ଦେଶରେ ଅନଲକ ଆରମ୍ଭ: ଦିଲ୍ଲୀରେ ଖୋଲିବ ଷ୍ଟାଡ଼ିୟମ

ଦେଶରେ ଅନଲକ ଆରମ୍ଭ: ଦିଲ୍ଲୀରେ ଖୋଲିବ ଷ୍ଟାଡ଼ିୟମ

ଦେଶରେ ଅନଲକ ଆରମ୍ଭ: ଦିଲ୍ଲୀରେ ଖୋଲିବ ଷ୍ଟାଡ଼ିୟମ

ନୂଆଦିଲ୍ଲୀ (ଏଜେନ୍ସି): ଦେଶରେ ଏବେ କରୋନା ସଂକ୍ରମଣ ଧିରେ ଧିରେ ହ୍ରାସପାଇବାରେ ଲାଗିଛି । ପୂର୍ବାପେକ୍ଷା ଦୈନିକ ସଂକ୍ରମଣ କମ ରହିଥିବାରୁ ଦେଶର ବିଭିନ୍ନ ସ୍ଥାନରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ଦୈନିକ ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ଅନଲକ ଆରମ୍ଭ ହେବା ପରିପ୍ରେକ୍ଷୀରେ ପର୍ଯ୍ୟାୟକ୍ରମେ ବନ୍ଦରହିଥିବା ଅନୁଷ୍ଠାନ ଗୁଡ଼ିକ ଧିରେ ଧିରେ ଖୋଲିବାରେ ଲାଗିଛି । ଦିଲ୍ଲୀରେ ଜିମ, ବାର ପରେ ଏବେ ଷ୍ଟାଡିୟମ ଓ ସ୍ପୋର୍ଟ୍ସ କମ୍ପେ୍ଲକ୍ସ ଖୋଲିବା ପାଇଁ ଘୋଷଣା ହୋଇଛି । ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି । ଏହି ଅନଲକ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ କେତେକ କଟକଣା ମଧ୍ୟରେ ଏସବୁ ଚାଲିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏବେ ବିନା ଦର୍ଶକରେ ଖୋଲାଯିବ ଷ୍ଟାଡିୟମ ଓ ସ୍ପୋର୍ଟ୍ସ କମ୍ପେ୍ଲକ୍ସ ବୋଲି ଦିଲ୍ଲୀ ସରକାର ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ମାତ୍ର ଅନଲକ ପ୍ରକ୍ରିୟାରେ ସିନେମା ହଲ ଓ ମଲ୍ଟିପ୍ଲେକ୍ସ ଖୋଲିବା ପାଇଁ ନିର୍ଦ୍ଦେଶ ଦିଆଯାଇ ନାହିଁ । ଦିଲ୍ଲୀରେ ଗତ ସପ୍ତାହରେ ଅନଲକ ଘୋଷଣା ହୋଇଥିବାବେଳେ ବିବାହ ହଲ୍ ଓ ହୋଟେଲ ପାଇଁ ନିୟମ କିଛି କୋହଳ କରାଯାଇଥିଲା । ତେବେ ସର୍ବାଧିକ ୫୦ଜଣଙ୍କ ଉପସ୍ଥିତି ଅନୁମତି ଦିଆଯାଇଛି । ଜିମ ଏବଂ ଯୋଗ କେନ୍ଦ୍ରରେ ୫୦ପ୍ରତିଶତ କ୍ଷମତା ସହିତ ଖୋଲିବାକୁ ଅନୁମତି ଦିଆଯାଇଛି । ଏହି ସମୟରେ କୋଭିଡ ନିୟମକୁ କଡାକଡି ପାଳନ କରିବାକୁ ପଡିବ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି । ନିୟମ ଉଲ୍ଲଂଘନ କଲେ କଡା କାର୍ଯ୍ୟାନୁଷ୍ଠାନ ସହ ମୋଟା ଅଙ୍କର ଜୋରିମାନା ଆଦାୟ କରାଯିବ ବୋଲି ଦିଲ୍ଲୀ ସରକାର ଘୋଷଣା କରିଛନ୍ତି ।

Slider କ୍ରୀଡା ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ