ତ୍ରିସ୍ତରୀୟ ପଞ୍ଚାୟତନ ନିର୍ବାଚନ: ୧୧ନମ୍ବର ଜିଲ୍ଲାପରିଷଦ ଜୋନ ପାଇଁ ବିଜେଡ଼ିର ଷ୍ଟାର କ୍ୟାମ୍ପେନ

ତ୍ରିସ୍ତରୀୟ ପଞ୍ଚାୟତନ ନିର୍ବାଚନ: ୧୧ନମ୍ବର ଜିଲ୍ଲାପରିଷଦ ଜୋନ ପାଇଁ ବିଜେଡ଼ିର ଷ୍ଟାର କ୍ୟାମ୍ପେନ

ତ୍ରିସ୍ତରୀୟ ପଞ୍ଚାୟତନ ନିର୍ବାଚନ: ୧୧ନମ୍ବର ଜିଲ୍ଲାପରିଷଦ ଜୋନ ପାଇଁ ବିଜେଡ଼ିର ଷ୍ଟାର କ୍ୟାମ୍ପେନ


ଟାଙ୍ଗୀ-ଚୌଦ୍ୱାର(ଏନ୍‌.ଏମ୍‌.): ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅଞ୍ଚଳରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ ଭୋଟର ମତଦାନ କରିବେ । ଆସନ୍ତା ୨୨ତାରିଖରେ ମତଦାନ ହେବାକୁ ଥିବାବେଳେ ବିଜେଡି ଅଧିକ ଭୋଟ ପାଇବା ପାଇଁ ବିଭିନ୍ନ ରଣନୀତି ଆପଣେଇଛି । ଏହି ପରିପ୍ରେକ୍ଷୀରେ ଓଡିଆ ଚଳଚ୍ଚିତ୍ର ନିଗମ ଅଧ୍ୟକ୍ଷ ତଥା ସିନେତାରକା କୁନା ତ୍ରିପାଠୀ ଆଜି ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବହୁ ଜନହିତକର ଯୋଜନା ସମ୍ପର୍କରେ ଭୋଟରମାନଙ୍କୁ ବୁଝାଇବା ସହ ବିଜେଡି ସପକ୍ଷରେ ଭୋଟ ଦେବା ପାଇଁ ମତଦାତାମାନଙ୍କୁ ନିବେଦନ କରିଥିଲେ । ଆଜି ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଆଗ୍ରାହାଟ ଠାରେ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ବିଧାୟକ ସୌଭିକ୍ ବିଶ୍ୱାଳ, ବିଜୁ ଜନତା ଦଳର ଜିଲ୍ଲା ପରିଷଦ ପ୍ରାର୍ଥୀନୀ ସରପଞ୍ଚ, ସମିତି ସଭ୍ୟା ପ୍ରାର୍ଥୀନୀଙ୍କ ସମେତ ଶହଶହ ସମର୍ଥକଙ୍କୁ ସଙ୍ଗରେ ଧରି ଘର ଘର ବୁଲି ଭୋଟ ଭିକ୍ଷା କରିବା ସହ ସ୍ଥାନୀୟ ଆଗ୍ରାହାଟ ଖେଳପଡିଆ ଠାରେ ଏକ ବିରାଟ ସଭା ବିଧାୟକ ସୌଭିକ୍ ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ହଜାର ହଜାର ସଂଖ୍ୟାରେ ଲୋକ ଓ ସମର୍ଥକମାନଙ୍କ ସମାଗମ ହୋଇଥିଲା । ଦଳର ପ୍ରାର୍ଥୀନୀମାନଙ୍କୁ ଆସନ୍ତା ୨୨ ତାରିଖରେ ବିପୁଳ ସଂଖ୍ୟାରେ ଭୋଟ୍ ଦେଇ ବିଜୟୀ କରିବା ପାଇଁ ବିଧାୟକ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୂଖ୍ୟ ସଂଯୋଜକ ତାପସ ମହାନ୍ତି, ଉପ-ସଂଯୋଜକ ରାଜେନ୍ଦ୍ର ରଣା, ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ନିମାଇଁ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ