ଟ୍ରକ ଧକ୍‌କାରେ ସାଇକେଲ ଆରୋହୀଙ୍କ ଜୀବନଗଲା

ଟ୍ରକ ଧକ୍‌କାରେ ସାଇକେଲ ଆରୋହୀଙ୍କ ଜୀବନଗଲା

ଟ୍ରକ ଧକ୍‌କାରେ ସାଇକେଲ ଆରୋହୀଙ୍କ ଜୀବନଗଲା


# ଚୌଦ୍ୱାର(ଏନ୍‌.ଏମ୍‌.): ଚୌଦ୍ୱାର ଦେଇ ଯାଇଥିବା ୫୫ନମ୍ବର ଜାତୀୟ ରାଜପଥ ଓଟିଏମ ଦୁର୍ଗାବଜାର ନିକଟରେ ଆଜି ଶୁକ୍ରବାର ସନ୍ଧ୍ୟା ସମୟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ଜଣେ ସାଇକେଲ ଅ।।ରୋହୀଙ୍କ ମୃତ୍ୟୁ ହୋଇଛି । ଖବର ନେବାରେ ଜଣାପଡ଼ିଛି ଯେ, ଅନୁଗୁଳରୁ ମଙ୍ଗୁଳି ଅଭିମୁଖେ ଯାଉଥିବା ଏକ ମିନି କଣ୍ଟେନର ଆଇଚର ଟ୍ରକ ସାଇକେଲରେ ମଙ୍ଗୁଳି ଅଭିମୁଖେ ଯାଉଥିବା ବେଲେ ଦୁର୍ଗାବଜାର ଛକ ଠାରେ ଦୁର୍ଘଟଣା ଘଟିଥିଲା । ହରିଆନ୍ତା ପଞ୍ଚାୟତ ନିମାପଡା ଗ୍ରାମର ଜଗବନ୍ଧୁ ରାଉତ(୬୧) ଘରକୁ ଫେରୁଥିବାବେଳେ ଉକ୍ତ କଣ୍ଟେନରଟି ଦ୍ରୁତଗତିରେ ଆସି ତାଙ୍କୁ ପଛରୁ ଧକ୍କା ଦେଇଥିଲା । ଏପରିକି କଣ୍ଟେନରଟି ଜଗବନ୍ଧୁଙ୍କୁ ସାଇକେଲ ସହିତ କିଛି ଦୁରକୁ ଘୋଷାରି ନେଇଥିଲା । କଣ୍ଟେନରଟି ମୁଣ୍ଡ ଉପରେ ଚଢ଼ିଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଏନେଇ ରାଜରାସ୍ତାରେ ଦୀର୍ଘ ୧ଘଣ୍ଟା ଧରିି ଗାଡି ଚଳାଚଳ ବନ୍ଦ ହୋଇ ରହିଥିଲା । ଦୁର୍ଘଟଣାର ଖବରପାଇ ଚୌଦ୍ୱାର ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କଟକ ବଡ ଡାକ୍ତରଖାନା ପଠାଇବା ସହିତ ଟ୍ରକ ଓ ଡ୍ରାଇଭରକୁ ଅଟକ ରଖିଛି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ