ଧୂପକାଠି କାରଖାନାରେ ଚଢାଉ, ୨୫ ଲକ୍ଷ ଟଙ୍କାର ସାମଗ୍ରୀ ଜବତ , ୪ ଅଟକ

ଧୂପକାଠି କାରଖାନାରେ ଚଢାଉ, ୨୫ ଲକ୍ଷ ଟଙ୍କାର ସାମଗ୍ରୀ ଜବତ , ୪ ଅଟକ

ଧୂପକାଠି କାରଖାନାରେ ଚଢାଉ, ୨୫ ଲକ୍ଷ ଟଙ୍କାର ସାମଗ୍ରୀ ଜବତ, ୪ ଅଟକ

ଫଟୋ- ପଦ୍ମଲୋଚନ ମିଶ୍ର

କଟକ(ଏନ୍‌.ଏମ୍‌.): କଟକରେ ପୁଣି ନକଲି ସାମଗ୍ରୀ ଜବତ ହୋଇଛି । ଗଙ୍ଗା ମନ୍ଦିର ଅଞ୍ଚଳରେ ଦୀର୍ଘଦିନ ଧରି ଚାଲୁଥିବା ଏକ ନକଲି ଧୂପକାଠି କାରଖାନାରେ ଲାଲବାଗ ପୁଲିସ ପକ୍ଷରୁ ଚଢାଉ କରାଯାଇ ବ୍ୟାପକ ନକଲି ଧୂପକାଠି ପ୍ୟାକେଟ, କଞ୍ଚାମାଲ ଓ ମେସିନ୍‌କୁ ମିଶାଇ ସମୁଦାୟ ୨୫ ଲକ୍ଷ ଟଙ୍କାର ସାମଗ୍ରୀ ଜବତ କରାଯାଇଛି । ନକଲି ଧୂପକାଠି ପ୍ରସ୍ତୁତ ପାଇଁ କଲିକତାରୁ ଯାବତୀୟ ସଂରଞ୍ଜାମ ଓ କଞ୍ଚାମାଲ ଆସିଥିବା ପୁଲିସ ଜାଣିପାରିଛି । କାରଖାନାର ମାଲିକଙ୍କ ସହ ୪ ଜଣଙ୍କୁ ଅଟକ ରଖି ପୁଲିସ ପଚରା ଉଚରା କରୁଛି ।
ସୂଚନାଯେଗ୍ୟ ଯେ, ଏକ ନାମୀ ବ୍ରାଣ୍ଡ ନାମରେ ଏହି ନକଲି ଧୂପକାଠି ପ୍ରସ୍ତୁତ କରାଯାଉଥିଲା । ବିଶେଷ କରି ଯେଉଁ ବ୍ରାଣ୍ଡର ଧୂପକାଠିର ନକଲ କରାଯାଉଥିଲା ସେହି ବ୍ରାଣ୍ଡର ଧୂପକାଠି ବଜାରରେ ବିକ୍ରି କମି ଯାଇଥିଲା । ଅସଲି କମ୍ପାନୀ ଏହାର କାରଣ ଖୋଜିଥିଲା । ନିଜସ୍ତରରେ ଅନୁଧ୍ୟାନ କରି ଜାଣିବାକୁ ପାଇଥିଲା ଯେ ଗଙ୍ଗାମନ୍ଦିର ଅଞ୍ଚଳରେ ନକଲି ଧୂପକାଠି ପ୍ରସ୍ତୁତ କରାଯାଇ ଶସ୍ତାରେ ବିକ୍ରି ହେଉଥିବାରୁ ଅସଲି ଧୂପକାଠିର ବେପାର କମିଛି । ଏଣୁ ସଂପୃକ୍ତ ନାମୀ ବ୍ରାଣ୍ଡର କମ୍ପାନୀ ପକ୍ଷରୁ ଲାଲବାଗ ଥାନାରେ ଏତଲା ଦିଆଯାଇଥିଲା । ଏହି ଏତଲାକୁ ଆଧାରକରି ପୁଲିସ ତନାଘନା ଆରମ୍ଭ କରି ଆଜି ନକଲି ଧୂପକାଠି କାରଖାନା ଉପରେ ଚଢାଉ କରିଥିଲା । ଗତ କିଛିଦିନ ଧରି କଟକ ସହର ଓ ଏହାର ଆଖପାଖ ଅଞ୍ଚଳରେ ପ୍ରସ୍ତୁତ ହେଉଥିବା ନକଲି ଘିଅ, ସସ୍‌, ସିମେଣ୍ଟ, ଗୁଟଖା, ମସଲା ଆଦି ଜବତ କରାଯାଉଥିଲେ ମଧ୍ୟ ଏଭଳି ନକଲି ସାମଗ୍ରୀ ପ୍ରସ୍ତୁତକାରୀ ଅସାଧୁ ବ୍ୟବସାୟୀଙ୍କ ପାଇଁ କୌଣସି ଫରକ ପଡ଼ୁନଥିବା ଚର୍ଚ୍ଚା ହେଉଛି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ