ଦୁଷ୍ମନ୍ତ ଦାସ ମୃତ୍ୟୁ ଘଟଣା ରାଜ୍ୟ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ନଗ୍ନ ଉଦାହରଣ : ଡ. ମନମୋହନ ସାମଲ
ଭୁବେନଶ୍ୱର(ଏନ୍.ଏମ୍.): କୁଜଙ୍ଗ ଥାନା ଅନ୍ତଗର୍ତ ପଙ୍କପାଳ ଗ୍ରାମର ଦୁଷ୍ମନ୍ତ ଦାସ ଦୀର୍ଘ ୨ ବର୍ଷ ହେଲା ଦୁଘର୍ଟଣା ଜନୀତ କ୍ଷତ ଚିକିତ୍ସା ପାଇଁ ସ୍ଥାନୀୟ ପ୍ରଶାସନ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ନିକଟେର ବହୁବାର ଆପତ୍ତି କରିବା, ଦରଖାସ୍ତ ଦେବା ସତ୍ତ୍ୱେ ରାଜ୍ୟ ସରକାରଙ୍କ ଠାରୁ ଆବଶ୍ୟକୀୟ ସହାୟତା ପାଇ ନଥିଲେ । ଦୀର୍ଘ ୮/୯ ମାସ କଟକ ବଡ ମେଡିକାଲେର ଚିକିତ୍ସା ହେବା ସହ ରାଜଧାନୀର ବିଭିନ୍ନ ଘେରାଇ ଚିକିତ୍ସାଳୟର ଦ୍ୱାରସ୍ଥ ମଧ୍ୟ ହୋଇଥିଲେ । ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ ଅର୍ଥ ବାଧକ ହୋଇଥିଲା । ପରିଶେଷରେ ଅସହାୟ ହୋଇ ଆତ୍ମବିଶ୍ୱାସ ହରାଇ ସେ ବିଧାନସଭା ସମ୍ମୁଖରେ ସରକାରଙ୍କ ଅସହେଯାଗର ପ୍ରତିବାଦେର ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଓ ମେଡିକାଲେର ଗତ ସେପ୍ଟେମ୍ବର ୮ତାରିଖରେ ମୃତ୍ୟୁ ବରଣ କରିଥେôଲ । ଏହି ଘଟଣା ସମଗ୍ର ଜଗତସିଂହପୁର ଜିଲ୍ଲା ସେମତ ସାରା ରାଜ୍ୟେର ଗଭୀର ପ୍ରତିକ୍ରିୟା ସୃଷ୍ଟି କରିଛି ।
ଗତକାଲି ବେିଜପି ତରଫରୁ ମନମୋହନ ସାମଲଙ୍କ ନେତୃତ୍ୱେର ସୁରମା ପାଢୀ, ରମାରଞ୍ଜନ ବଳୀୟାରସିଂହ, ସତ୍ୟବ୍ରତ ପଣ୍ଡା, ବିରଞ୍ôଚନାରାୟଣ ତ୍ରିପାଠୀଙ୍କୁ ନେଇ ଗଠିତ ଏକ ରାଜ୍ୟସ୍ତରୀୟ ଟିମ୍ ସ୍ୱଗର୍ତଃ ଦାସଙ୍କ ଗ୍ରାମ ପଙ୍କପାଳ ଯାଇ ମୃତକଙ୍କ ପରିବାର ବର୍ଗ ଓ କ୍ଷୁବ୍ଧ ଅଞ୍ଚଳବାସୀଙ୍କୁ ଶାନ୍ତ୍ୱନା ପ୍ରଦାନ କରିବା ସହ ରାଜ୍ୟ ସରକାରଙ୍କ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ଯୋଗୁଁ ଏକ ଅମୂଲ୍ୟ ଜୀବନ ନଷ୍ଟ ହେଲା ବୋଲି କହିବା ସହ ଗଭୀର ଉଦ୍ବେଗ ପ୍ରକାଶ କରିଥେôଲ । ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାରେ ଅସମର୍ଥ ପ୍ରକାଶ କରୁଛନ୍ତି, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ କାର୍ଯ୍ୟ କରୁନି ଅଥଚ ୨୦୧୮ ମସିହାରୁ ସାରା ଦେଶେର ଗରୀବ ରୋଗୀଙ୍କୁ ପର୍ଯ୍ୟାପ୍ତ ସହାୟତା ଯୋଗାଉଥିବା କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନାକୁ କାର୍ଯ୍ୟକାରୀ ନକରି ଓଡିଶା ଲୋକଙ୍କୁ ପ୍ରତାରିତ କରୁଛନ୍ତି ବୋଲି ଶ୍ରୀ ସାମଲ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ସ୍ୱଗର୍ତଃ ଦୁଷ୍ମନ୍ତଙ୍କୁ ସରକାରୀ ସହାୟତା ଯୋଗାଇଦେବାର ବିଫଳତା, ଜିଲ୍ଲା ଠାରୁ ଆରମ୍ଭ କରି ରାଜ୍ୟ ପ୍ରଶାସନିକ ଅଧିକାରୀଙ୍କ ଅବେହଳା, ମୁଖ୍ୟମନ୍ତ୍ରୀଙ୍କ ନୀରବତା, ବିଧାନସଭା ସମ୍ମୁଖେର ଆତ୍ମହତ୍ୟା ଉଦ୍ୟମ ଓ ପରେ ମୃତ୍ୟୁ ସହିତ ମୃତ୍ୟୁ ପରବର୍ତ୍ତୀ ଅବସ୍ଥାରେ ରାତିଅଧିଆ ପରିବାରର ସ୍ତ୍ରୀ ସମେତ ମହିଳା ମାନଙ୍କୁ ନେବା, ରାତିରେ ପୋଷ୍ଟମଟମ୍ କରିବା, ଗ୍ରାମକୁ ଶବ ନଆଣିବା ଓ ପରିବାର ଲୋକଙ୍କ ଠାରୁ େକେତକ କାଗଜରେ ଦସ୍ତଖତ ନେବା, ପ୍ରଶାସନ ସମସ୍ତ କଳବଳ ଲଗାଇ ଚଞ୍ଚକତା ପୂର୍ଣ୍ଣ ଭୋବ ରାତିଅଧିଆ ଶବସତ୍କାର କରିବା ସମସ୍ତ ଘଟଣା ସେନ୍ଦହ ଯୁକ୍ତ ଓ ତଦନ୍ତ ସୋକ୍ଷପ ବୋଲି ବିଜେପି ପକ୍ଷରୁ କୁହାଯାଇଛି । ତେବେ ସମସ୍ତ ଘଟଣାକୁ ଅନୁଧ୍ୟାନ କଲା ପେର ରାଜ୍ୟ ବିଜେପି ଟିମ୍ ତରଫରୁ ମୃତକଙ୍କ ପରିବାରଙ୍କୁ ସବର୍ନିମ୍ନ ୫୦ଲକ୍ଷ ଟଙ୍କା ପ୍ରଦାନ ଦାବି, ସ୍ୱଗର୍ତଃ ଦୁଷ୍ମନ୍ତଙ୍କ ପତ୍ନୀଙ୍କୁ କର୍ମ ସଂସ୍ଥାନ, ଦୁଷ୍ମନ୍ତଙ୍କ ଚିକିତ୍ସା ଓ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ଘଟଣାର ସିବିଆଇ ତଦନ୍ତ, ରାଜ୍ୟବାସୀଙ୍କ ସ୍ୱାର୍ଥ ଓ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ କାରଣରୁ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଦାବି ଉପସ୍ଥାପିତ କରାଯାଇଛି । ସ୍ୱଗର୍ତଃ ଦୁଷ୍ମନ୍ତଙ୍କ ସ୍ୱାସ୍ଥ୍ୟ ସେବାରେ ଚରମ ଅବେହଳା କରି ରାଜ୍ୟ ସରକାର ଏକ ସାମାଜିକ ଅପରାଧ କରିଛନ୍ତି । ମୁଖ୍ୟମନ୍ତ୍ରୀ ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ । ସ୍ୱଗର୍ତଃ ଦୁଷ୍ମନ୍ତଙ୍କ ମୃତ୍ୟୁ ଘଟଣା ଓଡିଶା ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାର ନଗ୍ନ ଉଦାହରଣ ବୋଲି କମିଟି ଅଧ୍ୟକ୍ଷ ମନମୋହନ ସାମଲ ପ୍ରକାଶ କରିଛନ୍ତି । ସ୍ୱଗର୍ତଃ ଦୁଷ୍ମନ୍ତ େଯେତେବେଳ ବେସରକାରୀ ଡାକ୍ତରଖାନା ଗଲେ େସେତେବେଳ ସେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପେର ଭରସା କରିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ସେ ଜାଣିବାକୁ ପାେଇଲ ଯେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଆର୍ଥିକ ସହାୟତା ମିଳୁନାହିଁ େସେତେବେଳ ସେ ନିଜର ଆତ୍ମବିଶ୍ୱାସ ହରାଇ ଆତ୍ମହତ୍ୟା କରିଥିଲେ ବୋଲି ଅଭିଯୋଗରେ ଦର୍ଶାଯାଇଛି । ଯଦି ଆୟୁଷ୍ମାନ ଯୋଜନା ରାଜ୍ୟେର ଲାଗୁ ହୋଇଥାନ୍ତା ତେବେ ଦୁଷ୍ମନ୍ତ ଦାସ ଆତ୍ମହତ୍ୟା କରିନଥାନ୍ତେ । ରାଜ୍ୟ ସରକାର ଦୁଷ୍ମନ୍ତଙ୍କ ପରିବାରଙ୍କୁ ଯେଉଁ ଆର୍ôଥକ ସହାୟତା େଦେବ ବୋଲି କହିଥିଲେ ତାଙ୍କ ପରିବାରଙ୍କୁ ଏପର୍ଯ୍ୟନ୍ତ କୌଣସି ଆର୍ôଥକ ସହାୟତା ମିଳିନାହିଁ । ଯଦି ଆୟୁଷ୍ମାନ ଯୋଜନା ଲାଗୁ ନହୁଏ େତେବ ଦୁଷ୍ମନ୍ତଙ୍କ ଭଳି ରାଜ୍ୟେର ଥିବା ଆହୁରି େଅନକ ଦୁଷ୍ମନ୍ତ ଆତ୍ମହତ୍ୟା କରିବାକୁ ପଛାେଇବ ନାହିଁ । ରାଜ୍ୟ ସରକାର ଓଡିଶାରେ ଆୟୁଷ୍ମାନ ଯୋଜନାକୁ ଲାଗୁ କରନ୍ତୁ ବୋଲି ବିଭୁ ତରାଇ ଦାବି କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀର ପୂବର୍ତନ ବିଧାୟକ ତଥା ରାଜ୍ୟ ମୁଖପାତ୍ର ରମାରଞ୍ଜନ ବଳିୟାରସିଂହ, ରାଜ୍ୟ ମୁଖପାତ୍ର ବିରଞ୍ôଚ ନାରାୟଣ ତ୍ରିପାଠୀ ଓ ବିଜେପି ଗଣମାଧ୍ୟମ ମୁଖ୍ୟ ଦିଲ୍ଲୀପ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥେôଲ ।