ଡାଲମିଆଁ ଭାରତ ପରିସରରେ ଓଡ଼ିଶାରେ ପ୍ରଥମ ସିଏନଜି ଚାଳିତ ଟ୍ରକ ଉଦ୍‌ଘାଟିତ

ଡାଲମିଆଁ ଭାରତ ପରିସରରେ ଓଡ଼ିଶାରେ ପ୍ରଥମ ସିଏନଜି ଚାଳିତ ଟ୍ରକ ଉଦ୍‌ଘାଟିତ

ଡାଲମିଆଁ ଭାରତ ପରିସରରେ ଓଡ଼ିଶାରେ ପ୍ରଥମ ସିଏନଜି ଚାଳିତ ଟ୍ରକ ଉଦ୍‌ଘାଟିତ


ଟାଙ୍ଗୀ-ଚୌଦ୍ୱାର(ଏନ୍‌.ଏମ୍‌.): ପରିବେଶ ସୁରକ୍ଷା ଓ ପ୍ରଦୂଷଣ ନିୟନ୍ତ୍ରଣ ସମଗ୍ର ବିଶ୍ୱପାଇଁ ଆହ୍ୱାନ ସୃଷ୍ଟି କରିଛି । ପ୍ରଦୂଷଣ ନିୟନ୍ତ୍ରଣକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ୱ ପ୍ରଦାନ କରୁଥିବାବେଳେ ଟାଙ୍ଗୀ-ଚୌଦ୍ୱାର ବ୍ଲକ ଗରୁଡ଼ଗାଁ ପଞ୍ଚାୟତ ବିଶ୍ୱାଳୀ ମୌଜାରେ ସ୍ଥାପିତ ତଥା ଡାଲମିଆଁ ଭାରତ ପରିଚାଳିତ ‘କପିଳାସ ସିମେଣ୍ଟ ମାନୁଫ୍ୟାକ୍‌ଚରିଂ ୱାର୍କ୍ସ’ ପରିସରରେ ଓଡ଼ିଶାର ପ୍ରଥମ କମ୍ପ୍ରେସ ନେଚୁରାଲ ଗ୍ୟାସ(ସିଏନ୍‌ଜି) ଚାଳିତ ଟ୍ରକ ଉଦ୍‌ଘାଟିତ ହୋଇଯାଇଛି । ବିଶ୍ୱ ଓଜୋନ ଦିବସ ପାଳନ ଅବସରରେ ଗୁରୁବାର କମ୍ପାନୀର ବରିଷ୍ଠ କର୍ମକର୍ତ୍ତା ପତାକା ହଲାଇ ଉକ୍ତ ଟ୍ରକକୁ ସ୍ୱାଗତ କରିଥିଲେ । ଟ୍ରକରେ ରହିଥିବା ୩ଗୋଟି ଟାଙ୍କିରେ ମୋଟ ୮୦ କିଗ୍ରା ଗ୍ୟାସ୍ ଭରିଲେ ଟ୍ରକଟି ପ୍ରାୟ ୫୬୦ କିଲୋମିଟର ଯାତ୍ରା କରିପାରିବ । ପ୍ରଦୂଷଣ ନିୟନ୍ତ୍ରଣ ସାଙ୍ଗକୁ ବିଭିନ୍ନ ପ୍ରକାର ଖର୍ଚ୍ଚ କମାଯାଇପାରିବ ବୋଲି ଉପସ୍ଥିତ ଟାଟା ମୋର୍ଟସ୍ କର୍ମଚାରୀ ସୂଚନା ଦେଇଥିଲେ । ମାନବସମ୍ବଳ ଅଧିକାରୀ ସମୀର ରାଉତଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କମ୍ପାନୀର ଲଜିଷ୍ଟିକ ମୁଖ୍ୟ ଆଶୀଷ ଖିଲାନୀ, ବିକ୍ରୟ ମୁଖ୍ୟ ଗିରୀଶ ବହିଦାର, ବୈଷୟିକ ମୁଖ୍ୟ ସନ୍ତୋଷ ସିଂ, ବାଣିଜ୍ୟିକ ମୁଖ୍ୟ ବାପୁପ୍ରିୟ ରଘୁପତି ରାମ ଓ ପରିବହନ ସଂଘ ସଭାପତି ତାପସ ରଞ୍ଜନ ମଲ୍ଲିକ ସମ୍ମାନିତ ଅତିଥିଭାବେ ଯୋଗଦେଇ ସିଏନ୍‌ଜି ଟ୍ରକର ବହୁଳ ପ୍ରସାର ଉପରେ ମତାମତ ରଖିଥିଲେ । ଡାଲମିଆଁ ଭାରତର ଏପରି ପଦକ୍ଷେପକୁ ସମସ୍ତେ ସ୍ୱାଗତ କରାଯାଇଥିଲା ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ