ଡାକ୍ତର ରଜତ ରାୟ ହେଲେ ଆଇଏମଏର ନୂତନ ସଭାପତି, ଆସନ୍ତା ଫେବ୍ରୁଆରୀ ୧୯ରେ ନେବେ ଦାୟିତ୍ୱ

ଡାକ୍ତର ରଜତ ରାୟ ହେଲେ ଆଇଏମଏର ନୂତନ ସଭାପତି, ଆସନ୍ତା ଫେବ୍ରୁଆରୀ ୧୯ରେ ନେବେ ଦାୟିତ୍ୱ

ଡାକ୍ତର ରଜତ ରାୟ ହେଲେ ଆଇଏମଏର ନୂତନ ସଭାପତି, ଆସନ୍ତା ଫେବ୍ରୁଆରୀ ୧୯ରେ ନେବେ ଦାୟିତ୍ୱ


କଟକ(ଏନ୍‌.ଏମ୍‌.): ଇଣ୍ଡିଆନ ମେଡିକାଲ ଆସୋସିଏସନ (ଆଇଏମଏ) ଓଡ଼ିଶା ବ୍ରାଞ୍ଚର ନୂତନ ସଭାପତି ଭାବେ ଡାକ୍ତର ରଜତ କୁମାର ରାୟ ନିର୍ବାଚିତ ହୋଇଛନ୍ତି । ସଭାପତି ପଦବୀରେ ଡା. ରାୟଙ୍କ କାର୍ଯ୍ୟକାଳ ୨୦୨୨-୨୩ ଗୋଟିଏ ବର୍ଷ ଲାଗି ରହିବ । ଚଳିତ ବର୍ଷ ଆଇଏମଏ ନିର୍ବାଚନର ବାଲଟ ପେପର ରବିବାର ଗଣତି କରାଯାଇଥିଲା । ତେବେ ସଭାପତି ପଦବୀରେ ଡାକ୍ତର ରାୟ ବିଜୟୀ ହୋଇଥିବା ନିର୍ବାଚନ କମିଶନ ଡାକ୍ତର ବାମଦେବ ମହାନ୍ତି ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ, ଜଗତସିଂହପୁର ଜିଲ୍ଲାର ସ୍ୱର୍ଗତ ନୃସିଂହ ଚରଣ ରାୟ ଓ ଲକ୍ଷ୍ମୀପ୍ରିୟା ରାୟଙ୍କ ସୁପୁତ୍ର ପ୍ରଫେସର ଡାକ୍ତର ରଜତ କୁମାର ଓଡ଼ିଶାର ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଭାବେ ବେଶ ପରିଚିତ । ବର୍ତ୍ତମାନ ସେ ରାଉରକେଲାର ହାଇଟେକ ମେଡିକାଲରେ ପ୍ରଫେସର ରୂପ କାର୍ଯ୍ୟ କରୁଛନ୍ତି । ଏହା ପୂର୍ବରୁ ଫେଗିସର ପୂର୍ବତନ ସହ ସଭାପତି ତଥା ଅନେକ ଥର ଜାତୀୟ ଏବଂ ଅନ୍ତର୍ଜାତୀୟ ସମ୍ମାନରେ ସମ୍ମାନୀତ ହୋଇଛନ୍ତି । ଭାରତୀୟ ଚିକିତ୍ସକ ସଂଘ ରାଜ୍ୟ ଶାଖାର ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ସେ ଆସନ୍ତା ଫେବ୍ରୁଆରୀ ୧୯ ତାରିଖରେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ନୂତନ ଦାୟିତ୍ୱ ଗ୍ରହଣ କରିବେ ବୋଲି ସୂଚନା ମିଳିଛି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ୱାସ୍ଥ୍ୟ