ଦଳିତ ସାହିରେ ଶୁଖିଲା ଖାଦ୍ୟ ବଣ୍ଟନ

ଦଳିତ ସାହିରେ ଶୁଖିଲା ଖାଦ୍ୟ ବଣ୍ଟନ

ଦଳିତ ସାହିରେ ଶୁଖିଲା ଖାଦ୍ୟ ବଣ୍ଟନ


କଟକ(ଏନ୍‌.ଏମ୍‌.): ଦିନମଜୁରୀଆ କାମ କରି ପରିବାର ଚଳାଉଥିବା ଗରିବ ଲୋକମାନେ କରୋନା ମହାମାରୀ ସମୟରେ ରୋଜଗାର ହରାଇଛନ୍ତି । ବିଭିନ୍ନ କ୍ଷେତ୍ରରେ କାମ ବନ୍ଦ ଥିବା ଯୋଗୁଁ ଏହି ଗରିବ ଲୋକମାନଙ୍କ ପକ୍ଷରେ ଚଳିବା କଷ୍ଟକର ହୋଇ ପଡ଼ୁଛି । ସ୍ଥାନୀୟ ବ୍ରାହ୍ମଣବାଡ଼ ଗ୍ରାମର ଦଳିତ ପରିବାରମାନେ ନାହିଁ ନଥିବା ହଇରାଣ ହେଉଥିବାବେଳେ କିଛି ବଦାନ୍ୟ ବ୍ୟକ୍ତି ସେମାନଙ୍କୁ ଶୁଖିଲା ଖାଦ୍ୟ ବିତରଣ କରିଛନ୍ତି । ସମାଜସେବୀ ସୁକାନ୍ତ ସେଠୀ ଓ ଦେବୀପ୍ରସାଦ ଖୁଣ୍ଟିଆଙ୍କ ସହଯୋଗରେ ଏହି ଖାଦ୍ୟ ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମରେ ଟିକିଲି ଦେହୁରୀ, କ୍ଷିତିଶ ଦେହୁରୀ, ଚୈତନ୍ୟ ସାମଲ ପ୍ରମୁଖ ସହଯୋଗ କରିଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ