ନିମପୁର ନୋଡାଲ ହାଇସ୍କୁଲରେ ବିଜ୍ଞାନ ମେଳା

ନିମପୁର ନୋଡାଲ ହାଇସ୍କୁଲରେ ବିଜ୍ଞାନ ମେଳା

ନିମପୁର ନୋଡାଲ ହାଇସ୍କୁଲରେ ବିଜ୍ଞାନ ମେଳା

ଫଟୋ- କାହ୍ନୁଚରଣ ପଣ୍ଡା

କଟକ(ଏନ୍‌.ଏମ୍‌.): ଜଗତପୁରସ୍ଥିତ ନିମପୁର ନୋଡାଲ ହାଇସ୍କୁଲରେ ବିଦ୍ୟାଳୟସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏଥିସହ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଖାଦ୍ୟ ମେଳା ଓ ଚିତ୍ରାଙ୍କନ ପ୍ରଦର୍ଶନୀ କରାଯାଇଥିଲା । କଳା ଶିକ୍ଷକ ପ୍ରଦ୍ୟୁମ୍ନ ମହାନ୍ତିଙ୍କ ତତ୍ତା୍ୱବଧାନରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କଦ୍ୱାରା ଅଙ୍କାଯାଇଥିବା ଚିତ୍ର ଗୁଡିକର ଏକ ପ୍ରଦର୍ଶନୀ ହୋଇଥିଲା । ଏଥିରେ ଅନେକ ଛାତ୍ର ଛାତ୍ରୀଙ୍କର ସୁନ୍ଦର ସୁନ୍ଦର ଚିତ୍ର ଦର୍ଶକମାନଙ୍କୁ ମୁଗ୍ଧ କରାଇଥିଲା । ଏହି ବିଜ୍ଞାନ ମେଳାରେ ଜୁନିଅର ବିଭାଗରେ ୨୫ଗୋଟି ଓ ସିନିୟର ବିଭାଗରେ ୩୦ଗୋଟି ପ୍ରକଳ୍ପକୁ ଛାତ୍ରଛାତ୍ରୀମାନେ ପ୍ରଦର୍ଶିତ କରିଥିଲେ । ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନଶିକ୍ଷକ ତଥା ଶିକ୍ଷାବିତ କରୁଣାକର ଦାସଙ୍କ ଦ୍ୱାରା ଉକ୍ତ ବିଜ୍ଞାନ ମେଳାକୁ ଉଦଘାଟନ କରଯାଇଥିଲା । ପ୍ରଧାନଶିକ୍ଷକ ଅଶୋକ କୁମାର ମହାପାତ୍ରଙ୍କ ପୌରହିତ୍ୟରେ ଆୟୋଜିତ ଏହି ବିଜ୍ଞାନମେଳାରେ ବିଚାରକଭାବେ ଜଗତପୁର ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ପ୍ରସନ୍ନ କୁମାର ସ୍ୱାଇଁ, ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷକ ଉପେନ୍ଦ୍ର ସାହୁ ଓ ପ୍ରଦ୍ୟୁମ୍ନ କୁମାର ମହାନ୍ତି ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀଙ୍କ ପ୍ରକଳ୍ପ ଗୁଡିକର ମୂଲ୍ୟାୟନ କରିଥିଲେ । ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ତମସା ଦାସଙ୍କ ଦ୍ୱାରା କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା । ଜୁନିଅର ବିଭାଗରେ ରୁଦ୍ର ନାରାୟଣ ସ୍ୱାଇଁ ୧ମ, ଦୀପ୍ତି କର୍ମାକର ୨ୟ ଓ ସ୍ମୃତିରଞ୍ଜନ ବେହେରା ୩ୟ ସ୍ଥାନ ଏବଂ ସିନିୟର ବିଭାଗରେ ଓମ ଆଦିତ୍ୟ ସାହୁ ୧ମ, ଶାଶ୍ୱତ ବିଶ୍ୱାଳ ୨ୟ ଓ ଲକ୍ଷ୍ମୀଧର ସାହୁ ୩ୟ ସ୍ଥାନ ହାସଲ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବ୍ରହ୍ମୋତ୍ରୀ ଲେଙ୍କା, ଦୀପ୍ତିରେଖା ମହାପାତ୍ର, ସସ୍ମିତା ବାରିକ, ପୂର୍ଣ୍ଣିମା ଭୂୟାଁ, ସମିତା ବରାଳ, ଶ୍ରଦ୍ଧାଞ୍ଜଳି ଜେନା ଓ ଉଷାମଞ୍ଜରୀ ସାହୁଙ୍କ ସମେତ ସ୍ୱେଚ୍ଛାସେବୀ ମାନସ ପରିଡା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି