ଦାବିପୁରଣ ନହେଲେ ନଭେମ୍ବର ୨୭ରେ ଆନ୍ଦୋଳନ ପାଇଁ ଓଡ଼ିଶା ଅମଲା ସଂଘର ନିଷ୍ପତ୍ତି

ଦାବିପୁରଣ ନହେଲେ ନଭେମ୍ବର ୨୭ରେ ଆନ୍ଦୋଳନ ପାଇଁ ଓଡ଼ିଶା ଅମଲା ସଂଘର ନିଷ୍ପତ୍ତି

ଦାବିପୁରଣ ନହେଲେ ନଭେମ୍ବର ୨୭ରେ ଆନ୍ଦୋଳନ ପାଇଁ ଓଡ଼ିଶା ଅମଲା ସଂଘର ନିଷ୍ପତ୍ତି

News by Padmalochan Mishra (Cuttack )

#କଟକ(ଏନ୍‌.ଏମ୍‌.): ସରକାର ଅମଲାମାନଙ୍କ ପ୍ରତି ସର୍ବଦା ଅଣଦେଖା କରିଥିବା ଅଭିଯୋଗ ହୋଇଛି । ଏ ନେଇ ସରକାରଙ୍କ ନିକଟରେ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁନାହିଁ । ଫଳରେ ଅମଲାମାନଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏ ନେଇ ଆଗାମୀ ଦିନରେ ରାଜ୍ୟର ସମସ୍ତ ଅମଲା ଆନ୍ଦୋଳନକୁ ଓହ୍ଲାଇବା ପାଇଁ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି । ତେବେ ଏ ନେଇ ଆଜି କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ଜିଲ୍ଲାସ୍ତରୀୟ ଅମଲାମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାସ୍ତରୀୟ ଅମଲାଙ୍କ ପ୍ରବେଶିକା ଶିକ୍ଷାଗତ ଯୋଗ୍ୟତା ୨୦୧୭ ମସିହାରୁ ସ୍ନାତକ ସହିତ କମ୍ପ୍ୟୁଟର ଜ୍ଞାନ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସେହି ହାରରେ ଦରମା ପ୍ରଦାନ କରାଯାଉନାହିଁ । ତେଣୁ ୯,୩୦୦ଟଙ୍କାରୁ ୩୪,୮୦୦ଟଙ୍କା ଗ୍ରେଡ଼୍ ପେ ୪୨୦୦ଟଙ୍କା ହାରରେ) ଦରମା ପ୍ରଦାନ ପାଇଁ ଦାବି ହୋଇଛି ।
ଓଡ଼ିଶାର ୩୦ଗୋଟି ଜିଲ୍ଲାର ସଦସ୍ୟ-ସଦସ୍ୟାମାନଙ୍କ ଭାବାବେଗକୁ ଦେଖି ଗତ ଅକ୍ଟୋବର ୩୦ତାରିଖରେ ଅମଲା ସଂଘର ଏକ ଜରୁରୀ କାର୍ଯ୍ୟକାରିଣୀ ବୈଠକ ଭୁବନେଶ୍ୱରର ଜୟଦେବ ଭବନ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକର ନିଷ୍ପତି ଅନୁଯାୟୀ ଆସନ୍ତା ନଭେମ୍ବର ୨୭ ତାରିଖରେ ଭୁବନେଶ୍ୱର, ଲୋୟର ପି.ଏମ୍‌.ଜି.ଠାରେ ଏକ ବିଶାଳ ଅମଲା ସମାବେଶ ଅନୁଷ୍ଠିତ ହେବ, ଯେଉଁଥିରେ ୩୦ହଜାର ଅମଲା ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି । ଅତୀତରେ ଓଡ଼ିଶା ଅମଲା ସଂଘ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କ ପାଖରେ ଏହି ପ୍ରମୁଖ ଦାବିକୁ ବାରମ୍ବାର ଉପସ୍ଥାପନ କରିଥିଲେ ମଧ୍ୟ ସରକାରଙ୍କର ବୈମାତୃକ ଓ ଟାଳଟୁଳ ନୀତି ଯୋଗୁଁ ଆଜି ପର୍ଯ୍ୟନ୍ତ ଏହି ଦାବି ପୁରଣ ହୋଇପାରି ନାହିଁ । ଏହି ଯୁକ୍ତିସମ୍ମତ ଦାବିକୁ ସରକାର ପୂରଣ କରିବାରେ ବିଳମ୍ବ କରୁଥିବାରୁ ଓଡ଼ିଶା ଅମଲା ସଂଘ ରାଜ ରାସ୍ତାକୁ ଓହ୍ଲାଇବା ପାଇଁ ନିଷ୍ପତି ନେଇଛି । ବନ୍ଧୁଗଣ ବିଗତ କିଛିଦିନ ତଳେ ଶାସକ ଦଳର ୩୧ଜଣ ମାନ୍ୟବର ବିଧାୟକ ଓଡ଼ିଶା ଅମଲା ସଂଘର ଯୁକ୍ତିସମ୍ମତ ଦାବିକୁ ପୁରଣ କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ଲିଖତ ଭାବରେ ଅନୁରୋଧ କରିଛନ୍ତି । କିନ୍ତୁ ବିଡ଼ମ୍ବନାର ବିଷୟ ଆଜିପର୍ଯ୍ୟନ୍ତ ଏହା ଉପରେ ଓଡ଼ିଶା ସରକାର ବିଚାର କରିନାହାନ୍ତି । ସରକାର ଦାବି ପୂରଣ କରିବା ପାଇଁ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି । ଏହାର ପ୍ରତିବାଦରେ ଆସନ୍ତା ୨୭ତାରିଖରେ ହେବାକୁ ଥିବା ଆନ୍ଦୋଳନରେ ସାରା ରାଜ୍ୟରୁ ୩୦ହଜାର ଜିଲ୍ଲାସ୍ତରୀୟ ଅମଲା ଏଥିରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହି ବୈଠକରେ ସଂଘର ଚେୟାରମ୍ୟାନ ଅଶିତ୍ ବରେନ୍ ସାଇଁ, ଆକସନ୍ କାଉନ୍‌ସିଲ ଚେୟାରମ୍ୟାନ୍ ବିଶ୍ୱମୋହନ ମହାପାତ୍ର, କଟକ ଜିଲ୍ଲା ମୂଖ୍ୟ ଉପଦେଷ୍ଟା ହୃଦୟ ବିହାରୀ ମହାପାତ୍ର, କାର୍ଯ୍ୟକାରୀ ସଭାପତି ଲଳିତ ମୋହନ ଶତପଥ, ଚିତରଞ୍ଜନ ପଟ୍ଟନାୟକ ସମ୍ପାଦକ ଅଜୟ କୁମାର ଜେନାଙ୍କ ସହିତ ଅମ୍ବିକା ପ୍ରସାଦ ଦାଶ, ବିରଞ୍ଚିନାରାୟଣ ବରାଳ, ବିଭୁତି ଭୂଷଣ ମିଶ୍ର, ଅକ୍ଷୟ କୁମାର ସାହୁ, କାର୍ତ୍ତିକ କୁମାର ବେହେରା, ପ୍ରଦ୍ୟୁମ୍ନ କୁମାର ନନ୍ଦ, ବିଶ୍ୱଜିତ୍ ଆଚାର୍ଯ୍ୟ, କୋଷାଧ୍ୟକ୍ଷ ଗୁରୁ ଗୋବିନ୍ଦ ଦଳାଇ, ଆଶିଷ କୁମାର ସିହ୍ନା ଓ ଦିକ୍ଷିତ ସାଇଁ, ଦିପ୍ତିମୟୀ ରାଉତ, ସୌମ୍ୟରଞ୍ଜନ ସାମଲ, ଇଜାଜ୍ ଅଲ୍ଲୀ ଖାନ୍‌, ମୁକେଶ କୁମାର ସାହୁ, ଜିତେଶ୍ କୁମାର ଦଳାଇ, ଗୋପିନାଥ ବେହେରା, ମିଲନ୍ କୁମାର ମଲ୍ଲିକ, ସୌଭାଗ୍ୟ ରଞ୍ଜନ ଦାଶ, ସୁବାସ ଚନ୍ଦ୍ର ଦାସ, ସନ୍ତୋଷ କୁମାର ପଟ୍ଟନାୟକ, ଚନ୍ଦନ କୁମାର ରାଉତ, ମାନସ ପତି, କୀର୍ତ୍ତିରଞ୍ଜନ ନାୟକ, ହୁସେନ୍ ଅଲ୍ଲୀ ଖାନ୍ ପ୍ରମୁଖ ଉପସ୍ଥିତ ଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି