ଦୁର୍ନୀତିରେ ବୁଡ଼ି ରହିଛି ସିଏମସି: ସମସ୍ତ ସରକାରୀ ସୁବିଧା ସତ୍ତ୍ୱେ ରାସନକାର୍ଡ଼ ହାତେଇଛନ୍ତି ଡେପୁଟି ମେୟର ଦମୟନ୍ତୀ ମାଝୀ

ଦୁର୍ନୀତିରେ ବୁଡ଼ି ରହିଛି ସିଏମସି: ସମସ୍ତ ସରକାରୀ ସୁବିଧା ସତ୍ତ୍ୱେ ରାସନକାର୍ଡ଼ ହାତେଇଛନ୍ତି ଡେପୁଟି ମେୟର ଦମୟନ୍ତୀ ମାଝୀ

ଦୁର୍ନୀତିରେ ବୁଡ଼ି ରହିଛି ସିଏମସି: ସମସ୍ତ ସରକାରୀ ସୁବିଧା ସତ୍ତ୍ୱେ ରାସନକାର୍ଡ଼ ହାତେଇଛନ୍ତି ଡେପୁଟି ମେୟର ଦମୟନ୍ତୀ ମାଝୀ

୮ବର୍ଷ ତଳର କଳଙ୍କିତ ଘଟଣାର ପୁନରାବୃତ୍ତି

News by Kanhu Charan Panda (Cuttack)

#କଟକ(ଏନ୍‌.ଏମ୍‌.): ଦୁର୍ନୀତିରେ ଘାଣ୍ଟି ହେଉଛି କଟକ ମହାନଗର ନିଗମ । ବିଭିନ୍ନ କ୍ଷେତ୍ରରେ ଦୁର୍ନୀତି ହେଉଥିଲେ ମଧ୍ୟ ଏହାର ମୂଳୋତ୍ପାଟନ ଆଦୌ ହେଉନାହିଁ । ଗୋଟିଏ ପରେ ଗୋଟିଏ ଦୁର୍ନୀତି ପଦାକୁ ଆସୁଥିଲେ ମଧ୍ୟ ଏନେଇ ନିରବଦ୍ରଷ୍ଟା ସାଜିଛି ପ୍ରଶାସନ । ବାଲିଯାତ୍ରା ଦୁର୍ନୀତିର ଗନ୍ଧ ଥମିନଥିବାବେଳେ ପୁଣି ରାସନକାର୍ଡ଼ ଦୁର୍ନୀତି ଘଟଣା ପଦାକୁ ଆସିଛି । ସିଏମସିରେ ଦୀର୍ଘ ୮ବର୍ଷ ପରେ ପୁଣି ରାସନକାର୍ଡ଼ ଦୁର୍ନୀତିର ପୁନରାବୃତ୍ତି ହୋଇଥିବା ଦେଖିବାକୁ ମିଳିଛି । ୮ବର୍ଷ ତଳେ ସିଏମସିର ତତ୍‌କାଳୀନ ମେୟର ରାସନକାର୍ଡ଼ ହାତେଇ ପଦବୀ ଛାଡ଼ିଥିଲେ । ଏପରିକି କର୍ପୋରେଟର ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ । ତଥାପି ସିଏମସିର ଶାସକ ଦଳର କର୍ପୋରେଟରମାନଙ୍କ ଚେତା ପଶିଲା ନାହିଁ । ଏବେ ଡେପୁଟି ମେୟର ସମସ୍ତ ସରକାରୀ ସୁବିଧା ପାଇବା ପରେ ମଧ୍ୟ ରାସନକାର୍ଡ଼ର ଲାଭ ଉଠାଇବା ଶାସକ ଦଳର ଦୁର୍ନୀତିକୁ ପଦାରେ ପକାଇଛି । ପ୍ରାପ୍ତ ଅଭିଯୋଗ ଅନୁଯାୟୀ କଟକ ମହାନଗର ନିଗମ ଅନ୍ତର୍ଗତ ଜଗତପୁର ଅଞ୍ଚଳର ୨ଟି ବସ୍ତିରେ ୨ଟି ଘର କରିଥିବା ଡେପୁଟି ମେୟର ଦମୟନ୍ତୀ ମାଝୀଙ୍କୁ ନେଇ ଏବେ ବିରୋଧୀଙ୍କ ଶାଣିତ ସ୍ୱର କେନ୍ଦ୍ରୀଭୂତ ହୋଇଛି । ୨ଟି ବସ୍ତି ମଧ୍ୟରେ ଗୋଟିଏ ସ୍ଥାନରେ ଆଜବେଷ୍ଟ ଘର ଥିବାବେଳେ ତାଙ୍କର ଅନ୍ୟବସ୍ତିରେ କୋଠାଘର ରହିଛି । ପୁନଶ୍ଚ ଡେପୁଟି ମେୟର ଭାବେ ନିର୍ବାଚିତ ହେବା ପରେ ସିଏମସିର କାର, ମୋବାଇଲ ଏବଂ ଦରମା ଭଳି ଅନେକ ସୁବିଧା ପାଉଛନ୍ତି । ତଥାପି ସିଏମସି ଡେପୁଟି ମେୟର ଦମୟନ୍ତୀ ମାଝୀଙ୍କ ନାମ ରାସନ କାର୍ଡ଼ ତାଲିକାରେ ରହିଥିବା ଜଣାପଡ଼ିବା ପରେ ଏବେ ସିଏମସି କର୍ତ୍ତୃପକ୍ଷ ଅଡ଼ୁଆରେ ପଡ଼ିଛନ୍ତି । ଏପରିକି ଦମୟନ୍ତୀଙ୍କର ସାଙ୍ଗିଆ ମଧ୍ୟ ପରିବର୍ତ୍ତନ ହୋଇଥିବା ବେଳେ ଏଥିରେ ଆହୁରି ଏକ ଦୁର୍ନୀତି ଯୋଡ଼ି ହୋଇଥିବା ଅଭିଯୋଗ ହୋଇଛି । ଏପରିକି ରାସନ କାର୍ଡ଼ରେ ଏବଂ ଆଧାର କାର୍ଡ଼ରେ ଅଲଗା ଅଲଗା ସାଙ୍ଗିଆ ରହିଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁଯାୟୀ ଦମୟନ୍ତୀଙ୍କ ନାମରେ ଥିବା ରାସନ କାର୍ଡ଼ ନମ୍ବର ୦୭୧୮୫୦୧୦୬୯୫ରେ ଡେପୁଟି ମେୟର ଦମୟନ୍ତୀ ମାଝୀଙ୍କ ମାତାଙ୍କ ନାମ ସହିତ ୪ଜଣଙ୍କ ନାମ ରହିଛି । ମାତ୍ର ଦମୟନ୍ତୀ ନିଜ ନିର୍ବାଚନୀ ସତ୍ୟପାଠ ସହ ଦାଖଲ କରିଥିବା ଆଧାରକାର୍ଡ଼ ଓ ଅନ୍ୟସମସ୍ତ ଦସ୍ତାବିଜରେ ତାଙ୍କ ନାମ ଦମୟନ୍ତୀ ମାଝୀ ଥିବାବେଳେ ରାସନ କାର୍ଡ଼ରେ ମାଝୀ ବଦଳରେ ମାରାଣ୍ଡି ଉଲ୍ଲେଖ ରହିଛି । ବିଭିନ୍ନ ସ୍ଥାନରେ ଦମୟନ୍ତି ପ୍ରଦାନ କରିଥିବା ବାୟୋଡାଟାରେ ମାତାଙ୍କ ନାମ ସାର ମାରାଣ୍ଡି ଥିବାବେଳେ ପିତାଙ୍କ ନାମ ସ୍ୱର୍ଗତ ଶ୍ୟାମସୁନ୍ଦର ମାଝୀ ରହିଛି । କିନ୍ତୁ ରାସନ କାର୍ଡ଼ରେ ଶ୍ୟାମସୁନ୍ଦର ମାରାଣ୍ଡି ଉଲ୍ଲେଖ ରହିଛି । ପୁନଶ୍ଚ ରାସନକାର୍ଡ଼ରେ ତାଙ୍କ ଘର ଆଦିବାସୀ ବସ୍ତିରେ ଦର୍ଶାଯାଇଥିବାବେଳେ ସତ୍ୟପାଠରେ ଘର ପେପ୍‌ସି କମ୍ପାନୀ ପାଶ୍ୱର୍ରେ ଥିବା ଉଲ୍ଲେଖ ରହିଛି । ଏଠାରେ ପ୍ରଶ୍ନ ଉଠୁଛି ଉକ୍ତ ୱାର୍ଡ଼ ଦାୟିତ୍ୱରେ ଥିବା ଗୋଷ୍ଠୀ ସଂଗଠିକା, ଡିଲର, ସିଏମସି କର୍ତ୍ତୃପକ୍ଷ ଏପରିକି ଜିଲ୍ଲା ଯୋଗାଣ ବିଭାଗ କିପରି ଏ ସମ୍ପର୍କରେ ଜାଣି ପାରିଲେ ନାହିଁ ତାହା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଏ ନେଇ ଦମୟନ୍ତୀଙ୍କୁ ପଚାରିବାରେ ୨୦୧୫ ମସିହାରୁ ତାଙ୍କ ନାମ ରାସନକାର୍ଡ଼ରେ ରହିଛି ବୋଲି କହିଥିଲେ । ସେ ସମୟରେ ତାଙ୍କର ସାଙ୍ଗିଆ ମାରାଣ୍ଡି ଥିଲା; ଏବଂ ପରବର୍ତ୍ତୀ ସମୟରେ ସେ ତାକୁ ମାଝୀ କରିଥିବା କହିଛନ୍ତି । ଅନ୍ୟପକ୍ଷରେ ୨୦୧୫ ମସିହାରେ ସେ ମାଟ୍ରିକ ପାସ କରିଥିବାବେଳେ ତାଙ୍କ ବୋର୍ଡ଼ ସାର୍ଟିଫିକେଟରେ ଦମୟନ୍ତୀ ମାଝୀ ରହିଛି । ତେଣୁ ସେ ସେତେବେଳେ ମଧ୍ୟ ୨ଟି ସାଙ୍ଗିଆରେ କେମିତି ରହୁଥିଲେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯିବା ସହ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନନେଲେ ବିଜେପି ପକ୍ଷରୁ ଦୃଢ଼ ପ୍ରତିବାଦ କରାଯିବ ବୋଲି ନାରୀନେତ୍ରୀ ସ୍ମୃତି ପଟ୍ଟନାୟକ ଚେତାବନୀ ଦେଇଛନ୍ତି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ