ତାଳଦଣ୍ଡା କେନାଲ ଏବଂ ନେତାଜୀ ବସ୍ ଟର୍ମିନାଲର କାର୍ଯ୍ୟର ସମୀକ୍ଷାକଲେ ଫାଇଭ୍‌-ଟି ସଚିବ

ତାଳଦଣ୍ଡା କେନାଲ ଏବଂ ନେତାଜୀ ବସ୍ ଟର୍ମିନାଲର କାର୍ଯ୍ୟର ସମୀକ୍ଷାକଲେ ଫାଇଭ୍‌-ଟି ସଚିବ

ତାଳଦଣ୍ଡା କେନାଲ ଏବଂ ନେତାଜୀ ବସ୍ ଟର୍ମିନାଲର କାର୍ଯ୍ୟର ସମୀକ୍ଷାକଲେ ଫାଇଭ୍‌-ଟି ସଚିବ


କଟକ(ଏନ୍‌.ଏମ୍‌.): ଆଜି କଟକ ତାଳଦଣ୍ଡା କେନାଲ ଏବଂ ନେତାଜୀ ବସ୍ ଟର୍ମିନାଲର କାର୍ଯ୍ୟର ଫାଇଭ୍‌-ଟି ସଚିବ ଭିକେ ପାଣ୍ଡିଆନ୍ ସମୀକ୍ଷା କରିଛନ୍ତି । ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜକୁ ବିଶ୍ୱସ୍ତରୀୟ ଚିକିତ୍ସାଳୟ କରିବା ପାଇଁ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି । ଏହି ପରିପ୍ରେକ୍ଷୀରେ କଟକ ସହରର ବିକାଶ ଉପରେ ଯଥେଷ୍ଟ ଗୁରୁତ୍ୱ ଦିଆଯାଇଛି । ତାଳଦଣ୍ଡା କେନାଲର ପୁନରୁଦ୍ଧାର ଓ କେନାଲ ବନ୍ଧର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଜାରି ରହିଛି । ସେହିଭଳି କଟକ ଖାନନଗର ଠାରେ ବିଶ୍ୱସ୍ତରୀୟ ନେତାଜୀ ବସ ଟର୍ମିନାଲ ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଯାଇଛି । ତେବେ ଏହି କାର୍ଯ୍ୟ କିଭଳି ଚାଲିଛି ତାହାକୁ ତଦାରଖ କରିବା ପାଇଁ ଫାଇଭ-ଟି ସଚିବ ଆଜି ସକାଳୁ କଟକରେ ପହଞ୍ଚି ପ୍ରକଳ୍ପ ସ୍ଥାନ ବୁଲି ଦେଖିବା ସହ ତୁରନ୍ତ କାର୍ଯ୍ୟ ସାରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଆର. ବିନିଲ କ୍ରିଷ୍ଣା, ପୂର୍ତ୍ତ ସଚିବ କ୍ରିଷ୍ଣନ କୁମାର, କେନ୍ଦ୍ରାଞ୍ଚଳର ରାଜସ୍ୱ ଆୟୁକ୍ତ ଅନୀଲ କୁମାର ସାମଲ, ଜିଲ୍ଲାପାଳ ଭବାନୀଶଙ୍କର ଚୟନୀ, ସିଏମସି କମିଶନର ଅନନ୍ୟା ଦାସଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ