ଦାବି ପୂରଣ ନହେବାରୁ ଆମରଣ ଅନଶନରେ ବସିଲେ କାରା କର୍ମଚାରୀ
#ଚୌଦ୍ୱାର(ଏନ୍.ଏମ୍.): ଦୀର୍ଘ ଦିନ ଧରି ଦାବି କରି ଆସୁଥିବାବେଳେ ସେମାନଙ୍କ ଦାବି ପ୍ରତି ସରକାର ଦୃଷ୍ଟି ନଦେବା ଯୋଗୁଁ କାର୍ଯ୍ୟରତ କାରା କର୍ମଚାରୀଙ୍କ ଅସନ୍ତୋଷ ତେଜିବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ନିଖିଳ ଓଡିଶା କାରା କର୍ମଚାରୀ ସଂଘ ପକ୍ଷରୁ ରାଜ୍ୟ ବ୍ୟାପୀ ଆନ୍ଦୋଳନ ଡାକରା ଦିଆଯାଇଛି । ତେବେ ପାଞ୍ଚଦଫା ଦାବିରେ ୧୩ ତାରିଖ ଠାରୁ କାରା କର୍ମଚାରୀମାନେ କଳା ବ୍ୟାଚ ପିନ୍ଧି ଡିୟୁଟି କରୁଥିବା ବେଳେ ସରକାର ଦାବି ପୂରଣ ନକରିବାରୁ ଆଜି ଠାରୁ ରାଜ୍ୟର ସମସ୍ତ କାରା କର୍ମଚାରୀ ମାନେ ଆମରଣ ଅନଶନ ଆରମ୍ଭ କରିଛନ୍ତି । ଏହି ଅବସରରେ ଚୌଦ୍ୱାର ମଣ୍ଡଳ କାରାଗାରରେ ମଧ୍ୟ କାର୍ଯ୍ୟରତ କାରା କର୍ମଚାରୀ ମାନେ ଶାନ୍ତିପୂର୍ଣ୍ଣ ଭାବେ କଳାବ୍ୟାଚ ପରିଧାନ ପୂର୍ବକ ଆମରଣ ଅନଶନରେ ବସିଛନ୍ତି । ସରକାର ଦାବି ପୁରଣ ନକରିବା ପର୍ଯ୍ୟନ୍ତ ଅନଶନ ଜାରି ରହିବ ବୋଲି କାରା କର୍ମଚାରୀ ମାନେ କହିଛନ୍ତି ।