ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଉପରେ ଭିଜିଲାନ୍ସର କଡ଼ା ନଜର : ଅତିରିକ୍ତଏସପି ତ୍ରିନାଥ ମିଶ୍ରଙ୍କ ଆୟବର୍ହିଭୁତ ସମ୍ପତ୍ତି ଠାବ #

ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଉପରେ ଭିଜିଲାନ୍ସର କଡ଼ା ନଜର : ଅତିରିକ୍ତଏସପି ତ୍ରିନାଥ ମିଶ୍ରଙ୍କ ଆୟବର୍ହିଭୁତ ସମ୍ପତ୍ତି ଠାବ #

ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଉପରେ ଭିଜିଲାନ୍ସର କଡ଼ା ନଜର
ଅତିରିକ୍ତଏସପି ତ୍ରିନାଥ ମିଶ୍ରଙ୍କ ଆୟବର୍ହିଭୁତ ସମ୍ପତ୍ତି ଠାବ

ଫଟୋ- ପଦ୍ମଲୋଚନ ମିଶ୍ର

କଟକ(ଏନ୍‌.ଏମ୍‌.): ରାଜ୍ୟରେ ଦୁର୍ନୀତିଖୋର ଅଧିକାରୀମାନଙ୍କୁ ସାବାଡ଼ କରିବା ପାଇଁ ରାଜ୍ୟସରକାର ସ୍ୱତନ୍ତ୍ର ପଦକ୍ଷେପ ନେଇଛନ୍ତି । ଫଳରେ ଜନସାଧାରଣଙ୍କ ଠାରୁ ଲୁଟୁଥିବା କିମ୍ବା ରାଜସ୍ୱ ହଡ଼ପ କରୁଥିବା ଅଧିକାରୀ ଓ କର୍ମଚାରୀଙ୍କୁ ଏଥିରେ ନିସ୍ତାର ନାହିଁ । ରାଜ୍ୟର ଗୋଟିଏ ପରେ ଗୋଟିଏ ବିଭାଗରେ ଭିଜିଲାନ୍ସ ଚଢ଼ାଉ କରାଯାଇ ବହୁ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ମୁହଁରୁ କଳାପରଦା ହଟାଇଚାଲିଛନ୍ତି ସହରକାର । ତେବେ ସରକାରଙ୍କ ଏଭଳି କାର୍ଯ୍ୟାନୁଷ୍ଠାନକୁ ସାଧାରଣରେ ପ୍ରଶଂସା କରାଯାଇଛି । ସମ୍ପ୍ରତିରେ ରାଜ୍ୟରେ ବହୁ ଯନ୍ତ୍ରୀ ଭିଜିଲାନ୍ସ ଜାଲରେ ପଡ଼ିସାରିଥିବା ବେଳେ ଜଣେ ଅତିରିକ୍ତ ଜିଲ୍ଲାପାଳ ଆୟବର୍ହିଭୁତ ସମ୍ପତ୍ତି ଠୁଳ କରି ଜେଲ ଯାଇଛନ୍ତି । ଏପରିକି ଚାକିରୀରୁ ଅବସର ନେବାର ଦିନ କେଇଟା ବାକିଥିବାବେଳେ ଏବେ ଜେଲର ଚାରି କାନ୍ଥ ଭିତରେ । ତେବେ ଏହି ଘଟଣାର କିଛି ଘଣ୍ଟା ନପୁରୁଣୁ ଭିଜିଲାନ୍ସ ବିଭାଗ ଆଉ ଜଣେ ବରିଷ୍ଟ ପୁଲିସ ଅଧିକାରୀଙ୍କ ଦୁର୍ନୀତିର ପର୍ଦ୍ଦାଫାସ କରିଛନ୍ତି ।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅତିରିକ୍ତ ଏସ୍‌ପି ତ୍ରିନାଥ ମିଶ୍ରଙ୍କ ଘରେ ଭିଜିଲାନ୍ସ ଟିମ୍ ରେଡ୍ କରିଛି । ପଲିସ୍ କମ୍ୟୁନିକେସନ୍‌ର ଅତିରିକ୍ତ ଏସ୍‌ପି ତ୍ରିନାଥ ମିଶ୍ରଙ୍କ କଟକ, ଭୁବନେଶ୍ୱର, ଯାଜପୁର, କୋରାପୁଟରେ ଥିବା ଘରେ ଭିଜିଲାନ୍ସ ରେଡ୍ ହୋଇଛି । ଏପରିକି ତାଙ୍କର ୧୧ଟି ଯାଗାରେ ଏକକାଳୀନ ଭିଜିଲାନ୍ସ ଟିମ୍ ରେଡ୍ କରିଥିବା ଜଣାପଡ଼ିଛି । ଆଉ ୨ ମାସ ପରେ ତ୍ରିନାଥ ମିଶ୍ର ଅବସର ନେଇଥାନ୍ତେ, ହେଲେ ତା’ ପୂର୍ବରୁ ଭିଜିଲାନ୍ସ ଟିମ୍ ତାଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବହୁ ସମ୍ପତ୍ତି ରହିଥିବା ଜାଣିବାକୁ ପାଇଛି । ତେବେ ମିଶ୍ରଙ୍କ କଟକ ତୁଳସୀପୁର ଅଫିସ୍‌, ସରକାରୀ ବାସଭବନ, ଭୁବନେଶ୍ୱର ରସୁଲଗଡ଼ ସ୍ଥିତ ଫ୍ଲାଟ୍‌, ନବରଙ୍ଗପୁର ଡାବୁଗାଁ ପୈତୃକ ଘରେ ରେଡ୍ ଚାଲିଛି । ଏହାସହ ଯାଜପୁର ବଡ଼ଚଣାରେ ସମ୍ପର୍କୀୟଙ୍କ ଘର, ବଡ଼ଚଣାରେ ଥିବା ଶାନ୍ତିଲତା ଫାର୍ମ ହାଉସ୍‌, ଚଣ୍ଡିଖୋଲ ବଜାରରେ ଥିବା ଶାନ୍ତିଲତା ନର୍ସିଂ ହୋମ୍‌, ଶାନ୍ତିଲତା ଟ୍ରାନ୍ସପୋର୍ଟ ନାଁରେ ଥିବା ଦୁଇଟି ଅଫିସ୍‌ରେ ବି ଚଢ଼ାଉ ହୋଇଛି । ଏପରିକି ଶ୍ରୀ ମିଶ୍ରଙ୍କ ଡ୍ରାଇଭର ଭାବେ କାର୍ଯ୍ୟକରୁଥିବା ଜଗତସିଂହପୁର ବିରିଡ଼ିର ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଘରେ ବି ରେଡ୍ କରାଯାଇଛି । ସୂଚନା ଯୋଗ୍ୟ ଯେ, ଶ୍ରୀ ମିଶ୍ର ଦୀର୍ଘ ବର୍ଷ ଧରି କମିଶନରେଟ ପୁଲିସରେ ବିଭିନ୍ନ ପଦପଦବୀରେ ରହି ନିଜର କାରନାମା ଦେଖାଇଥିଲେ । ଏପରିକି ପୂର୍ବରୁ ତାଙ୍କୁ ଭିଜିଲାନ୍ସ ସ୍କାନରରେ ରଖାଯାଇଥିଲେ ମଧ୍ୟ ସେ କୌଶଳକ୍ରମେ ଖସିଯାଉଥିଲେ । ତେବେ ସବୁଦିନ ଚୋରଘର ଅନ୍ଧାରରେ ରହେନାହିଁ ନ୍ୟାୟରେ ଏବେ ତାଙ୍କ ଦୁର୍ନୀତିର ପର୍ଦ୍ଦାଫାସ ହୋଇଥିବା କଟକ ସହରରେ ଚର୍ଚ୍ଚା ହେଉଛି । ଏପରିକି ଶ୍ରୀ ମିଶ୍ର ଟ୍ରାନ୍ସପୋର୍ଟ ବ୍ୟବସାୟ ସହିତ ନର୍ସିଂହୋମ କରି ରୋଗୀସେବା ନାମରେ ବେଶ ରୋଜଗାର କରୁଥିବା ଅଭିଯୋଗ ହୋଇଛି । ଦୀର୍ଘ ବର୍ଷ ଧରି ବିଭାଗ ଆଖିରେ ଧୁଳି ଦେଇ ବହୁ ଆୟବର୍ହିଭୁତ ସମ୍ପତ୍ତି ଠାବ କରିଥିବାବେଳେ ଏ ପର୍ଯନ୍ତ ସମସ୍ତ ସମ୍ପତ୍ତିର ମୂଲ୍ୟ ଆକଳନ କରାଯାଇ ପାରିନଥିବା ଭିଜିଲାନ୍ସ ବିଭାଗର ଜଣେ ଅଧିକାରୀ କଥାପ୍ରସଙ୍ଗରେ କହିଛନ୍ତି ।

Slider ଅପରାଧ ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି