ଥମିନି ରାଜନୈତିକ ହିଂସା!: ସରପଞ୍ଚଙ୍କ ଘର ଉପରକୁ ବୋମା ମାଡ଼

ଥମିନି ରାଜନୈତିକ ହିଂସା!: ସରପଞ୍ଚଙ୍କ ଘର ଉପରକୁ ବୋମା ମାଡ଼

ଥମିନି ରାଜନୈତିକ ହିଂସା!: ସରପଞ୍ଚଙ୍କ ଘର ଉପରକୁ ବୋମା ମାଡ଼

ଫଟୋ- ପଦ୍ମଲୋଚନ ମିଶ୍ର

କଣ୍ଟାପଡ଼ା(ଏନ୍‌.ଏମ୍‌.): ତ୍ରିସ୍ତରୀୟ ନିର୍ବାଚନ ଶେଷ ପରେ ମଧ୍ୟ ହିଂସାକାଣ୍ଡ ଥମିନି । ବିଭିନ୍ନ ସ୍ଥାନରେ ପଞ୍ଚାୟତ ନିର୍ବାଚନକୁ ନେଇ ଗଣ୍ଡଗୋଳ, ମାଡ଼ପିଟ, ହଣାକଟା ସହିତ ବୋମା ମାଡ଼ ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଆଜିବି ଗାଁ ରାଜନୀତିର ଉଷ୍ମତା ରହିଛି । କେଉଁଠି ହାରିଯାଇଥିବା ପ୍ରାର୍ଥୀଙ୍କ ସମର୍ଥକ ଗଣ୍ଡଗୋଳ କରୁଛନ୍ତି ତ ଆଉ କେଉଁଠି ଜିତିଥିବା ପ୍ରାର୍ଥୀଙ୍କ ସମର୍ଥକ ଟାହି ଟାପରା କରି ଗଣ୍ଡଗୋଳକୁ ଉସକାଉଥିବା ଭଳି ଅଭିଯୋଗ ମଧ୍ୟ ଆସୁଛି । ସେହିଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ଅଞ୍ଚଳରେ । କଣ୍ଟାପଡ଼ା ବ୍ଲକ ବ୍ରାହ୍ମଣ ବାଟି ପଞ୍ଚାୟତରେ ସରପଞ୍ଚଙ୍କ ଘର ଉପରକୁ ବୋମା ମାଡ଼ ହୋଇଥିବା ଜଣାପଡ଼ିଛି । ତେବେ ୪ଜଣ ଦୁର୍ବୃତ୍ତ ସରପଞ୍ଚଙ୍କ ଘର ଉପରକୁ ବୋମା ମାଡ଼ କରି ଫେରାର ହୋଇଯାଇଥିବା ଅଭିଯୋଗ ହୋଉଛି ।
ସୂଚନା ଅନୁଯାୟୀ, ଗତ ଶନିବାର ବିଳମ୍ୱିତ ରାତିରେ ବ୍ରାହ୍ମଣବାଟି ପଞ୍ଚାୟତର ନବନିର୍ବାଚିତ ସରପଞ୍ଚ ସଞ୍ଜୟ କୁମାର ରାଉତରାୟଙ୍କ ଘର ଉପରକୁ ବୋମା ମାଡ଼ ହୋଇଛି । ଦୁଇଟି ବାଇକରେ ୪ ଜଣ ଯୁବକ ଆସି ଦୁଇଟି ବୋମା ମାଡ଼ ଘରି ଫେରାର ହୋଇଯାଇଥିବା ଅଞ୍ଚଳବାସୀ ସୂଚନା ଦେଇଛନ୍ତି । ତେବେ ଏ ସଂକ୍ରାନ୍ତରେ ଗୋବିନ୍ଦପୁର ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାବେଳେ ବୋମା ମାଡ଼ରେ କେହି ମୃତାହତ ହୋଇ ନଥିବା ଜଣାପଡ଼ିଛି । ତେବେ ରାଜନୈତିକ ଆକ୍ରୋଶରୁ ଏହି ବୋମାମାଡ଼ ହୋଇଥିବା ଅନୁମାନ କରାଯାଉଛି । ବୋମା ମାଡ଼ କରିଥିବା ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ