ନବଯୁଗର ସ୍ରଷ୍ଟା ଭଗବତୀ ପାଣିଗ୍ରାହୀଙ୍କ ସ୍ମୃତି ପୀଠରେ ଶ୍ରଦ୍ଧାଞ୍ଜଳି
କଟକ(ଏନ୍.ଏମ୍.): ଓଡିଶାରେ ନବଯୁଗର ସାମ୍ୟବାଦୀ ଆନ୍ଦୋଳନର ଭଗିରଥ, ଓଡିଆ ପ୍ରଗତିଶୀଳ ସାହିତ୍ୟେର ମାକ୍ସର୍ବାଦୀ ଚେତନାର ପ୍ରବତ୍ତର୍କ ତଥା ଓଡିଶାରେ କମ୍ୟୁନିଷ୍ଟ ପାର୍ଟିର ପ୍ରତିଷ୍ଠାତା ସମ୍ପାଦକ ଭଗବତୀ ଚରଣ ପାଣିଗ୍ରାହୀଙ୍କ ୭୮ତମ ସ୍ମୃତି ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ସତୀଚଉରା ସ୍ଥିତ ପ୍ରଖ୍ୟାତ ଜନନେତାଙ୍କ ସ୍ମୃତିପୀଠରେ ଦଳମତ ନିର୍ବିଶେଷେର ବହୁ ବିଶିଷ୍ଟ ବ୍ୟକ୍ତି, ସାଥୀ, ସମର୍ଥକ ଓ ଶେୁଭଚ୍ଛୁ ସମବେତ ହୋଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସଂଗ୍ରାମୀ ଭଗବତୀ ଚରଣ ପାଣିଗ୍ରାହୀ ଓଡ଼ିଶାର ସାମ୍ୟବାଦୀ ଆନ୍ଦୋଳନ ସହ କୃଷକ ଆନ୍ଦୋଳନର ଆଦ୍ୟ ପ୍ରବର୍ତ୍ତକ ଥିଲେ । ତାଙ୍କରି ନେତୃତ୍ୱରେ କୃଷକ ସଭା ପ୍ରତିଷ୍ଠା ଲାଭ କରିଥିଲା । ଆଜି ଦେଶରେ କୃଷକ ଆନ୍ଦୋଳନ ନୂତନ ଆଶା ଓ େଉନ୍ମଷ ସୃଷ୍ଟି କରିଥିଲାବେଳେ ସେ ମେନପଡନ୍ତି ବୋଲି ଉପସ୍ଥିତ ବକ୍ତାମାନେ ମତପୋଷଣ କରିଥିଲେ । ସେ ମଧ୍ୟ ଓଡିଶାର ପ୍ରଗତିଶୀଳ ମାକ୍ସର୍ବାଦୀ ଗଣ ସାହିତ୍ୟର ସ୍ରଷ୍ଟା ଥିଲେ । ମାତ୍ର ୩୪ବର୍ଷ ବୟସର ଜୀବନ କାଳ ମଧ୍ୟରେ ବହୁ କାଳଜୟୀ ଜନବାଦୀ ଗଳ୍ପ ଓ ପ୍ରବନ୍ଧ ରଚନା କରି ଓଡିଶାର ସାହିତ୍ୟ ଜଗତକୁ ସେ ସମୃଦ୍ଧ କରିଯାଇଛନ୍ତି । ସେ ଏକାଧାରେର ଓଡ଼ିଶାର ରାଜନୀତି, ଶ୍ରମିକ ଓ କୃଷକ ଅୋନ୍ଦାଳନ, ଗଡଜାତ ପ୍ରଜା ଅୋନ୍ଦାଳନ, ସାହିତ୍ୟ ଓ ସଂସ୍କୃତିରେ ଏକ ନବଯୁଗ ସୃଷ୍ଟି କରିଥିଲେ, ଯାହା ଅନନ୍ୟ ଏବଂ ବିରଳ ବୋଲି ମତପ୍ରକାଶ ପାଇଥିଲା ।
ସିପିଆଇ ଜିଲ୍ଲା ସଂପାଦକ ଅମେରନ୍ଦୁ ମହାନ୍ତିଙ୍କ ପୌରହିତ୍ୟରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସମାରୋହେର ବରିଷ୍ଠ ସାମ୍ବାଦିକ ଡକ୍ଟର ସତ୍ୟ ରାୟ, ସିପିଆଇ ରାଜ୍ୟ ସହ-ସମ୍ପାଦକ ପ୍ରଶାନ୍ତ ମିଶ୍ର, ସିିଆଇ(ଏମ୍) ନେତା ରବିନରାୟଣ ମଲ୍ଲିକ୍, ଏସୟୁସିଆଇ ନେତା ଖେଗଶ୍ୱର ସେଠୀ, ବିଜେଡି ନେତା ଆଇନଜୀବୀ ଗଦାଧର ସାହୁ, ବରିଷ୍ଠ ଆଇନଜୀବୀ ଶକ୍ତିଧର ଦାଶ, ଇସ୍କଫ୍ର ଜାତୀୟ ସାଧାରଣ ସଂପାଦକ ବିଜୟ କୁମାର ପଢ଼ିହାରୀ, ଏଆଇଟିୟୁସି ରାଜ୍ୟ ସଂପାଦକ କିଶୋର ଜେନା, ବ୍ୟାଙ୍କ କମର୍ଚାରୀ ସଂଘ ନେତା ପ୍ରଫୁଲ୍ଲ କୁମାର ତ୍ରିପାଠୀ, ପ୍ରଦୀପ କୁମାର ଷଡଙ୍ଗୀ, ବିପିନ ବିହାରୀ ପାଢ଼ୀ, ବ୍ୟାଙ୍କ ଅଫିସର ସଂଘ ନେତା ଅଶୋକ କୁମାର ତା, ଭ୍ରମରବର ସାହୁ, ବୀମା କମର୍ଚରୀ ନେତା ସଂଜୟ ପରିଜା, ଭ୍ରମରବର ସାହୁ, ସଂଗ୍ରାମୀ ଫୋରମ୍ର ପ୍ରଶାନ୍ତ ଦାସ, ହେତୁବାଦୀ ଦେବେନ୍ଦ୍ର ସୂତାର, ସାନନ୍ଦ ସେଠୀ, ବିଦ୍ୟାପ୍ରସନ୍ନ ମହାପାତ୍ର, ଇପ୍ଟାର ଇନ୍ଦ୍ରଜିତ୍ ଘୋଷ, ପ୍ରେସ କମର୍ଚାରୀ ସଂଘ ନେତା ରବି ଜେନା, ଶରତ ମଲ୍ଲିକ, ପ୍ରଦୀପ ସିହ୍ନା ପ୍ରମୁଖ ଶ୍ରଦ୍ଧା ନିବେଦନ କରି ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମକୁ ସିପିଆଇ କଟକ ନଗର ସମ୍ପାଦକ ବିନୋଦ ବେହେରା ପରିଚାଳନା କରିଥିଲେ ।