ନିଖିଳ ଉତ୍କଳ ଶ୍ରୀଅରବିନ୍ଦ ପାଠଚକ୍ର ସମ୍ମିଳନୀ ଉଦ୍‌ଘାଟିତ

ନିଖିଳ ଉତ୍କଳ ଶ୍ରୀଅରବିନ୍ଦ ପାଠଚକ୍ର ସମ୍ମିଳନୀ ଉଦ୍‌ଘାଟିତ

ନିଖିଳ ଉତ୍କଳ ଶ୍ରୀଅରବିନ୍ଦ ପାଠଚକ୍ର ସମ୍ମିଳନୀ ଉଦ୍‌ଘାଟିତ
‘ନୂତନ ଜଗତ ପ୍ରତିଷ୍ଠା ପାଇଁ ବ୍ୟକ୍ତିଗତ ପ୍ରୟାସ ଆବଶ୍ୟକ’

News by Smruti Ranjan Tripathy (Cuttack)

#କଟକ(ଏନ୍‌.ଏମ୍‌.): ସ୍ଥାନୀୟ ମାତୃଭବନଠାରେ ୫୨ତମ ନିଖିଳ ଉତ୍କଳ ଶ୍ରୀଅରବିନ୍ଦ ପାଠଚକ୍ର ସମ୍ମିଳନୀ ଆଜି ସନ୍ଧ୍ୟାରେ ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ ନୂତନ ‘ଜଗତକୁ ସ୍ୱାଗତ’ ଶୀର୍ଷକ ଆଲୋଚନାରେ ପଣ୍ଡିଚେରୀସ୍ଥିତ ଶ୍ରୀଅରବିନ୍ଦ ଆଶ୍ରମ ବିଶିଷ୍ଠ ସାଧକ ଆଲୋକ ପାଣ୍ଡେ ବକ୍ତା ଭାବେ ଯୋଗଦେଇ କେବଳ ମଣିଷ ଭିତରେ ଇଶ୍ୱର ନାହାନ୍ତି, ସୃଷ୍ଟିର ପ୍ରତିକଣିକାରେ ଇଶ୍ୱରଙ୍କ ସ୍ଥିତି ରହିଛି ବୋଲି କହିଛନ୍ତି । ଦିବ୍ୟ ଜନନୀ ହିଁ ସୃଷ୍ଟିର ନୂତନ ଜଗତର ଅବତାରଣ କରିଛନ୍ତି । ସମାଜର ରୂପାନ୍ତରଣ ପାଇଁ ସତ୍ୟ ନିଷ୍ଠତା ହିଁ ପ୍ରମୁଖ ଭୂମିକା ଗ୍ରହଣ କରେ । ନୂତନ ଜଗତର ସମ୍ପୂର୍ଣ୍ଣ ପରିପ୍ରକାଶ ପାଇଁ ନିଜ ଦୃଷ୍ଟିକୁ ବିନମ୍ର ଏବଂ ବିଶାଳ କରିବାକୁ ସହିତ ନିଜ ସ୍ୱାଭାବରେ ନମନିୟତା ଆଣିବାକୁ ହେବ ବୋଲି ଶ୍ରୀ ପାଣ୍ଡେ କହିଛନ୍ତି । ଅନ୍ୟତମ ବକ୍ତଭାବେ ଯୋଗଦେଇ ଡ.ଅର୍ଚ୍ଚନା ନାୟକ କହିଲେ ଯେ, ଆଧ୍ୟାତ୍ମିକତା କ୍ଷେତ୍ରରେ ନୂତନ ଉପନୀତ ହୋଇଛି, କେବଳ ସର୍ବାନ୍ତକରଣରେ ସ୍ପନ୍ଦିତ ହେବାର ସମୟ ଆସିଛି । ଏବେ ସମସ୍ତଙ୍କୁ ପୃଥିବୀର ବିଶେଷତ୍ୱକୁ ଗ୍ରହଣ କରିବାକୁ ପଡିବ; କାରଣ ପୃଥିବୀ ତପକ୍ଷେତ୍ର । ସିଦ୍ଧି ପ୍ରଦାନକାରୀ ଶକ୍ତି ପୃଥିବୀରେ ହିଁ ରହିଛି । ପ୍ରକୃତିର ବିନାଶକାରୀ ଲୀଳାରେ ସ୍ୱପ୍ନ ସାକାର କରିବାର ରହସ୍ୟ ପ୍ରଚ୍ଛନଭାବେ ଏଠାରେ ରହିଛି । ଏଥି ପାଇଁ ସମୟକୁ ଅପେକ୍ଷା କରିବାକୁ ହେବ । ନୂତନ ଜଗତକୁ ପ୍ରତିଷ୍ଠିତ କରାଇବା ଲାଗି ବ୍ୟକ୍ତିଗତ ପ୍ରୟାସ ଆବଶ୍ୟକ । ବ୍ୟକ୍ତିଗତ ଭାବେ ସାଧନା ପ୍ରତି ଏକନିଷ୍ଠ ହେଲେ ନୂତନ ଜଗତ ଆତ୍ମଲାଭ କରିପାରିବ ବୋଲି ଡ.ନାୟକ କହିଛନ୍ତି । ପ୍ରାରମ୍ଭରେ ଡ.ଶ୍ୟାମା କାନୁନ୍‌ଗୋ ମହାକାବ୍ୟ ସାବିତ୍ରୀ ଅବୃତ୍ତି କରିଥିଲାବେଳେ ସୁରେଶ ମିଶ୍ର ଆବାହନୀ ସଂଗୀତ ଗାନ କରିଥିଲେ । ଗଦାଧର ମିଶ୍ରଙ୍କ ସଭାପତିତ୍ୱ ତଥା ପ୍ରସାଦ ତ୍ରିପାଠୀଙ୍କ ତତ୍ୱାବଧାନରେ ଆୟୋଜିତ ଏହି ଉତ୍ସବରେ ମାତୃଭବନ ଟ୍ରଷ୍ଟର ଅଧ୍ୟକ୍ଷ ଦୀପକ ସାମନ୍ତରାୟ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ମାତୃଭବନ ପତ୍ରିକାକୁ ଅତିଥିମାନେ ଉନ୍ମୋଚିତ କରିଥିଲେ । ଉକ୍ତ ସମ୍ମିଳନୀ ୪ଦିନ ଧରି ଚାଲିବ । ଏଥିରେ ସମଗ୍ର ରାଜ୍ୟରୁ ୫ ହଜାରରୁ ଉର୍ଦ୍ଧ୍ୱ ମାତୃପ୍ରେମୀ ଭାଇ ଭଉଣୀ ଯୋଗ ଦେଇଛନ୍ତି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ