ତହସିଲ କାର୍ଯ୍ୟାଳୟ ଘେରାଉ କଲେ ଚାଷୀ

ତହସିଲ କାର୍ଯ୍ୟାଳୟ ଘେରାଉ କଲେ ଚାଷୀ

ତହସିଲ କାର୍ଯ୍ୟାଳୟ ଘେରାଉ କଲେ ଚାଷୀ


ନରସିଂହପୁର(ଏନ୍‌.ଏମ୍‌.): ତହସିଲ କାର୍ଯ୍ୟାଳୟ ଘେରାଉ କଲେ ଶତାଧିକ ଚାଷୀ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନରସିଂହପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ । ନରସିଂହପୁର ବ୍ଲକ ଅନ୍ତର୍ଗତ ବାଲିସାହି ଗ୍ରାମ ପଂଚାୟତର ଶତାଧିକ ଚାଷୀ ନରସିଂହପୁର ଟାଉନ ପରିକ୍ରମା କରି ନରସିଂହପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଠିକା ସଂସ୍ଥା ଏଲଆଣ୍ଡଟି ବିରୁଦ୍ଧରେ ନାରବାଜି କରିଥିଲେ ।ସୂଚନା ଅନୁଯାୟୀ ନରସିଂହପୁର ଅଞ୍ଚଳର ସମସ୍ତ ଚାଷ ଜମିକୁ ଜଳ ସେଚିତ କରିବା ପାଇଁ ୨୦୧୫ ମସିହାରେ ୩୭୮ କୋଟି ଟଙ୍କା ବ୍ୟୟରେ ନରସିଂହପୁର ବ୍ଲକରେ ଏଲଆଣ୍ଡଟି ଠିକା ସଂସ୍ଥା ମାଧ୍ୟମରେ କାର୍ଯ୍ୟ ଆରମ୍ଭ ହୋଇଥିଲା ବୃହତ ଜଳସେଚନ ପ୍ରକଳ୍ପ । ନରସିଂହପୁର ବ୍ଲକର ବିଭିନ୍ନ ଅଞ୍ଚଳରେ ଏହି ପ୍ରକଳ୍ପ ମାଧ୍ୟମରେ ମହାନଦୀରୁ ପାଣି ଉଠାଯାଇ ଚାଷ ଜମି ଗୁଡିକୁ ଜଳସେଚିତ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିଲା । ମାତ୍ର ଅନେକ ସ୍ଥାନରେ ପ୍ରକଳ୍ପ କାର୍ଯ୍ୟ ଅଧାରେ ରହିଛି । ଆଉ ଯେଉଁ କିଛି ଅଞ୍ଚଳରେ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି ସେଠାରେ ମଧ୍ୟ ଚାଷ ଜମିଗୁଡିକରେ ପାଣି ମାଡ଼ି ପାରୁନାହିଁ । ଯାହାକୁ ନେଇ ଚାଷୀ ମାନଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି ।ନରସିଂହପୁର ଅଞ୍ଚଳରେ ଏବେ ବର୍ଷା ନହେବା ଯୋଗୁଁ ମରୁଡ଼ି ପରିସ୍ଥିତି ଦେଖିବାକୁ ମିଳିଛି । ଚାଷ ଜମିରେ ପାଣି ମଡ଼ାଇବା ପାଇଁ ନରସିଂହପୁର ରେ ଥିବା ଏଲଆଣ୍ଡଟି କାର୍ଯ୍ୟାଳୟକୁ ଚାଷୀମାନେ ଦୌଡ଼ି ଦୌଡ଼ି ନୟାନ୍ତ ହୋଇସାରିଥିଲେ ମଧ୍ୟ ଚାଷୀମାନଙ୍କ କଥା ଶୁଣିବାକୁ କେହି ନାହାନ୍ତି ।ବାଲିସାହି ପଞ୍ଚାୟତ ର ସମିତି ସଭ୍ୟ ଶକ୍ତି ମିଶ୍ରଙ୍କ ନେତୃତ୍ୱରେ ଶତାଧିକ ଚାଷୀ ନରସିଂହପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଏକ ଦାବିପତ୍ର ତହସିଲଦାରଙ୍କୁ ପ୍ରଦାନ କରିଥିଲେ । ଯଦି ଆଗାମୀ ୭ ଦିନ ଭିତରେ ଏଲଆଣ୍ଡଟି ସମସ୍ତ ଚାଷ ଜମିରେ ପାଣି ମାଡିବାର ବ୍ୟବସ୍ଥା ନକରେ ଏବଂ ନରସିଂହପୁର ଅଞ୍ଚଳକୁ ମରୁଡି ପ୍ରଭାବିତ ଅଞ୍ଚଳ ଭାବେ ସରକାର ଘୋଷଣା ନକରନ୍ତି ତେବେ ନରସିଂହପୁରର ସମସ୍ତ ଚାଷୀ ରାଜରାସ୍ତାକୁ ଓଲ୍‌ହାଇବେ ବୋଲି ଚାଷୀ ତହସିଲଦାରଙ୍କ ମାଧ୍ୟମରେ ସରକାରଙ୍କୁ ଚେତାବନୀ ଦେଇଛନ୍ତି ।

Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ