ଦେଶ ସେବାରେ ସହିଦ ହୋଇଗଲେ ନୌସେନାର ଜବାନ, ଆଠଗଡ଼ ମାଟିର ପୁଅ ଜନସନ

ଦେଶ ସେବାରେ ସହିଦ ହୋଇଗଲେ ନୌସେନାର ଜବାନ, ଆଠଗଡ଼ ମାଟିର ପୁଅ ଜନସନ

ଦେଶ ସେବାରେ ସହିଦ ହୋଇଗଲେ ନୌସେନାର ଜବାନ, ଆଠଗଡ଼ ମାଟିର ପୁଅ ଜନସନ

 

News by Maheswar Behera (Athagarh)

#ଆଠଗଡ଼(ଏନ୍‌.ଏମ୍‌.): ଦେଶ ମାତୃକାର ସେବା ପାଇଁ ଭାରତୀୟ ନୌସେନାରେ ଯୋଗ ଦେଇଥିବା ଜଣେ ଜବାନ ଆଜି ସହିଦ ହୋଇ ଯାଇଛନ୍ତି । ଦେଶର ସୁରକ୍ଷା ପାଇଁ ଅଣ୍ଟାଭିଡିଥିବା ଜବାନ ନିଜର ପ୍ରାଣକୁ ପଛରେ ପକାଇ ଦେଶ ପାଇଁ ଆଜି ସହିଦ ହୋଇ ଯାଇଛନ୍ତି । ଆଉ ସେ ନିଜକୁ ନିଜର ପରିବାରକୁ ପଛରେ ପକାଇ ପାଲଟି ଯାଇଛନ୍ତି ଅଫେରା ପଥର ପଥିକ । ମା’ର ଆଖିରୁ ଶୁଖୁନାହିଁ ଲୁହ । ଯେଉଁ ପୁଅ ଦିନେ ମା’ ବାପାଙ୍କୁ କାନ୍ଧରେ ନେଇଥାନ୍ତା ମୁହଁରେ ନିଆଁ ଦେଇଥାନ୍ତା ଆଉ ବୁଢ଼ା ଦିନେ ବାପା ମାଙ୍କ ପାଇଁ ଆଶାବାଡ଼ି ହୋଇଥାନ୍ତା ହେଲେ ଆଜି ସମସ୍ତଙ୍କୁ ପର କରି ଶୋଇ ଯାଇଛି ଚିର ନିଦ୍ରାରେ । ଅନେକ ଗୁଡ଼ିଏ କାମକୁ ବାକି ରଖି ପୁଅ ଚାଲିଗଲା ସବୁଦିନ ପାଇଁ ଏଭଳି କୋହ ଭରା ଶୋକରେ ବାହୁନି କାନ୍ଦୁଥିବା ଜନନୀ ଆଜି ପାଲଟି ଯାଇଛି ବୀର ପ୍ରସବିନୀ । ଗୋଟିଏ ପରିବାରକୁ ସିନା ପରକରିଦେଲା ବୋଲି ଆତ୍ମୀୟ ଲୋକ କହୁଛନ୍ତି ହେଲେ ସହ ସହ ପରିବାରଙ୍କ ସୁରକ୍ଷା ପାଇଁ ସେ କାମ କରୁଥିଲା । ଭାରତ ମା’ର ସୁରକ୍ଷା ପାଇଁ ସେ ଅଣ୍ଟାଭିଡିଥିବାବେଳେ ଆଜି ଅସ୍ୱାଭାବିକ ଭାବେ ପଞ୍ଚଭୂତରେ ଲୀନ ହୋଇ ଯାଇଛି । ଆଜି ସେହି ବୀର ସହିଦଙ୍କ ଉଦ୍ଦେଶ୍ୟରେ କଟକ ଜିଲ୍ଲାର ଆଠଗଡ଼ ମାଟି ଲୁହରେ ଭିଜି ଯାଇଛି । ଅଞ୍ଚଳରୁ ସୁଖର ବାତାବରଣ ହଜି ଯାଇଛି । ଆବାଳ ବୃଦ୍ଧ ବନିତାଙ୍କ ଆଖିରୁ ଝରି ପଡ଼ୁଛି ଅମାନିଆ ଲୁହ । ଆଜି ଦେଶ ପାଇଁ ପ୍ରାଣବଳୀ ଦେଇଛି ଆଠଗଡ଼ ମାଟିର ପୁଅ ଜନସନ ବେହେରା । ଆଠଗଡ଼ ତିଗିରିଆ ଥାନା ଅଚଳକୋଟ ଗ୍ରାମର ତ୍ରିନାଥ ବେହେରାଙ୍କୁ ପୁଅ ଜନସନ(୨୩) ଭାରତୀୟ ନୌସେନାରେ କାର୍ଯ୍ୟରତ ଥିବାବେଳେ ଏକ ଦୁର୍ଘଟଣାରେ ସେ ସହିଦ ହୋଇ ଯାଇଛନ୍ତି । ଏଭଳି ଦୁଃଖଦ ଖବର ପହଞ୍ଚିବା କ୍ଷଣି ସ୍ତବ୍ଧ ହୋଇଯାଇଥିଲା ସମ୍ପୂର୍ଣ୍ଣ ଆଗଠଡ଼ ଅଞ୍ଚଳ । ଆଜି ଜନସନଙ୍କ ମୃତଦେହ ଜନ୍ମମାଟିରେ ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଥିଲା । ସହିଦ ଜନସନ ବେହେରା ଅମର ରହେ ଧ୍ୱନିରେ ଗାଁ ପୁରା ପ୍ରକମ୍ପିତ ହୋଇଥିଲା । ସହିଦଙ୍କ ମରଶରୀରକୁ ଏକ ସୁସଜ୍ଜିତ ଶବ ବାହକ ଗାଡ଼ିରେ ନୌସେନା ଅଧିକାରୀମାନେ ଗାଁକୁ ଆଣିବା ପରେ ଏଠାରେ ଗାର୍ଡ଼ ଅଫ ଅନର ଦିଆଯାଇଥିଲା । ତେବେ ମୃତ୍ୟୁ ପୂର୍ବରୁ ଗତ ୨ ତାରିଖ ଦିନ ସେ ତାଙ୍କ ମାଆଙ୍କ ସହ ଫୋନ୍‌ରେ କଥା ହୋଇଥିଲେ । ଛୁଟି ପାଇଲେ ଘରକୁ ଆସିବେ ବୋଲି କହିଥିଲେ; ମାତ୍ର ହଠାତ ଆସି ପହଞ୍ଚିଲା ତାଙ୍କ ମର ଶରୀର । ଖବର ପାଇ ଆଠଗଡ ବିଧାୟକ ତଥା ରାଜ୍ୟ କୃଷି ଓ କୃଷକ ସଶକ୍ତି କରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଗ୍ରାମରେ ପହଞ୍ଚି ଜନସନଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ତାଙ୍କ ମର ଶରୀରକୁ ଏକ ଶୋଭାଯାତ୍ରାରେ ଗ୍ରାମ ଶ୍ମଶାନକୁ ନିଆଯାଇଥିଲା । ସେଠାରେ ନୌବାହିନି ତରଫରୁ ତୋପ ସଲାମୀ ଦିଆଯାଇ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ଶବ ସତ୍କାର କରାଯାଇଥିଲା । ତେବେ ତଦନ୍ତ ଶେଷ ହେବା ପରେ କିଭଳି ପରିସ୍ଥିତିରେ ମୁତ୍ୟୁ ହେଲା ତାର ସଠିକ୍ କାରଣ ଜଣା ପଡ଼ିବ ଓ ସରକାରଙ୍କ ନିୟମ ଅନୁଯାୟୀ ତାଙ୍କ ପ୍ରାପ୍ୟ ପ୍ରଦାନ କରାଯିବ ବୋଲି ନୌବାହିନୀ ସହକର୍ମୀ ମାନେ ପ୍ରକାଶ କରିଛନ୍ତି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ