ନିମପୁର ସାଇ ନାଥ ସେବା ଟ୍ରଷ୍ଟ ପକ୍ଷରୁ ବାବାଙ୍କ ଦ୍ୱାଦଶ ବାର୍ଷିକ ଉତ୍ସବରେ କଳସ ଶୋଭାଯାତ୍ରା

ନିମପୁର ସାଇ ନାଥ ସେବା ଟ୍ରଷ୍ଟ ପକ୍ଷରୁ ବାବାଙ୍କ ଦ୍ୱାଦଶ ବାର୍ଷିକ ଉତ୍ସବରେ କଳସ ଶୋଭାଯାତ୍ରା

ନିମପୁର ସାଇ ନାଥ ସେବା ଟ୍ରଷ୍ଟ ପକ୍ଷରୁ ବାବାଙ୍କ ଦ୍ୱାଦଶ ବାର୍ଷିକ ଉତ୍ସବରେ କଳସ ଶୋଭାଯାତ୍ରା

News by Kanhu charan Panda (Jagatpur)

#ଜଗତପୁର(ଏନ୍‌.ଏମ୍‌.): ନିମପୁର ସାଇ ନାଥ ସେବା ଟ୍ରଷ୍ଟ ପକ୍ଷରୁ ସାଇ ମନ୍ଦିର ଦ୍ୱାଦଶ ବାର୍ଷିକ ଉତ୍ସବର ପ୍ରଥମ ଦିନରେ କଳସ ଶୋଭାଯାତ୍ରା ଅନୁଷ୍ଟିତ ହୋଇଯାଇଛି । ଏହି ଶୋଭାଯାତ୍ରାରେ ଶତାଧିକ ମହିଳା ଓ ପୁରୁଷ ମହାନଦୀରୁ ଜଳ ପୂର୍ଣ୍ଣ କଳସୀରେ ଜଳ ଆଣି ଜଗତପୁର ଫାଣ୍ଡି ଛକ, ଗୟାନା ଛକ, ନଜରପୁର, ଭୂବନପୁର ଓ ଫକିରପୁର ପଣ୍ଡାସାହି ଦେଇ ଯଜ୍ଞସ୍ଥଳରେ ପହଞ୍ôଚଥିଲେ । ଶୋଭାଯାତ୍ରାରେ ଘଣ୍ଟ ଘଣ୍ଟା ଓ ଡାକବାଜି ଯନ୍ତ୍ର ମାଧ୍ୟମରେ ସାଇରାମ ଭଜନରେ ଭକ୍ତ ଶ୍ରଧାଳୁମାନଙ୍କ ଶୋଭାଯାତ୍ରା ବେଶ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲେ । ଆସନ୍ତା କାଲି ଅପରାହ୍ନ ୩ଟାରୁ ବାବାଙ୍କ ଚଭାଢି ଶୋଭାଯାତ୍ରା ମନ୍ଦିରରୁ ବାହାରି ବିଭିନ୍ନ ସାହି, ଛକ ଓ ବଜାର ପରିକ୍ରମା କରିବ ବୋଲି ସାଇ ନାଥ ସେବା ଟ୍ରଷ୍ଟ ପକ୍ଷରୁ କୁହାଯାଇଛି । ଆସନ୍ତାକାଲି ସୋମବାର ଦିନ ବାବାଙ୍କ ପିଠରେ ଯଜ୍ଞ ପୁର୍ଣ୍ଣଆହୁତି, ଭଜନ ସମାରୋହ ଓ ପ୍ରସାଦ ସେବନର ବ୍ୟବସ୍ଥା ହୋଇଛି । ଏହି ୩ ଦିନ ସାଇ ବାବାଙ୍କ ଦ୍ୱାଦଶ ବାର୍ଷିକ ଉତ୍ସବରେ ପ୍ରାୟ ୧୦ ହଜାର ଭକ୍ତ ସ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିବା ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ