ନବ ଦାସଙ୍କ ହତ୍ୟା ମାମଲା: ଜଷ୍ଟିସ ଜେ.ପି. ଦାସକୁ ଭେଟିଲେ ଏଡିଜି ଅରୁଣ ବୋଥ୍ରା
#କଟକ(ଏନ୍.ଏମ୍.): ବହୁ ଚର୍ଚ୍ଚିତ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାରେ ତଦନ୍ତ ପାଇଁ ତଦାରଖ କରୁଥିବା ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଜେପି ଦାସଙ୍କୁ ଆଜି ସିଡିଏସ୍ଥିତ ବାସଭବନରେ ଏଡିଜି ଅରୁଣ ବୋଥ୍ରା ଭେଟିଛନ୍ତି । ଏହି ପ୍ରସଙ୍ଗରେ ସେ ବହୁ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିବା ଜଣାପଡ଼ିଛି । ଆଲୋଚନା ଶେଷ ହେଲା ପରେ ଗଣମାଧ୍ୟମକୁ ଜଷ୍ଟିସ ଜେପି ଦାସଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, କ୍ରାଇମବ୍ରାଞ୍ଚ୍ ଯାହା ତଦନ୍ତ କରିଛି, ସେ ନେଇ ଏଡିଜି ଶ୍ରୀ ବୋଥ୍ରା ତାଙ୍କ ସହ ଆଲୋଚନା କରିଛନ୍ତି । ଆଉ ଯେଉଁ ଦିଗକୁ ତଦନ୍ତ କରିବାର ଆବଶ୍ୟକ ତା ଅଛି ସେ ବିଷୟରେ ତାଙ୍କୁ ଅବଗତ କରାଯାଇଛି । ଖୁବ୍ ଶୀଘ୍ର ଘଟଣାସ୍ଥଳକୁ ନିଜେ ଯିବେ ବୋଲି ଜଷ୍ଟିସ ଦାସ କହିଛନ୍ତି । ତେବେ ସେ ଆଶା ରଖିଛନ୍ତି ଯେ, କ୍ରାଇମବ୍ରାଞ୍ଚ୍ ଘଟଣାର ମୂଳ ଯାଏ ଯିବ । ନବ ଦାସଙ୍କ ହତ୍ୟା ପରେ ରାଜ୍ୟ ସରକାର, କ୍ରାଇମବ୍ରାଞ୍ଚକୁ ଦାୟିତ୍ୱ ଦେଇଥିଲେ । ଏଥିସହ ତଦନ୍ତର ତଦାରଖ କରିବା ପାଇଁ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କୁ ଦାୟିତ୍ୱ ଦେବା ପାଇଁ ରାଜ୍ୟ ସରକାର ହାଇକୋର୍ଟ ରେଜିଷ୍ଟ୍ରାରଙ୍କୁ ଚିଠି ଲେଖିଥିଲେ । ଏହାପରେ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଜେପି ଦାସଙ୍କୁ ହାଇକୋର୍ଟ ଦାୟିତ୍ୱ ଦେଇଛନ୍ତି ।