ନିରଞ୍ଜନ ପୂଜାରୀଙ୍କୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଦାୟିତ୍ୱ

ନିରଞ୍ଜନ ପୂଜାରୀଙ୍କୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଦାୟିତ୍ୱ

ନିରଞ୍ଜନ ପୂଜାରୀଙ୍କୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଦାୟିତ୍ୱ

News by B.Mishra (BBSR)

#ଭୁବନେଶ୍ଚର(ଏନ୍‌.ଏମ୍‌.): ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ଗତକାଲି ବ୍ରଜରାଜନଗର ଠାରେ ଏଏସ୍‌ଆଇ ଗୋପାଳ ଦାସଙ୍କ ଗୁଳରେ ମୃତ୍ୟୁ ବରଣ କରିବା ପରେ ଆଜି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅନୁମୋଦନ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଶ୍ରୀ ପୂଜାରୀଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମନ୍ତ୍ରୀ ଭାବେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଶ୍ରୀ ପୂଜାରୀ ଏବେ ରାଜ୍ୟ ଅର୍ଥ ଓ ସଂସଦୀୟ ବ୍ୟାପାର ବିଭାଗର କ୍ୟାବିନେଟ ମନ୍ତ୍ରୀ ଦାୟିତ୍ୱ ତୁଲାଉଛନ୍ତି ।
ସୂଚନାଯୋଗ୍ୟ, ନବକିଶୋର ଦାସ ପଶ୍ଚିମ ଓଡ଼ିଶାର ଜଣେ ଟାଣୁଆ ନେତା ଥିଲେ । ସେ ୨୦୧୯ ସାଧାରଣ ନିର୍ବାଚନ ପରେ ନବୀନ ପଟ୍ଟନାୟକ ସରକାରରେ ନବ ଦାସ ସ୍ୱାସ୍ଥ୍ୟ ମନ୍ତ୍ରୀ ଭାବେ କାର୍ଯ୍ୟ କରି ଆସୁଥିଲେ । ସେ ଗତକାଲି ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଦିନ ପ୍ରାୟ ସାଢ଼େ ୧୧ଟା ବେଳେ ବ୍ରଜରାଜନଗର ଯାଇଥିଲେ । କାର୍ଯ୍ୟକ୍ରମ ସ୍ଥଳ ନିକଟରେ ସେ ଗାଡ଼ିରୁ ଓହ୍ଲାଇବା ମାତ୍ରେ ତାଙ୍କ ଉପରକୁ ଗୁଳି ମାଡ଼ ହୋଇଥିଲା । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତାଙ୍କୁ ଝାରସୁଗୁଡ଼ା ଡାକ୍ତରଖାନାକୁ ନିଆଯାଇଥିଲା । କିନ୍ତୁ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଏୟାର ଲିଫ୍ଟ କରି ଭୁବନେଶ୍ୱର ଆଣି ଆପୋଲୋ ହସ୍ପିଟାଲରେ ଚିକତ୍ସା ଆରମ୍ଭ ହୋଇଥିଲା । ମାତ୍ର ଡାକ୍ତରମାନଙ୍କ ବହୁ ଚେଷ୍ଟା ସତ୍ତ୍ୱେ ସେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ । ତେବେ ସ୍ୱାସ୍ଥ୍ୟବିଭାଗର ସେ ମନ୍ତ୍ରୀ ଥିବାବେଳେ ତାଙ୍କ ଅବର୍ତ୍ତମାନରେ ସେହି ପଦବୀଟି ଖାଲି ପଡ଼ିଥିଲା । ତେଣୁ ଆଜି ରାଜ୍ୟସରକାର ମନ୍ତ୍ରୀ ଶ୍ରୀ ପୁଜାରୀଙ୍କୁ ସ୍ୱାସ୍ଥ୍ୟମନ୍ତ୍ରୀ ଦାୟିତ୍ୱ ଦେଇଛନ୍ତି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ