ଦଳିତଙ୍କ ଉପରେ ଆକ୍ରମଣ ମାମଲା: ଥାନା ଅଧିକାରୀଙ୍କ ବିରୋଧରେ ଡିସିପିଙ୍କ ଦ୍ୱାରସ୍ଥ ଗ୍ରାମବାସୀ

ଦଳିତଙ୍କ ଉପରେ ଆକ୍ରମଣ ମାମଲା: ଥାନା ଅଧିକାରୀଙ୍କ ବିରୋଧରେ ଡିସିପିଙ୍କ ଦ୍ୱାରସ୍ଥ ଗ୍ରାମବାସୀ

ଦଳିତଙ୍କ ଉପରେ ଆକ୍ରମଣ ମାମଲା: ଥାନା ଅଧିକାରୀଙ୍କ ବିରୋଧରେ ଡିସିପିଙ୍କ ଦ୍ୱାରସ୍ଥ ଗ୍ରାମବାସୀ

News by Smruti Ranjan Tripathy (Cuttack)

#କଟକ(ଏନ୍‌.ଏମ୍‌.): ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଓ ସବର୍ଣ୍ଣମାନଙ୍କ ଭୟରେ ସଦର ଥାନା ଉତ୍ତମାପୁର ତୋଟାସାହିର ଦଳିତ ମହିଳାମାନେ ଡିସିପିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଗତ ୬ ତାରିଖରେ ଏହି ଗ୍ରାମରେ ସବର୍ଣ୍ଣ ଅସବର୍ଣ୍ଣଙ୍କ ମଧ୍ୟରେ ସୃଷ୍ଟ ଗଣ୍ଡଗୋଳରେ ଦଳିତ ମହିଳାମାନଙ୍କୁ ଜାତିଗତ ଆକ୍ଷେପ ଆକ୍ରମଣ କରିବା ନେଇ ଥାନାରେ ଏତଲା ଦିଆଯାଇଥିଲା । ମାତ୍ର ପୁଲିସ ଏହି ଅଭିଯୋଗକୁ ପଞ୍ଜିକରଣ କରିନଥିବା ବେଳେ ଦଳିତମାନଙ୍କ ବିରୋଧରେ ହୋଇଥିବା ମାମଲାରେ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି । ପରେ ସଦର ପୁଲିସ ରାତିରେ ବାରମ୍ବାର ଭ୍ୟାନରେ ଆସି ଅସବର୍ଣ୍ଣଙ୍କ ଗିରଫ କରିବା ଲାଗି ଚଢଉ କରୁଛି । ପୁଲିସ ମାତ୍ରାଧିôକ କାର୍ଯ୍ୟାନୁଷ୍ଠାନର ଆତଙ୍କ ଓ ସବର୍ଣ୍ଣଙ୍କ ଭୟରେ ଏହି ଗ୍ରାମ ଏବେ ପୁରୁଷ ଶୂନ୍ୟ ହୋଇଯାଇଛି । ଏଭଳି ନିର୍ଯ୍ୟାତନାର ଶିକାର ମହିଳାମାନେ ଆଜି ନିଜର ସୁରକ୍ଷା ପାଇଁ ଡିସିପିଙ୍କୁ ଗୁହାରି କରିଛନ୍ତି । ବର୍ତ୍ତମାନ ପରିସ୍ଥିତିରେ ଉକ୍ତ ଉତ୍ତେଜନା ଲାଗିରହିଥିବାରୁ ତୁରନ୍ତ ଶାନ୍ତିର ବାତାକରଣ ସୃଷ୍ଟି କରିବା ଲାଗି ପଦକ୍ଷେପ ନେବାକୁ ଦଳିତ ସଂଗଠନ ରାଜ୍ୟ ନେତା ମନୋରଂଜନ ଜେନା ଦାବି କରିଛନ୍ତି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ