ଦଳୀୟ ସାଂସଦଙ୍କୁ ଜନସମ୍ପର୍କ ବଢାଇବା ସହ ସୋସିଆଲ ମିଡିଆ ଉପରେ ଫୋକସ କରିବାକୁ ମୋଦୀଙ୍କ ନିର୍ଦ୍ଦେଶ

ଦଳୀୟ ସାଂସଦଙ୍କୁ ଜନସମ୍ପର୍କ ବଢାଇବା ସହ ସୋସିଆଲ ମିଡିଆ ଉପରେ ଫୋକସ କରିବାକୁ ମୋଦୀଙ୍କ ନିର୍ଦ୍ଦେଶ

ଦଳୀୟ ସାଂସଦଙ୍କୁ ଜନସମ୍ପର୍କ ବଢାଇବା ସହ ସୋସିଆଲ ମିଡିଆ ଉପରେ ଫୋକସ କରିବାକୁ ମୋଦୀଙ୍କ ନିର୍ଦ୍ଦେଶ


ନୂଆଦିଲ୍ଲୀ(ଏନ୍‌.ଏମ୍‌.): ଆଗାମୀ ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନ ଓ ଚଳିତ ବର୍ଷ ବିଭିନ୍ନ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ବିଜେପି ନୂତନ ରଣନୀତି ପ୍ରସ୍ତୁତି ଆରମ୍ଭ କରିଛି । ଆଗାମୀ ନିର୍ବାଚନରେ ବିଜେପି ଭଲ ପ୍ରଦର୍ଶନ କରିବା ଉପରେ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମୀକ୍ଷା କରିଛନ୍ତି । ସଂସଦର ଶୀତକାଳୀନ ଅଧିବେଶନ ଶେଷ ହେବା ପରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ବିଜେପି ରାଜ୍ୟସଭା ସାଂସଦମାନଙ୍କ ସହ ଜଳଖିଆ ବୈଠକ କରି ଗୁରୁତ୍ୱ ପୂର୍ଣ୍ଣ ଆଲୋଚନା କରିଛନ୍ତି । ରାଜ୍ୟସଭାରେ ବିଜେପିର ୯୨ ସାଂସଦ ଅଛନ୍ତି । ତେଣୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଦଳୀୟ ସାଂସଦମାନଙ୍କୁ ରାଜ୍ୟ ଅନୁଯାୟୀ ସାକ୍ଷାତ କରିବାକୁ ଆମନ୍ତ୍ରଣ କରିଥିଲେ । ତୃଣମୂଳସ୍ତରରେ କାମ କରିବା, ଲୋକଙ୍କ ସହ ସମ୍ପର୍କ ବୃଦ୍ଧି କରିବା, ସୋସିଆଲ ମିଡିଆ ଓ ଡିଜିଟାଲ ମିଡିଆରେ ନିଜର ଉପସ୍ଥିତି ଜାହିର କରିବା ସହ ଫଲୋଅର ସଂଖ୍ୟା ବଢାଇବାକୁ ମୋଦୀ ସାଂସଦମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ରାଜ୍ୟସଭା ସାଂସଦମାନଙ୍କୁ ନିଜ ନିଜ କ୍ଷେତ୍ରର ବିକାଶରେ ଅଂଶୀଦାର ହେବାକୁ କହିଛନ୍ତି । ନିୟମିତ ଭାବରେ କ୍ଷେତ୍ର ପରିଦର୍ଶନ କରିବାକୁ କୁହାଯାଇଛି । ସ୍ଥାନୀୟ ଲୋକମାନେ ଯେପରି ସାଂସଦଙ୍କ ପରିଦର୍ଶନ ସମ୍ପର୍କରେ ଜାଣିପାରିବେ ତାହାର ବ୍ୟବସ୍ଥା କରିବାକୁ କୁହାଯାଇଛି । କେନ୍ଦ୍ର ଦ୍ୱାରା କରାଯାଇଥିବା ସମସ୍ତ କାର୍ଯ୍ୟକୁ ଭଲଭାବରେ ପ୍ରଚାର କରିବାର ଆବଶ୍ୟକତା ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଯାହା ଫଳରେ ଲୋକମାନଙ୍କ ମଧ୍ୟରେ ସରକାରଙ୍କ ଉପରେ ଆତ୍ମବିଶ୍ୱାସ ସୃଷ୍ଟି କରିପାରିବେ । ସାଂସଦମାନଙ୍କୁ ମଧ୍ୟ ସବୁବେଳେ ସଂସଦରେ ଉପସ୍ଥିତ ରହିବାକୁ ଏବଂ ବିତର୍କ ଏବଂ ଆଲୋଚନା ପାଇଁ ପ୍ରସ୍ତୁତ ହେବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି