ଦୋକାନ କର୍ମଚାରୀଙ୍କ ନାମରେ ମାଲିକ କଲେ ଋଣ: ଥାନାରେ ଏତଲା

ଦୋକାନ କର୍ମଚାରୀଙ୍କ ନାମରେ ମାଲିକ କଲେ ଋଣ: ଥାନାରେ ଏତଲା

ଦୋକାନ କର୍ମଚାରୀଙ୍କ ନାମରେ ମାଲିକ କଲେ ଋଣ: ଥାନାରେ ଏତଲା

News by Kanhu Chran Panda (Jagatpur)

#ଜଗତପୁର(ଏନ୍‌.ଏମ୍‌.): ଜଗତପୁର ଆଇବି ରୋଡରେ ଫ୍ୟାସନ ୱାଲ୍ଡ ନାମକ ଏକ ଡ୍ରେସ ଦୋକାନରେ କାମ କରୁଥିବା ଲକ୍ଷ୍ମଣପୁର ନାରାୟଣ ବିହାରର ଆଶିଷ କୁମାର ହାତୀ ତାଙ୍କ ମାଲିକ ଦ୍ୱାରା ଠକାମୀର ଶିକାର ହୋଇଛନ୍ତି । ଦୋକାନ ମାଲିକ ନାରାୟଣ ବିହାର ଅଞ୍ଚଳର ରାଜେଶ ନାୟକଙ୍କ ପୁତ୍ର ଜଶକେତନ ନାୟକ ଓରଫ ଆକାଶ ଏହି ଦୋକାନଟିକୁ ଚଲାଉଥିଲେ । ତେବେ ତାଙ୍କ ପାଖରେ କାମ କରୁଥିବା ଆଶିଷଙ୍କ ଠାରୁ ଫଟୋ, ଅଧାରକାର୍ଡ ସହ ତାଙ୍କ ଦସ୍ତଖତ ନେଇ ଆକାଶ ଇଣ୍ଡୋସିନ୍ଧ ବ୍ୟାଙ୍କରୁ ଥରେ ୪୦ ହଜାର ଜାଲିଆତି କରି ଆଶିଷଙ୍କ ନାମରେ ଲୋନ ଉଠାଇ ଦେଇଥିଲେ । ପରବର୍ତ୍ତି ଅବସ୍ଥାରେ ଏହା ଜାଣିପାରି ଏ ସଂକ୍ରାନ୍ତରେ ଆଶିଷ ପଚାରିଥିଲେ । ମାତ୍ର ଆକାଶ ତାଙ୍କୁ ବ୍ୟାଙ୍କ ଅଫ ବରୋଦାକୁ ନେଇ ସେଠାରେ ଏକ ଫର୍ମରେ ଦସ୍ତଖତ କରିଲେ ଲୋନ୍ ଶୁଝି ଦେବାକୁ କହିଥିଲେ । ମାତ୍ର ସେଠାରେ ତଞ୍ଚକତା କରି ଆଶିଷଙ୍କ ନାମରେ ୭୦ ହଜାର ଟଙ୍କାର ଏକ ଆଇଫୋନ ଋଣ କରିଥିଲେ ଆକାଶ । ପରବର୍ତ୍ତ ଅବସ୍ଥାରେ ଆଶିଷଙ୍କୁ ୧୫ ହଜାର ଟଙ୍କା ସୁଝିବାକୁ ପଡିଥିଲା । ଫଳରେ ତାଙ୍କ ନାମରେ ଥିବା ଲୋନ୍ ସୁଝିବାକୁ ଦାବି କରିବାରୁ ଆକାଶ ସବୁ ଲୋନ ସୁଝିବାକୁ କହିବା ସହ ତାଙ୍କୁ ୩ ମାସର ଦରମା ନଦେଇ ଦୋକାନରୁ ବାହାର କରି ଦେଇଥିଲେ । ଏନେଇ ଆଶିଷ ଜଗତପୁର ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ