ନୂଆଦିଲ୍ଲୀ (ଏନ୍.ଏମ୍.): ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିରୱାଲ ଆଜି ଏକ ବଡ଼ ଘୋଷଣା କରିଛନ୍ତି । ଦିଲ୍ଲୀର ଜନସାଧଣଙ୍କ ମଧ୍ୟରୁ ଯଦି କାହାରି କରୋନା ଜନିତ ମୃତ୍ୟୁ ହୁଏ ତେବେ ଉକ୍ତ ପରିବାରକୁ ୫୦ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ । ଏଥି ସହିତ ତାଙ୍କ ପରିବାରକୁ ମାସିକ ୨ହଜାର ୫ଶହ ଟଙ୍କାର ଭତ୍ତା ଦିଆଯିବ । ପୁନଶ୍ଚ ଯେଉଁ ନାବାଳକ-ନାବାଳିକାଙ୍କ ପିତାମାତାଙ୍କ କରୋନାଜନିତ ମୃତ୍ୟୁ ହୁଏ ଓ ସେମାନେ ଅନାଥ ହୋଇ ଯାଆନ୍ତି ସେମାନଙ୍କୁ ୨୫ବର୍ଷ ହେବା ପର୍ଯ୍ୟନ୍ତ ମାସିକ ୨ହଜାର ୫ଶହ ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ । ଏଥି ସହିତ ମୁଖ୍ୟମନ୍ତ୍ରୀ ଶ୍ରୀ କେଜରିୱାଲ ପୁଣି କହିଛନ୍ତି ଯେ, ଲକଡାଉନ ଯୋଗୁଁ ଯେଉଁ ଲୋକ ରୋଜଗାର ହରାଇଥାନ୍ତି କିମ୍ବା ପରିବାରର ରୋଜଗାରକ୍ଷମ ବ୍ୟକ୍ତିଙ୍କ କରୋନାରେ ମୃତ୍ୟୁ ହେଲେ, ଶିଶୁ କିମ୍ବା ବୃଦ୍ଧ-ବୃଦ୍ଧା ଅସହାୟ ହୋଇପଡ଼ିଲେ ସେମାନଙ୍କ ନିକଟରେ ଦିଲ୍ଲୀ ସରକାର ଠିଆ ହେବେ ।