ୍ଥିତିର ସମୀକ୍ଷା ଏବଂ ଭବିଷ୍ୟତ ନିମେନ୍ତ ସ୍ୱତନ୍ତ୍ର କାର୍ଯ୍ୟଶୈଳୀ । ଅପରାଧ, ଆଇନ୍ ଓ ଶୃଙ୍ଖଳାର ସମୀକ୍ଷା । ସାରା ରାଜ୍ୟରେ ଅନୁଷ୍ଠିତ ହେବାକୁ ଯାଉଥିବା ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରସ୍ତୁତି ସମ୍ପର୍କରେ । ଗତ ଜାନୁଆରୀ ୯ ତାରିଖ ଓ ୧୨ ତାରିଖରେ ମାଓ ଦମନରେ ସାମିଲ ହୋଇଥିବା ଏସ୍ଓଜି ଏବଂ ଡିଭିଏଫ୍ ଟିମ୍ ସହ ବିଶେଷ ଆଲୋଚନା । ନୂଆପଡ଼ା ଏବଂ ଭବାନୀପାଟଣା ଠାରେ ସିଆର୍ପିଏଫ୍ର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଏଥି ସହିତ ଭବାନୀପାଟଣା ଠାରେ ଅୋଲାଚନା ସଭାରେ ଅଂଶଗ୍ରହଣ । ଭବାନୀପାଟଣା ଠାରେ ଶୁଭାରମ୍ଭ ହୋଇଥିବା ସାଇବର ଥାନା ପରିଦର୍ଶନ କରିଥିଲେ ।