ତିରିଂ ଥାନା ଗୀତିଲତା ଗ୍ରାମରେ ଅଂଶୁଘାତ ଯୋଗୁ ଯୁବକ ମୃତ!

ତିରିଂ ଥାନା ଗୀତିଲତା ଗ୍ରାମରେ ଅଂଶୁଘାତ ଯୋଗୁ ଯୁବକ ମୃତ!

ତିରିଂ ଥାନା ଗୀତିଲତା ଗ୍ରାମରେ ଅଂଶୁଘାତ ଯୋଗୁ ଯୁବକ ମୃତ!

News by Akshya Biswal (Rairangpur)

#ରାଇରଙ୍ଗପୁର(ଏନ୍‌.ଏମ୍‌.): ସମ୍ପ୍ରତି ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଥିବାବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ୁଛନ୍ତି । ତେବେ ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ଅଂଶୁଘାତରେ ଜନସାଧାରଣ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳିଛି । ତେବେ ମୟୂରଭଞ୍ଜ ଜିଲ୍ଲାର ସିମାନ୍ତ ତିରିଂ ଥାନା ଅନ୍ତର୍ଗତ ଗୀତିଲତା ପଞ୍ଚାୟତରେ ଅଂଶୁଘାତ ଯୋଗୁଁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ଗୀତିଲତା ଗ୍ରାମର ଅଜୟ ଦେଓଗନ(୨୨) ଅପରାହ୍ନ ୩.୩୦ ଘରେ ପହଞ୍ଚି ଅସୁସ୍ଥ ଅନୁଭବ କରିଥିଲା । ତାଙ୍କୁ ସଙ୍ଗେ ସଙ୍ଗେ ରାଇରଙ୍ଗପୁର ହସ୍ପିଟାଲକୁ ଅଣା ଯାଇଥିଲା । ତେବେ ହସ୍ପିଟାଲରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହାକୁ ନେଇ ତିରିଂ ଥାନାରେ କେଶ ନମ୍ବର ୯/୨୩ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ପୁଲିସ ପକ୍ଷରୁ ଶବ ବ୍ୟବଚ୍ଛେଦ କରାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି । ପରିବାରଲୋକଙ୍କ କହିବା ଅନୁଯାୟୀ ଅଜୟ କାମରୁ ଯାଇ ଅପରାହ୍ନରେ ଘରକୁ ଫେରୁଥିଲେ । ତେବେ ବାଟରେ ପ୍ରବଳ ଖରା ଯୋଗୁଁ ସେ ଅସୁସ୍ଥ ଅନୁଭବ କରିଥିଲେ । ଘରେ ପହଞ୍ଚି ସେ ଅସୁସ୍ଥ ଅନୁଭବ କରୁଥିବା କହିବା କ୍ଷଣି ପରିବାର ଲୋକେ ସଂଗେ ସଂଗେ ଡାକ୍ତରଖାନା ନେଇ ଯାଇଥିଲେ । ମାତ୍ର ଡାକ୍ତରଖାନା ନେବା ବାଟରେ ତାଙ୍କର ମୃତ୍ୟୁ ବରଣ କରିଥିଲେ । ଗାଁରେ ଶବ ପହଞ୍ଚିବାକ୍ଷଣରେ ଶୋକର ଛାୟା ଖେଳି ଯାଇଛି । ତେବେ ଏ ସଂକ୍ରାନ୍ତରେ ବିଧିବଦ୍ଧ ତଦନ୍ତ କରାଯାଇ ମୃତକଙ୍କ ପରିବାରକୁ ସରକାର ସହାୟତା ପ୍ରଦାନ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ