ଦ୍ୱିତୀୟ ପର୍ଯ୍ୟାୟରେ ୧୦ଟି ଜିଲ୍ଲାରେ ଭର୍ଚ୍ଚୁଆଲ୍ ହାଇକୋର୍ଟ ଉଦ୍‌ଘାଟିତ

ଦ୍ୱିତୀୟ ପର୍ଯ୍ୟାୟରେ ୧୦ଟି ଜିଲ୍ଲାରେ ଭର୍ଚ୍ଚୁଆଲ୍ ହାଇକୋର୍ଟ ଉଦ୍‌ଘାଟିତ

ଦ୍ୱିତୀୟ ପର୍ଯ୍ୟାୟରେ ୧୦ଟି ଜିଲ୍ଲାରେ ଭର୍ଚ୍ଚୁଆଲ୍ ହାଇକୋର୍ଟ ଉଦ୍‌ଘାଟିତ

News by Rajendra Pradhan (Cuttack)

#କଟକ(ଏନ୍‌.ଏମ୍‌.): ପ୍ରଥମ ପର୍ଯ୍ୟାୟର ପର୍ଯ୍ୟବେକ୍ଷଣ ପରେ ଆଜି ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୧୦ଟି ଜିଲ୍ଲାରେ ମୁଖ୍ୟ ବିଚାରପତି ଡ. ଏସ୍‌. ମୁରଲୀଧରଙ୍କ ଦ୍ୱାରା ଭର୍ଚ୍ଚୁଆଲ୍ ହାଇକୋର୍ଟ ଉଦ୍‌ଘାଟିତ ହୋଇଯାଇଛି । ଅନୁଗୁଳ, ଢେଙ୍କାନାଳ, ଜଗତସିଂହପୁର, ଯାଜପୁର, କେନ୍ଦୁଝର, କେନ୍ଦ୍ରାପଡା, କନ୍ଧମାଳର ଫୁଲବାଣୀ, ମୟୂରଭଞ୍ଜର ବାରିପଦା, ନୟାଗଡ, ସୁନ୍ଦରଗଡ ଆଦି ଜିଲ୍ଲାରେ ଭର୍ଚ୍ଚୁଆଲ୍ ହାଇକୋର୍ଟ ବ୍ୟବସ୍ଥା ଉଦ୍‌ଘାଟିତ ହୋଇଛି । କାର୍ଯ୍ୟକ୍ରମରେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡ. ଏସ୍‌. ମୁରଲୀଧର୍ ଯୋଗ ଦେଇ କହିଲେ ଯେ, ଏହା ଦ୍ୱାରା ଦକ୍ଷତା ବୃଦ୍ଧି ପାଇବା ସହ ସ୍ୱଳ୍ପ ଖର୍ଚ୍ଚ ଓ ସମୟ ମଧ୍ୟରେ ତ୍ୱରିତ ନ୍ୟାୟ ମିଳିବ । ସେ କହିଲେ ଯେ ଉପରୋକ୍ତ ଅଞ୍ଚଳରେ ରହି ଜଣେ ଆଇନଜୀବୀ ଅନ୍ ଲାଇନ୍‌ରେ ମାମଲା ପଞ୍ଜିକରଣ କରିବା ସହ ହାଇକୋର୍ଟ ଶୁଣାଣିରେ ଭାଗ ନେଇପାରିବ ଏବଂ ଏହାର ନିର୍ଦ୍ଦେଶନାମା ମଧ୍ୟ ପାଇପାରିବେ । କାର୍ଯ୍ୟକ୍ରମରେ ହାଇକୋର୍ଟର ବିଚାରପତି ସୁଭାଶିଷ ତଲାପାତ୍ର ସ୍ୱାଗତ ଭାଷଣ ଦେଇ କହିଲେ ଯେ, ଦୁଆର ମୁହଁରେ ନ୍ୟାୟ ପ୍ରଦାନ କରିବାର ଆଭିମୁଖ୍ୟ ନେଇ ପ୍ରଥମେ ୧୦ଟି ଜିଲ୍ଲାରେ ଭର୍ଚ୍ଚୁଆଲ୍ ହାଇକୋର୍ଟ ଆରମ୍ଭ କରାଯାଇଥିଲା । ହାଇକୋର୍ଟର ବିଚାରପତି ଡ. ସଞ୍ଜୀବ ପାଣିଗ୍ରାହୀ ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଲେ ଯେ, ରାଜ୍ୟର ଦୁର ଦୁରାନ୍ତ ଅଞ୍ଚଳର ଲୋକମାନଙ୍କର ସ୍ୱଳ୍ପ ସମୟ ଉପଯୋଗ ସହ ସ୍ୱଳ୍ପ ଖର୍ଚ୍ଚରେ ନ୍ୟାୟ ପାଇପାରିବେ । ସୂଚନାଥାଉକି ଗତ ଫେବୃୟାରୀ ୩ ତାରିଖରେ ରାଜ୍ୟର ବାଲେଶ୍ୱର, ବଲାଙ୍ଗୀର, ଭଦ୍ରକ, ବ୍ରହ୍ମପୁରର ଗଞ୍ଜାମ, କଳାହାଣ୍ଡିର ଭବାନୀପାଟଣା, ଖୋର୍ଦ୍ଧାର ଭୁବନେଶ୍ୱର, କୋରାପୁଟର ଜୟପୁର, ପୁରୀ, ସମ୍ବଲପୁର, ସୁନ୍ଦରଗଡର ରାଉରକେଲା ଆଦି ସ୍ଥାନରେ ଭର୍ଚ୍ଚୁଆଲ୍ ହାଇକୋର୍ଟ ଉଦ୍‌ଘାଟିତ ହୋଇଥିଲା । ଭିଡିଓ କନ୍‌ଫରେନ୍‌ସିଂ ଆୟୋଜିତ ଏହି ଏହି ଉଦ୍‌ଘାଟନ ସମୟରେ ଆଡ୍‌ଭୋକେଟ୍ ଜେନେରାଲ୍ ଅଶୋକ ପରିଜା, ଉପରୋକ୍ତ ୧୦ ଜିଲ୍ଲାର ବିଚାର ବିଭାଗୀୟ ଅଧିକାରୀ, ସରକାରୀ ଅଧିକାରୀ, ଆଇନଜୀବୀ ପ୍ରମୁଖ ଉପସ୍ଥିତ ଥିଲେ । ପରିଶେଷରେ ଜଷ୍ଟିସ୍ ପାଣିଗ୍ରାହୀ ଧନ୍ୟବାଦ ଦେଇଥିଲେ ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ