ଟୋକନ୍ ପାଇଥିବା ସମସ୍ତ ଚାଷୀଙ୍କ ଠାରୁ ଧାନ କିଣିବା ପାଇଁ ଓଡ଼ିଶା କୃଷକ ସଭାର ଦାବି

ଟୋକନ୍ ପାଇଥିବା ସମସ୍ତ ଚାଷୀଙ୍କ ଠାରୁ ଧାନ କିଣିବା ପାଇଁ ଓଡ଼ିଶା କୃଷକ ସଭାର ଦାବି

ଟୋକନ୍ ପାଇଥିବା ସମସ୍ତ ଚାଷୀଙ୍କ ଠାରୁ ଧାନ କିଣିବା ପାଇଁ ଓଡ଼ିଶା କୃଷକ ସଭାର ଦାବି

News by Padmalochan Mishra (Cuttack)

#କଟକ(ଏନ୍‌.ଏମ୍‌.): ଚାଷୀଙ୍କ ଠାରୁ ଧାନ କିଣିବା କାର୍ଯ୍ୟକ୍ରମକୁ ଓଡ଼ିଶା ସରକାର ଏକ ପ୍ରହସନରେ ପରିଣତ କରିଛନ୍ତି ବୋଲି ଏ.ଆଇ.କେ.ଏସ୍‌. ସହ-ବନ୍ଧିତ ଓଡ଼ିଶା କୃଷକ ସଭା ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରାଯାଇଛି । ଗୋଟିଏ ପଟେ ସରକାର ଚାଷୀମାନଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିବାବେଳେ ସେମାନଙ୍କୁ ପରୋକ୍ଷରେ ଅଭାବୀ ବିକ୍ରୀର ଶିକାର ହେବାକୁ ବାଧ୍ୟ କରାଉଛନ୍ତି ବୋଲି କୃଷକ ସଭା ପକ୍ଷରୁ କୁହାଯାଇଛି । ୨୦୨୧-୨୦୨୨ ରେ ଯେଉଁ ଚାଷୀଙ୍କ ଠାରୁ ୧୦୦ କ୍ୱିଣ୍ଟାଲ ଧାନ କିଣିବା ପାଇଁ ସରକାର ଟୋକନ ଦେଇଥିଲେ, ଚଳିତ ବର୍ଷ ୨୦୨୨-୨୩ରେ ସେହି ଚାଷୀମାନଙ୍କୁ ଶତକଡ଼ା ୪୦ଭାଗ ଧାନ କାଟି ୬୦କ୍ୱିଣ୍ଟାଲ ଧାନ ଦେବା ପାଇଁ ଟୋକନ୍ ଦେଇଛନ୍ତି । ଏବାବଦରେ ସରକାର ସଫେଇ ଦେଇଛନ୍ତି ଯେ, ଡ୍ରୋନ୍ ସର୍ଭେ ମାଧ୍ୟମରେ ସ୍ଥିର କରାଯାଇଛି ଯାହା ଅତ୍ୟନ୍ତ ହାସ୍ୟାସ୍ପଦ ଅଟେ । ଯେତିକି ଧାନ କିଣିବାକୁ ସରକାର ଟୋକନ୍ ଦେଇଛନ୍ତି, ଶାସକ ଦଳ ପରିଚାଳିତ ସେବା ସମବାୟ ସମିତିମାନେ ୪୦ପ୍ରତିଶତ ଧାନ କିଣିବା ପାଇଁ ଚାଷୀମାନଙ୍କ ଉପରେ ଚାପ ପକାଇ କିଣୁଛନ୍ତି । ଏପରିକି ନଭେମ୍ବର ମାସରେ ମଣ୍ଡି ଖୋଲିବାକୁ ନିର୍ଦ୍ଦେଶନାମା ଜାରିକରି ଜାନୁୟାରୀ ୨ୟ ସପ୍ତାହରେ ମଣ୍ଡି ଖୋଲିଲେ । ନଭେମ୍ବରରୁ ମାର୍ଚ୍ଚ ପର୍ଯ୍ୟନ୍ତ ୫ମାସ ଚାଷୀଙ୍କ ଠାରୁ ଧାନ କିଣିବାକୁ ସମୟ ଧାର୍ଯ୍ୟ କରି ମାତ୍ର ୬ ସପ୍ତାହ ଧାନ କିଣି ମଣ୍ଡି ବନ୍ଦ କରିଦିଆଯିବା ପରୋକ୍ଷରେ ଚାଷୀମାରଣ ନୀତିକୁ ସ୍ପଷ୍ଟ କରୁଛି ବୋଲି ସଭା ପକ୍ଷରୁ କୁହାଯାଇଛି । ତେବେ ସରକାରଙ୍କ ଏହି ନୀତି ଯୋଗୁଁ ଆର୍ôଥକ ଦୁର୍ଦ୍ଦଶାଗ୍ରସ୍ତ ଛୋଟ ଓ ନାମମାତ୍ର ଚାଷୀମାନେ ବାଧ୍ୟ ହୋଇ ମାତ୍ର ୧୩ଶହ ଟଙ୍କାରେ ବୋପାରୀମାନଙ୍କୁ ଧାନ ବିକୁଛନ୍ତି । ଆର୍ଥିକ ସ୍ୱଚ୍ଛଳ ବର୍ଗର ଚାଷୀ ଧାନକ୍ରୟ ବିଳମ୍ବିତ ପ୍ରକ୍ରିୟାକୁ ସହ୍ୟକରି, ଧାନ ମଣ୍ଡିରେ ଧାନ ଦେଇ ଲାଭବାନ ହେଉଛନ୍ତି । ମାର୍ଚ୍ଚ ମାସ ୧ମ ସପ୍ତାହରେ ଧାନକିଣା ବନ୍ଦ କରିବାରୁ ୫ମାସ ଧରି ଅପେକ୍ଷା କରିଥିବା ଗରିବ ଚାଷୀଟି ହତୋତ୍ସାହ ହୋଇପଡ଼ିଛି । ଯାହା ମାନସିକ ନିର୍ଯ୍ୟାତନା ଠାରୁ ଏହା କିଛି କମ୍ ନୁହେଁ ବୋଲି ଅଭିଯୋଗ ହୋଇଛି । ଗତ ଅଗଷ୍ଟ ମାସରୁ ପଞ୍ଜିକରଣ କରିବା ଏବଂ ମାର୍ଚ୍ଚ ମାସ ଶେଷ ପର୍ଯ୍ୟନ୍ତ ଅପେକ୍ଷା କରିବା ତା’ପରେ ଧାନ ବିକ୍ରି କରିନପାରିବା ଅତ୍ୟନ୍ତ ଚିନ୍ତାଜନକ ବିଷୟ ଅଟେ । ତେଣୁ ହଜାର ହଜାର ଚାଷୀ ସରକାରୀ ଟୋକନ ପାଇଥିବା ସତ୍ତ୍ୱେ ଧାନ ବିକି ନପାରିବାକୁ ଓଡ଼ିଶା କୃଷକ ସଭା ପକ୍ଷରୁ ଅଭିଯୋଗ କରାଯାଇଛି । ତେବେ କଟକ ଜିଲ୍ଲାରେ ଏଥର ଭଟିମୁଣ୍ଡା ସେବା ସମବାୟ ସମିତି ୧୦୦୦ରୁ ଉର୍ଦ୍ଧ୍ୱଚାଷୀ ପଞ୍ଜିକରଣ କରିଥିବାବେଳେ ବର୍ତ୍ତମାନ ୩୩୪ ଚାଷୀ ଧାନ ବିକ୍ରି କରିବାରୁ ବଞ୍ôଚତ ଅଛନ୍ତି । ସେହିଭଳି କହ୍ନେଇପୁର ୫୨୯ ଚାଷୀଙ୍କ ମଧ୍ୟରୁ ୧୫୦ ଚାଷୀ ବଞ୍ôଚତ ଅଛନ୍ତି । ଗୋବିନ୍ଦପୁରରେ ୧୯୦ ଚାଷୀ, ନଖରାରେ ୧୨୦, ସଫା ପଞ୍ଚାୟତରେ ୧୦୦ ଚାଷୀ ମଣ୍ଡିରେ ଧାନ ବିକ୍ରି କରିବାରୁ ବଞ୍ôଚତ ଥିବା କୃଷକ ସଭା ପକ୍ଷରୁ ଦର୍ଶାଯାଇଛି । ତେବେ ହକି ଖେଳକୁ ପ୍ରୋତ୍ସାହିତ କରିବାରେ ରାଜ୍ୟ ସରକାର ଯେତିକି ତତ୍ପରତା ଦେଖାଇଛନ୍ତି ଚାଷୀଙ୍କ ଠାରୁ ଧାନ କିଣିବାରେ ସରକାର ସେତିକି ତତ୍ପରତା ନଦେଖାଇବା ଦୁର୍ଭାଗ୍ୟଜନକ ବୋଲି କୃଷକ ସଭା ପକ୍ଷରୁ କୁହାଯିବା ସହ ତୁରନ୍ତ ରାଜ୍ୟ ସରକାର ଚାଷୀ ବିରୋଧି ନୀତିରୁ କ୍ଷାନ୍ତ ହୋଇ ଟୋକନ ପାଇଥିବା ସମସ୍ତ ଚାଷୀଙ୍କ ଠାରୁ ଧାନ କିଣିବାକୁ ଟଙ୍କାର ବ୍ୟବସ୍ଥା କରିବା ପାଇଁ ଦାବି କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ କୃଷକ ସଭାର କଟକ ଜିଲ୍ଲା ସଭାପତି ଦେବେନ୍ଦ୍ର ପାତ୍ର, ଉପ-ସଭାପତି ବଦ୍ରୀ ନାରାୟଣ ଦାଶ, ସଂପାଦକ ଡମ୍ବରୁଧର ସାହୁ, ଟାଙ୍ଗୀ-ଚୌଦ୍ୱାର ବ୍ଲକର ସଭାପତି ରମେଶ ବେହେରା, ଇଂ. ମନମୋହନ ପତି, ଶ୍ରମିକ ନେତା ଚନ୍ଦ୍ର୍ରକାନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ