ଡାଳିଯୋଡ଼ା ଜଙ୍ଗଲରେ ଅବାଧ ବନ୍ୟଜନ୍ତୁ ଶିକାର:ଚମଡ଼ା ଓ ମାଂସ ସହ ୨ ଗିରଫ

ଡାଳିଯୋଡ଼ା ଜଙ୍ଗଲରେ ଅବାଧ ବନ୍ୟଜନ୍ତୁ ଶିକାର:ଚମଡ଼ା ଓ ମାଂସ ସହ ୨ ଗିରଫ

ଡାଳିଯୋଡ଼ା ଜଙ୍ଗଲରେ ଅବାଧ ବନ୍ୟଜନ୍ତୁ ଶିକାର:ଚମଡ଼ା ଓ ମାଂସ ସହ ୨ ଗିରଫ


ଟାଙ୍ଗୀ-ଚୌଦ୍ୱାର(ଏନ୍‌.ଏମ୍‌.): ଜଙ୍ଗଲ କିସମ ଜମିକୁ ଜବରଦଖଲ କରି ବେଆଇନ୍ ଫାର୍ମ ହାଉସ୍ ସହ ମାଙ୍କଡ଼ା ପଥର କାଟିବାର ଅପଖ୍ୟାତି ଅର୍ଜନ କରିଥିବା କଟକ ବନଖଣ୍ଡ ଡାଳିଯୋଡ଼ା ରେଞ୍ଜ ଅଧୀନସ୍ଥ ଟାଙ୍ଗୀ ଅଞ୍ଚଳରେ ଅବାଧ ବନ୍ୟଜନ୍ତୁ ଶିକାର ଘଟଣା ଚର୍ଚ୍ଚାକୁ ଆସିଛି । ଏକ ମୃତ ହରିଣର ଚମଡ଼ା ଓ ମାଂସ ଜବତ ସହ ୨ଜଣ ଗିରଫ ହେବା ଗୁରୁବାର ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି । ଅଭିଯୁକ୍ତଦ୍ୱୟ କହ୍ନେଇପୁର ପଞ୍ଚାୟତ ବଡ଼େପେଖରୀ ମୌଜା ଗାଣ୍ଡିଆବନ୍ଧ ଆଦିବାସୀ ବସ୍ତିର ଟିକିଲାଲ ଗିରିି(୩୫) ଓ ଗଙ୍ଗା ଚାତାର(୩୬) ବୋଲି ରେଞ୍ଜ ଅଧୀକାରୀ ଅଭିରାମ ଜେନା ସୂଚନା ଦେଇଛନ୍ତି । ମିଳିଥିବା ତଥ୍ୟାନୁଯାୟୀ ପାଞ୍ଚଭ।।ୟା ଓ କାଳିଆମ୍ବା ପାହ।।ଡ଼ ମଧ୍ୟସ୍ଥଳୀ ତଥା ପ୍ର୍ରସିଦ୍ଧ ପ୍ରମୋଦ ଉଦ୍ୟାନ ପାଶ୍ୱର୍ରେ ଉକ୍ତ ଆଦିବାସୀ ବସ୍ତି ଅବସ୍ଥିତ । ବନ୍ୟଜନ୍ତୁମାନେ ପାଣି ପିଇବା ଲାଗି ସର୍ବଦା ପ୍ରମୋଦ ଉଦ୍ୟାନ ପରିସରରେ ରହିଥିବା ପୋଖରୀ ଉପରେ ନିର୍ଭର କରନ୍ତି । ଏହାର ସୁଯୋଗ ନେଇ କେତେକ ଶିକରୀ ରୀତିମତ ଶିକାର କରିଆସୁଛନ୍ତି । ଗତକାଲି ରାତିରେ ହରିଣ ଶିକାର ପୂର୍ବକ ମାଂସ ଓ ଚମଡ଼ା ବିକ୍ରି ସଂକ୍ରାନ୍ତ ଖବର ସ୍ଥାନୀୟ ବନ କର୍ମଚାରୀଙ୍କ ନିକଟରେ ପହଞ୍ôଚଲା ପରେ ଗୁରୁବାର ଭୋରୁ ଚଢ଼ାଉ କରାଯାଇଥିଲା । ଅଭିଯୁକ୍ତଙ୍କୁ ଗିରଫ ସହ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବନପାଳ ମାଣିକ ମୁଣ୍ଡା ଜଣାଇଛନ୍ତି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ