ତାତିଲେ ଅଭିଭାବକ: ବିଦ୍ୟାଳୟରେ ପିଲାଙ୍କୁ ପରସା ଯାଉଛି ପୋକ ମିଶା ବିଷାକ୍ତ ଖାଦ୍ୟ

ତାତିଲେ ଅଭିଭାବକ: ବିଦ୍ୟାଳୟରେ ପିଲାଙ୍କୁ ପରସା ଯାଉଛି ପୋକ ମିଶା ବିଷାକ୍ତ ଖାଦ୍ୟ

ତାତିଲେ ଅଭିଭାବକ
ବିଦ୍ୟାଳୟରେ ପିଲାଙ୍କୁ ପରସା ଯାଉଛି ପୋକ ମିଶା ବିଷାକ୍ତ ଖାଦ୍ୟ

ସାଲେପୁର(ଏନ୍‌.ଏମ୍‌.): ବିଦ୍ୟାଳୟରେ ପିଲା ଖାଉଛନ୍ତି ପୋକ ମିଶା ବିଷାକ୍ତ ଖାଦ୍ୟ । କଟକ ଜିଲ୍ଲା ସାଲେପୁର ବ୍ଲକ ମଧ୍ୟକଛ ଗ୍ରାମରେ ଥିବା ମଧ୍ୟକଛ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ପିଲାମାନଙ୍କୁ ନିମ୍ନମାନର ପୋକମିଶା ବିଷାକ୍ତ ଖାଦ୍ୟ ଦିଆଯାଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ସରକାର ସର୍ବଶିକ୍ଷା ଅଭିଯାନରେ ପିଲାମାନେ କିପରି ବିଦ୍ୟାଳୟକୁ ଆସିବେ ଉତ୍ତମ ଶିକ୍ଷା ଗ୍ରହଣ କରିବେ ସେଥିପାଇଁ ପୋଷାକ ପତ୍ର ଠାରୁ ଆରମ୍ଭ କରି ଉତ୍ତମ ପୁଷ୍ଟିକର ଭୋଜନ ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥା ହାତକୁ ନେଇଛନ୍ତି । କିନ୍ତୁ ଏସବୁ ବ୍ୟବସ୍ଥା କିପରି ବାଟବଣା ହେଉଛି ତାହାର ନଗ୍ନ ରୂପ ଦେଖିବାକୁ ମିଳିଛି ମଧ୍ୟକଛ ସରକାରୀ ଉଚ୍ଚ ବିଦ୍ୟାଳୟରେ । ପିଲାଙ୍କୁ ଖାଦ୍ୟରେ ପରସା ଯାଉଛି ପୋକ ମିଶା ବିଷାକ୍ତ ଖାଦ୍ୟ । ବିଷାକ୍ତ ଖାଦ୍ୟ ଖାଇ କୋମଳ ମତି ଛାତ୍ର ଛାତ୍ରୀମାନେ ପେଟ କାମୁଡିବା, ବାନ୍ତି ହେବା, ମୁଣ୍ଡ ବୁଲେଇଲା ଭଳି ନାନା ସମସ୍ୟା ଭୋଗିବା ସହ ଅସୁସ୍ଥ ହୋଇ ପଡ଼ୁଛନ୍ତି । ତେବେ ଏ ନେଇ ଗ୍ରାମବାସୀ ତଥା ଅଭିଭାବକମାନେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ବିଭାଗୀୟ ଅଧିକାରୀ କର୍ଣ୍ଣପାତ କରୁନାହାନ୍ତି । ପୁନଶ୍ଚ ଚାଉଳ ହରିଲୁଟ ହେଉଥିବାର ଅଭିଯୋଗ କରୁଛନ୍ତି ସ୍ଥାନୀୟ ଲୋକେ । ଆଗାମୀ ଦିନରେ ଅଭିଯୋଗ ଉପରେ ତଦନ୍ତ କରାଯାଇ ଦୁର୍ନୀତିରେ ଜଡିତ ଥିବା ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆ ନଗଲେ ବିଦ୍ୟାଳୟରେ ତାଲା ପକାଇବା ସହ ମୁଖ୍ୟ ରାସ୍ତାକୁ ଅବରୋଧ କରିବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି । ତେବେ ଏ ସଂକ୍ରାନ୍ତରେ ସ୍ଥାନୀୟ ବ୍ଲକ ଶିକ୍ଷା ଅଧିକାରୀଙ୍କ ଯୋଗାଯୋଗ କରିବାରେ ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ୱାସ୍ଥ୍ୟ