ଡଷ୍ଟବିନରେ ହାତଗୋଡ ବନ୍ଧା ଅବସ୍ଥାରେ କଲେଜଛାତ୍ରୀ ଉଦ୍ଧାର

ଡଷ୍ଟବିନରେ ହାତଗୋଡ ବନ୍ଧା ଅବସ୍ଥାରେ କଲେଜଛାତ୍ରୀ ଉଦ୍ଧାର

ଡଷ୍ଟବିନରେ ହାତଗୋଡ ବନ୍ଧା ଅବସ୍ଥାରେ କଲେଜଛାତ୍ରୀ ଉଦ୍ଧାର


#ସାଲେପୁର(ଏନ୍‌.ଏମ୍‌.): ଜଣେ କଲେଜ ଛାତ୍ରୀଙ୍କୁ ହାତଗୋଡ଼ ବନ୍ଧା ଅବସ୍ଥାରେ ଗୋଟିଏ ଡଷ୍ଟବିନରୁ ଉଦ୍ଧାର କରାଯାଇଛି । ତେବେ ଛାତ୍ରୀଙ୍କ ଏଭଳି କିଏ ଏବଂ କାହିଁକି କଲା ସେ ବିଷୟରେ ଜଣାପଡ଼ିନଥିଲେ ମଧ୍ୟ ପୁଲିସ ନିଜଆଡ଼ୁ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଛି । ସୂଚନା ଅନୁଯାୟୀ ସାଲେପୁର ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସ୍ଥାନୀୟ ଅଞ୍ଚଳରେ ଥିବା ଆବର୍ଜନା ଗୃହ ଭିତରେ ହାତଗୋଡ ବନ୍ଧା ଅବସ୍ଥାରେ କଲେଜ ଛାତ୍ରୀ ଚେତାଶୂନ୍ୟ ଅବସ୍ଥାରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଏହି ଘଟଣା ବ୍ୟାପିଯିବା ପରେ ସ୍ଥାନୀୟ ଲୋକେ ଓ କଲେଜ ଛାତ୍ରଛାତ୍ରୀ ତାଙ୍କୁ ଉଦ୍ଧାର କରି ଥିଲେ । ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ତାଙ୍କୁ କିଏ ଓ କାହିଁକି ଏପରି ଅବସ୍ଥାରେ ବାନ୍ଧି ଫିଙ୍ଗି ଦେଲା ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ । ସାଲେପୁର ସ୍ୱୟଂଶାସିତ ମହାବିଦ୍ୟାଳୟଠାରୁ ମାତ୍ର ୪୦୦ ମିଟର ଦୂରରେ ରହିଛି ଗୋଟିଏ ଆବର୍ଜନା ଗୃହ । ସେହି ଗୃହ ଭିତରେ ଜଣେ ଯୁକ୍ତ ଦୁଇ କଲେଜ ଛାତ୍ରୀ ସଜ୍ଞା ହରାଇ ପଡ଼ିଥିଲେ । ତାଙ୍କ ହାତ, ଗୋଡ଼ ଓ ପାଟିକୁ ଛାତ୍ରୀଙ୍କ ଓଢ଼ଣୀରେ ବନ୍ଧା ଯାଇଥିଲା । ଛାତ୍ରୀ ଜଣକ କଲେଜ ୟୁନିଫର୍ମରେ ପିନ୍ଧି ଥିଲେ । ତାଙ୍କ ପାଖରୁ ଗୋଟିଏ ମୋବାଇଲ୍ ଓ କଲେଜ ବ୍ୟାଗ ପଡ଼ିଥିଲା । ଜଣେ ଚାଷୀ ଏନେଇ ସାଲେପୁର ସ୍ୱୟଂଶାସିକ କଲେଜ ଛାତ୍ରଛାତ୍ରୀଙ୍କୁ ଜଣାଇଥିଲେ । ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରି ସାଲେପୁର ମେଡ଼ିକାଲରେ ଭର୍ତ୍ତି କରିଥିଲେ । ତେବେ ଏନେଇ ଥାନାରେ ଅଭିଯୋଗ ହୋଇନଥିଲେ ମଧ୍ୟ ପୁଲିସ୍ ନିଜ ଆଡୁ ତଦନ୍ତ ଚଳାଇଥିବା ଜଣାପଡ଼ିଛି । ପୁଲିସ୍ ଆବର୍ଜନା ଗୃହରୁ ଛାତ୍ରୀଙ୍କ କଲେଜ ବ୍ୟାଗ୍ ଓ ମୋବାଇଲ୍ ଜବତ କରି ଆବର୍ଜନା ଗୃହରେ ଅନୁସନ୍ଧାନ ଚଳାଇଛି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି